ଖାଲି ପେଟରେ ପିଜୁଳି ପତ୍ର ଖାଇବାର 5 ଟି ପାଇଦା ! ଯାହା ଆଗରୁ ଆପଣ କେବେ ବି ଜାଣି ନଥିବେ…

ନମସ୍କାର ବନ୍ଧୁଗଣ , ଦିନରେ କେବଳ ଦୁଇଟି ପିଜୁଳି ର ପତ୍ରକୁ ଖାଇବା ଦ୍ଵାରା ଆମକୁ ବହୁ ପ୍ରକାରର ରୋଗର ନିବାରଣ ହୋଇଥାଏ । ଏହି ବିଷୟରେ ଡାକ୍ତର ସାଲିମ ଜୟଦି ଆମକୁ ଅନେକ ରୋଗ ସମ୍ବନ୍ଧରେ କହିବା ସହ ଏହି ପତ୍ରର ସେବନ ଦ୍ଵାରା ଏହା କି ପ୍ରକାରର କାର୍ଯ୍ୟ କରିଥାଏ ତାହା ସମ୍ବନ୍ଧରେ ମଧ୍ୟ ଅବଗତ କରିଛନ୍ତି  । ଆସନ୍ତୁ ଜାଣିବା ଏହା ବିଷୟରେ ଆଉ କିଛି ଅଜଣା କଥା । ପିଜୁଳି ଖାଇବା ଦ୍ଵାରା ଆମ ଶରୀର ପାଇଁ ଭଲ ହୋଇଥାଏ ତାହା ଆମେ ଜାଣିଥାଉ ।

କିନ୍ତୁ ପିଜୁଳିର ପତ୍ରର ସେବନ କରିବା ଦ୍ଵାରା ମଧ୍ୟ ଏହା ଆମ ର ବହୁତ ପ୍ରକାର ରୋଗ ପାଇଁ ଏକ ଚମତ୍କାରୀ ଔଷଧ ରୂପେ ଗଣାଯାଇଛି । ବିଶେଷକ ମାନେ ଏହି ପତ୍ର କୁ ପରୀକ୍ଷା କରି ଏହା ର କିଛି ଉପକାରିତା ଗୁଣକୁ ପ୍ରକାଶିତ କରିଥାନ୍ତି । ଆୟୁବେଦ ରେ ଏହାକୁ ବହୁ ପ୍ରାଚୀନ କାଳରୁ ଏହାକୁ ବ୍ୟବହାର କରାଯାଇଆସିଛି ।  ମଧୁମୟ ରୋଗୀ ପାଇଁ ଏହା ବହୁତ ଉପକାରୀ ହୋଇଥାଏ ।

ପିଜୁଳି ର ପତ୍ର କୁ ଖାଇବା ଦ୍ଵାରା ଏହା ଆମ ଡାଇବେଟିସ କୁ ନିୟମିତ ରଖେ ବଢିବାକୁ ଦେଇନଥାଏ । ଯଦି ଆପଣଙ୍କ  ଓଜନ ଅଧିକ ଥାଏ ଚାଲିବା ଉଠିବାରେ ଅସୁବିଧା ଦେଖାଯାଇଥାଏ , ତେବେ ଏହି ପରିସ୍ଥିତିରେ ମଧ୍ୟ ଏହି ପତ୍ରକୁ ଖାଇବା ଦ୍ଵାରା ଏହା ଆପଣଙ୍କ  ଶରୀରରେ ଥିବା କଲୋଷ୍ଟ୍ରୋଲ କୁ କମେଇବାରେ ସାହାଯ୍ୟ କରିଥାଏ । ଆପଣଙ୍କ  ଶରୀରରେ ଥିବା ଜିନ କୁ ପ୍ରଭାବିତ କରିଥାନ୍ତି , ଯାହା ଫଳରେ ଆପଣଙ୍କ ଓଜନ ଦ୍ରୁତ ଗତିରେ କମିବାକୁ ଲାଗିଥାଏ ।

ରିସର୍ଚ ରେ ଦେଖାଯାଇଛି ଯେ ଏହି ପତ୍ରର କାଡ଼ା ବନେଇକି ପିଇବା ଦ୍ଵାରା ଆମ ଶରୀରରେ ଥିବା ମନ୍ଦ କଲୋଷ୍ଟ୍ରୋଲ ବା LDL କୁ ବୃଦ୍ଧି ହେବାକୁ ଦେଇନଥାଏ । ଆମ ରକ୍ତରେ ଯଦି କଲୋଷ୍ଟ୍ରୋଲ ବଢିଯାଇଥାଏ ଏହାକି ମଧ୍ୟ ଏହାର ସେବନ ଦ୍ଵାରା କମ୍ ହୋଇଥାଏ । ପିଜୁଳିର ପତ୍ର ଆମ ଶରୀରର ହଜମ ପ୍ରକ୍ରିୟାକୁ ମଧ୍ୟ ଠିକ ରଖିବାରେ ସାହାଯ୍ୟ କରିଥାଏ ।

ଏହି ପତ୍ର କୁ ଖାଲି ପେଟରେ ଚୋବେଇ ଖାଇପାରିବେ ବା କାଡ଼ା ବନେଇ ଏହାର ସେବନ କରିବା ଦ୍ଵାରା ଆପଣଙ୍କ ହଜମ ଠିକ ହେବ ସହ ପେଟରେ ଯେଉଁ ଗ୍ୟାସ ଅସୁବିଧା ଦୂର ହୋଇଥାଏ । ଓରାଲ ହାଇଜିନ୍ ପାଇଁ ମଧ୍ୟ ଏହି ପତ୍ର ଉପକାରୀ ହୋଇଥାଏ , ଯଦି ଆପଣଙ୍କ ମୁହଁରେ ବା ପାଟି ଭିତରେ ଲାଲ ପଡିଯାଇଥାଏ । ଦାନ୍ତରେ ବିନ୍ଧା ହୋଇଥାଏ ତେବେ ଏହି ସବୁ ଅସୁବିଧା ପାଇଁ ପିଜୁଳି ର ପତ୍ର ଚମତ୍କାରୀ ଭାବରେ କାମ କରିଥାଏ ।

ଏହା ପାଇଁ ଏକ ଗ୍ଲାସ ପାଣିରେ କିଛି ପିଜୁଳି ପତ୍ର ପକେଇ ଦଶ ମିନିଟ୍ ଫୁଟେଇଲା ପରେ ଏହାକୁ ସେବନ କରନ୍ତୁ । ଦେଖିବେ ଆପଣଙ୍କ ଦାନ୍ତ ବିନ୍ଧା ଦୂର ହୋଇଥାଏ । ମୁହଁରେ ଯଦି ବ୍ରଣ , କଳା ଦାଗ ଆଦି ଉଠି ଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ଚାରିଟା ପିଜୁଳି ର ପତ୍ର କୁ ନେଇ ପେଶୀ ପେଷ୍ଟ ପ୍ରସ୍ତୁତ କରି ସ୍କିନରେ ଲଗାନ୍ତୁ , କିଛି ସମୟ ପରେ ପାଣିରେ ଧୋଇନେବେ । ଏହା ଦ୍ଵାରା ସ୍କିନ ସମସ୍ୟା ଦୂର ହୋଇଥାଏ । ପିଜୁଳି ର ଚା ‘ କାଡ଼ା ଆଦି ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ । 

Leave a Reply

Your email address will not be published. Required fields are marked *