କେଉଁ ରାଶିର ଲୋକଙ୍କୁ କଳାସୁତା ବାନ୍ଧିବା ଅନୁଚିତ ! କେଉଁ ଲୋକ ନାଲିସୁତା ପିନ୍ଧିବା ଦ୍ଵାରା ସବୁ ସଙ୍କଟ ଦୂର ହୋଇଯାଇଥାଏ…

ବନ୍ଧୁଗଣ ଅନେକ ଲୋକ ନିଜ ହାତରେ କଳା କିମ୍ବା ନାଲି ଫିତା ବାନ୍ଧିଥିବାର ଦେଖିବାକୁ ପାଇଥିବେ । ତେବେ ଏହି ଫିତା ସବୁ ବାନ୍ଧିବା ଦ୍ଵାରା ମନୁଷ୍ୟକୁ କେଉଁ ପ୍ରକାର ଫାଇଦା ହୋଇଥାଏ ? ଏଥିସହ କେଉଁ ରାଶିର ଲୋକେ କଳା ଫିତା ବାନ୍ଧିବା ଉଚିତ ନୁହେଁ ଓ ହାତରେ ନାଲି ଫିତା ବାନ୍ଧିବା ଦ୍ଵାରା କେଉଁ ସବୁ ଫାଇଦା ହୋଇଥାଏ ଚାଲନ୍ତୁ ଏଠାରେ ଜାଣିବା । ଖରାପ ନଜରରୁ ବଞ୍ଚିବା ପାଇଁ ଲୋକମାନେ କଳା ଜିନିଷର ବ୍ୟବହାର କରିଥାନ୍ତି । ଯେପରିକି କଳା ଟୀକା, କଳାଫିତା ଏବଂ କଳାଜାଇ ।

1- ଯେଉଁ ବ୍ୟକ୍ତି ଭୈରବ ମନ୍ଦିରକୁ ଯାଇ କଳା ଫିତା ସେଠାରେ ପୂଜା କରି ଘରକୁ ଆଣିବେ । ତାପରେ ସେହି ଫିତାରେ ଅଳ୍ପ ଟିକେ ସୋରିଷ ତେଲ ଲଗାଇ ଦେବେ । ତାପରେ ସେହି ଫିତାଟିକୁ ନେଇ ନିଜ ଡାହାଣ ହାତରେ ବାନ୍ଧି ଦେବେ । ଏହି ଉପାୟକୁ ଭଗବାନଙ୍କୁ ସ୍ମରଣ କରି ବିଶ୍ବାସର ସହ କରିବା ଦ୍ଵାରା ବ୍ୟକ୍ତିର ଧନ ସହ ଜଡିତ ସବୁ ସମସ୍ଯା ଗୋଟି ଗୋଟି କରି ଦୂର ହେବାକୁ ଲାଗିଥାଏ ।

2- ଖରାପ ଦ୍ରୁଷ୍ଟି ଲାଗିଲେ କିପରି ସେଥିରୁ ନିଜକୁ ରକ୍ଷା କରିବେ ଜାଣନ୍ତୁ । ସେଥିପାଇଁ ଶନିବାର କି ମଙ୍ଗଳବାର ଦିନ ଏକ କଳାଫିତା ନେଇ ହନୁମାନ ମନ୍ଦିରକୁ ଯିବାକୁ ପଡିବ । ତାପରେ ସେଠାରେ ସେହି ଫିତାକୁ ହନୁମାନଙ୍କ ପାଖରେ ରଖି ପୂଜା କରିବା ସହ ସେଥିରେ ଭଗବାନଙ୍କ ସିନ୍ଦୁର ଲଗାଇଦେବେ । ତାପରେ ସେହି ଫିତାକୁ ଆପଣ ଡାହାଣ ହାତ କିମ୍ବା ନିଜ ବେକରେ ପିନ୍ଧିଥିବେ । ଏହି ଉପାୟକୁ କରିବା ଦ୍ଵାରା ସବୁ ଖରାପ ଦ୍ରୁଷ୍ଟିରୁ ପ୍ରଭୁ ହନୁମାନ ଆପଣଙ୍କୁ ରକ୍ଷା କରିବେ ।

3- ଯେଉଁ ବ୍ୟକ୍ତି କୌଣସି ବ୍ୟବସାୟ କରୁଥିବେ । ସେଥିରେ ବାରମ୍ବାର ଲାଭ ବଦଳରେ କ୍ଷତି ସହିବାକୁ ପଡୁଥାଏ । ତେବେ ବ୍ୟବସାୟରେ ଲାଭ କରିବାକୁ ଚାହୁଁଥିଲେ । ଶନିବାର ଦିନ କଳା ଫିତା ନେଇ ହନୁମାନ ମନ୍ଦିରକୁ ଯାଆନ୍ତୁ । ସେଥିରେ 9 ଟି ଗଣ୍ଠି ପକାଇ ତାହାକୁ ପୂଜା କରି ସେଥିରେ ସିନ୍ଦୁର ଲଗାଇ ଘରର ସିଂଦୁକ କିମ୍ବା ଦୋକାନରେ ରଖିଦେବେ । ଏହା କରିବା ଦ୍ଵାରା ବ୍ୟବସାୟରେ ଭଲ ଲାଭ ମିଳିପାରିଥାଏ ।

4-  ମେଷ ଓ ବିଛା ରାଶିର ଲୋକ ନିଜ ହାତରେ କଳା ସୂତା ବାନ୍ଧନ୍ତୁ ନାହିଁ । ନଚେତ ଏହାର ଭଲ ପ୍ରଭାବ ପଡିବା ବଦଳରେ ଏହି ରାଶିର ଲୋକଙ୍କୁ କଳା ସୂତା ବାନ୍ଧିବା ଦ୍ଵାରା ତାହାର ଖରାପ ପ୍ରଭାବ ପଡିଥାଏ ।

5- ମେଷ, ସିଂହ, କନ୍ୟା, କର୍କଟ ଓ ମିଥୁନ ରାଶିର ଲୋକଙ୍କ ପାଇଁ ହାତରେ ନାଲିଫିତା ବାନ୍ଧିବା ଦ୍ଵାରା ବହୁତ ଶୁଭ ହୋଇଥାଏ ।

ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *