Garuda Purana- କେତେ ଦିନ ଆତ୍ମା ଦ୍ଵିତୀୟ ଜନ୍ମ ପାଏ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏହି ଧରା ପୃଷ୍ଠରେ ପ୍ରାଣୀ ଜନ୍ମ ହୋଇଥାଏ ସତ କିନ୍ତୁ ମୃତ୍ୟୁକୁ ମଧ୍ୟ ପ୍ରାପ୍ତ କରିଥାଏ । କାରଣ ଜନ୍ମ ମୃତ୍ୟୁ ଏହି ବିଦ୍ଧିର ନିୟତି ଅଟେ । ତେଣୁ ଜଣେ ବ୍ୟକ୍ତି ମୃତ୍ୟୁ ପରେ ତା’ ର ଭୌତିକ ଶରୀରରୁ ଆତ୍ମା ବାହାରି ଅନ୍ୟ ଏକ ଶରୀର ଧାରଣ କରିବା ପାଇଁ ବାହାରିଯାଇଥାଏ । ତେବେ ବ୍ୟକ୍ତିର ମୃତ୍ୟୁ ପରେ ଅନ୍ୟ ଶରୀରକୁ ଧାରଣ କରିବାକୁ କେତେ ସମୟ ଲାଗିଥାଏ ।

ସେହି ବିଷୟରେ ଆଲୋଚନା କରିବା । ତେବେ ବ୍ୟକ୍ତି ଯେତେବେଳେ ଜୀବିତ ରହିଥାଏ । ସେତେବେଳେ ତା’ ର ଶରୀରରେ ଆତ୍ମା ରହିଥାଏ । ଯେତେବେଳେ ସେହି ବ୍ୟକ୍ତିର ଜୀବନ କାଳ ସଂପୂର୍ଣ୍ଣ ହୋଇଯାଇଥାଏ । ସେତେବେଳେ ସେହି ବ୍ୟକ୍ତିର ଭୋତିକ ରୂପକ ଶରୀରରୁ ବାହାରି ଅନ୍ୟ ଏକ ଶରୀର ଅନ୍ଵେଷଣରେ ବାହାରିଯାଇଥାଏ ।

ତେବେ ଆତ୍ମା ୨ ପ୍ରକାରର ହୋଇଥାଏ । ଜଣେ ପୂଣ୍ୟ ଆତ୍ମା ଓ ଅନ୍ୟଟି ଦୁରାତ୍ମା । ତେବେ ପୂଣ୍ୟ ଆତ୍ମା ମାନେ ଯେପରି ଯେଉଁ ବ୍ୟକ୍ତି ଜୀବନ କାଳର ସମୟ ଅବଧି ମଧ୍ୟରେ ପୂଣ୍ୟ କାର୍ଯ୍ୟ କରିଥାଏ । ଈଶ୍ଵରଭାବନାରେ ନିଜକୁ ଲୀନ କରିଥାଏ । ତେବେ ଏହିଭଳି ପୂଣ୍ୟଆତ୍ମା ମାନେ ଅଳ୍ପ ସମୟ ମଧ୍ୟରେ ଗୋଟିଏ ଶରୀର ତ୍ୟାଗ କରିସାରିଲା ପରେ ଅନ୍ୟ ଏକ ଶରୀରକୁ ପ୍ରବେଶ କରିଥାନ୍ତି ।

ଦୁରାତ୍ମା ଯେଉଁ ମାନେ ଜୀବନ କାଳର ସମୟ ଅବଧି ମଧ୍ୟରେ ଖରାପ କାର୍ଯ୍ୟରେ ଲୀନ ରହିଛନ୍ତି । ଲୋକ ମାନଙ୍କ ପ୍ରତି ହିଂସାବାଦ ତଥା ଖରାପ ଆଚରଣ କରିଛନ୍ତି । ତେବେ ଏହିପରି ଖରାପ ଆତ୍ମା ମାନେ ଅନ୍ୟ ଏକ ଶରୀରରେ ପ୍ରବେଶ କରିବାକୁ ବହୁତ ସମୟ ଲାଗିଯାଇଥାଏ । ଗରୁଡ ପୁରାଣ ବ୍ଯତୀତ ସନାତନ ଧର୍ମରେ ଏପରି ଏକ ଉପନିଷଦ ଅଛି ।

ଯେଉଁଥିରେ ମଧ୍ୟ ଆତ୍ମା ଗୋଟିଏ ଶରୀରକୁ ତ୍ୟାଗ କରିସାରିଲା ପରେ ଅନ୍ୟ ଏକ ଶରୀରରେ ପ୍ରବେଶ କରିବାକୁ କେତେ କେତେ ସମୟ ଲଗାଇଥାଏ ତାହା ବର୍ଣ୍ଣନା କରାଯାଇଛି । କେତେକ କ୍ଷେତ୍ରରେ ଏକ ଆତ୍ମା ଅନ୍ୟ ଏକ ଶରୀର ଧାରଣ କରିବାକୁ ଏତେ ସମୟ ଲଗାଇଥାଏ କି ତାହା କଳ୍ପନା ମଧ୍ୟ କରାଯାଇପାରିନଥାଏ ।

ତେବେ ଅନ୍ୟ ଏକ କ୍ଷେତ୍ରରେ ସଙ୍ଗେ ସଙ୍ଗେ ଆତ୍ମା ଗୋଟିଏ ଶରୀର ଛାଡି ଅନ୍ୟ ଏକ ଜନ୍ମ ପାଇବାକୁ ବହୁତ କମ୍ ସମୟ ଲଗାଇଥାଏ । ଯେପରି ଏକ ପତ୍ରରୁ ପୋକ ଅନ୍ୟ ଏକ ପତ୍ରକୁ ଯିବା ସମୟରେ ଯେତିକି ସମୟ ଲାଗିଥାଏ । ତେବେ ଉପନିଷଦ ଅନୁସାରେ ୧୦୦ ଭାଗରୁ ୮୫ ଭାଗ ଲୋକଙ୍କର ମୃତ୍ୟୁ ପରେ ଅନ୍ୟ ଏକ ଜନ୍ମ ନେବାକୁ ୩୫ ରୁ ୪୦ ଦିନ ସମୟ ଲାଗିଥାଏ ।

ବାକି ରହିଥିବା ୧୫ ପ୍ରତିଶତ ଲୋକଙ୍କର ଦିତୀୟ ଜନ୍ମ ନେବାକୁ ୧ ରୁ ୩ ବର୍ଷ ସମୟ ଲାଗିଯାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *