ଘଣ୍ଟାକୁ ଭୁଲରେ ଏହି ଦିଗରେ ରଖନ୍ତୁ ନାହିଁ, ଘର ବର୍ବାଦ ହୋଇଯିବ… Vastu tips

ବାସ୍ତୁ ଶାସ୍ତ୍ର ଅନୁଯାଇ ଘରେ ଥିବା ପ୍ରତ୍ଯେକ ବସ୍ତୁରେ ସକାରାତ୍ମକ ଓ ନକରାତ୍ମକ ଊର୍ଜା ଉଭୟ ରହିଥାଏ । ଯଦି ଘରର ପ୍ରତ୍ଯେକ ବସ୍ତୁକୁ ଠିକ ସ୍ଥାନ ବା ଠିକ ଦିଗରେ ରଖାଯାଇନଥାଏ । ତେବେ ସେଥିରୁ ନକରାତ୍ମକ ଊର୍ଜା ଘର ମଧ୍ୟରେ ବ୍ଯାପିଯାଇଥାଏ । ଯାହାକି ଘର ପାଇଁ ଶୁଭଫଳ ଦେଇନଥାଏ । ତେଣୁ ଘରେ ରଖୁଥିବା ସବୁ ଜିନିଷକୁ ତାହାର ସଠିକ ଦିଗ ଓ ସ୍ଥାନକୁ ଦେଖି ରଖିବା ଉଚିତ । ଯାହା ଦ୍ଵାରା ଘରେ ସକାରାତ୍ମକ ଊର୍ଜା ଭରି ରହିଥାଏ ।

ବନ୍ଧୁଗଣ ସମସ୍ତଙ୍କ ଘରେ ରଖାଯାଉଥିବା ଅତି ଦରକାରୀ ଜିନିଷଟି ହେଉଛି ଘଡି । ଯାହାକି ଆମକୁ ସଠିକ ସମୟର ସୂଚନା ଦେଇଥାଏ । ତେଣୁ ଘଡି ଓ କ୍ଯାଲେଣ୍ଡରକୁ ଘରର କେଉଁ ସ୍ଥାନରେ ରଖିବା ଉଚିତ ଚାଲନ୍ତୁ ଜାଣିବା ।

1- ଘଡିରେ ଭଗବାନଙ୍କର କି କୌଣସି ପ୍ରକାର ଫୋଟ ଥିବା ଘଡି ଘରେ ଲଗାନ୍ତୁ ନାହିଁ । ଏହା ଘର ପାଇଁ ଶୁଭ ନୁହେଁ । ଗୋଲ୍ କି ଅଣ୍ଡାକାର ଆକୃତି ଥିବା ଘଡି ଘର ପାଇଁ ସର୍ବଶ୍ରେଷ୍ଠ ଆକୃତି ଥିବା ଘଡି ହୋଇଥାଏ ।

2- ଘରେ ଥିବା ଘଡିକୁ ସ୍ବଚ୍ଛ ଓ ପରିଷ୍କାର କରି ରଖନ୍ତୁ । ସମୟ ସମୟରେ ଘଡିରେ ଜମିଯାଇଥିବା ଧୁଳି ମଇଳାକୁ ସଫା କରି ଘଡିକୁ ସୁନ୍ଦର ଓ ପରିଷ୍କାର କରି ରଖନ୍ତୁ । ସମୟ ସହ ଘଡିକୁ ବଦଳାନ୍ତୁ । ପୁରୁଣା ଘଡିକୁ ଯଦି ଚାହୁଁଛନ୍ତି ତେବେ କୌଣସି ଗରିବ ଲୋକଙ୍କୁ ଦାନ ମଧ୍ୟ କରିଦିଅନ୍ତୁ ।

3- ଭାଙ୍ଗିଯାଇଥିବା ଘଡି ଓ ପୁରୁଣା ଅତି ପୁରୁଣା ଘଡି କି ଖରାପ ଘଡିକୁ ଘରେ ରଖନ୍ତୁ ନାହିଁ । କାରଣ ଏହାଦ୍ବାରା ଘରେ ନେଗେଟିଭ ଏନର୍ଜି ସୃଷ୍ଟି ହୋଇଥାଏ । ଯାହାକି ଘରର ଉନ୍ନତିରେ ବାଧା ଆଣିଥାଏ । ଖରାପ ହୋଇଯାଇଥିବା ଘଣ୍ଟାକୁ ଘରେ ପକାଇ ରଖିବା ଦ୍ଵାରା ସେହି ଘରର ବ୍ୟକ୍ତିଙ୍କ ଜୀବନରେ କୌଣସି ପ୍ରକାର ଭଲ ତଥା ନୂଆ ସୁଯୋଗ ଆସିପାରିନଥାଏ । ଯାହା ଦ୍ଵାରା ସେହି ବ୍ୟକ୍ତିକୁ ଜୀବନରେ ସଫଳତା ମିଳିବା କଷ୍ଟ ହୋଇଯାଇଥାଏ ।

4- ଘଡିକୁ ଦକ୍ଷିଣ ଦିଗରେ ଟାଙ୍ଗିବା ଅନୁଚିତ । ଉତ୍ତର, ପୂର୍ବ କିମ୍ବା ପଶ୍ଚିମ ଏହି ଦିଗରେ ଲଗାଇ ପାରିବେ । ଘରର ମୁଖ୍ୟଦ୍ଵାରରେ ଘଡି ଟଙ୍ଗାଇବା ଅନୁଚିତ । ଘଡିର ସମୟକୁ ଠିକ କରି ରଖନ୍ତୁ । ଯଦି ଦରକାର ପଡେ ଘଡିର ସମୟକୁ କିଛି ମିନିଟ ଆଗୁଆ କରିପାରିବେ । କିନ୍ତୁ ଘଡିର ସମୟକୁ ପଛୁଆ କରି ରଖନ୍ତୁ ନାହିଁ ।

5- କ୍ଯାଲେଣ୍ଡରକୁ ପୂର୍ବ କିମ୍ବା ଉତ୍ତର ଦିଗରେ ଟଙ୍ଗାନ୍ତୁ ନାହିଁ । ଏଥିଦ୍ବାରା ଘରେ ବାସ୍ତୁଦୋଷ ସୃଷ୍ଟି ହୋଇଥାଏ । ନୂଆ କ୍ଯାଲେଣ୍ଡର ସହ ପୁରୁଣା କ୍ଯାଲେଣ୍ଡରକୁ ଘରେ ଟଙ୍ଗାନ୍ତୁ ନାହିଁ ।

ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ବିଲକୁଲ ବି ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *