କେତେ ବର୍ଷ ପର୍ଯ୍ୟନ୍ତ ଲାଗେ ନାହିଁ ପାପ ? ସବୁ ପାପରୁ ମିଳିଥାଏ କ୍ଷମା !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକ ବ୍ୟକ୍ତିକୁ ତା’ ର କର୍ମ ଅନୁସାରେ ହିଁ ଫଳ ପ୍ରାପ୍ତ ହୋଇଥାଏ । ସେଥିପାଇଁ ବ୍ୟକ୍ତି ଯାହା ମଧ୍ୟ ନ୍ୟାୟ ଅନ୍ୟାୟ କରିଥାଏ । ତାହାକୁ ସେହି ଅନୁସାରେ ଜୀବନରେ ଭାଗ୍ୟ ରୂପରେ ମିଳିଥାଏ । ତେବେ ତେବେ ବ୍ୟକ୍ତିର ଜନ୍ମ ଠାରୁ କେଉଁ ବର୍ଷ ପର୍ଯ୍ୟନ୍ତ କରିଥିବା ପାପର ଶାସ୍ତି ବ୍ୟକ୍ତିକୁ ମିଳିନଥାଏ । ସେହି ବିଷୟରେ ଆଲୋଚନା କରିବା । ଜଣେ ମାଣ୍ଡବ୍ୟ ନାମକ ରୁଷି ଥିଲେ ।

ତାଙ୍କ ଆଶ୍ରମ ପାଖରେ କେତେ ଜଣ ଲୁଟେରା କିଛି ଜିନିଷ ଚୋରୀ କରି ଆଣି ଆସୁଥିଲେ । ସେହି ଲୁଟେରାଙ୍କ ପଛରେ ରାଜାଙ୍କର ସୈନିକ ପଡିଯାଇଥିବାରୁ ଲୁଟେରା କିଛି ଉପାୟ ଚିନ୍ତା କରିଲେ । ସେହି ମାଣ୍ଡବ୍ୟ ରୁଷିଙ୍କ ଆଶ୍ରମରେ ଲୁଟ୍ କରି ଆଣିଥିବା ଜିନିଷ ଗୁଡିକୁ ଲୁଚାଇବା ପାଇଁ ଚିନ୍ତା କରିଲେ । ତାପରେ ମାଣ୍ଡବ୍ୟ ରୁଷିଙ୍କୁ ଭେଟ କରି ଲୁଟେରା ମାନେ ନିଜର ପରିଚୟ ବ୍ୟବସାୟୀ କହିଲେ ।

ଏହା ସହିତ ଏହି ସବୁ ସାମଗ୍ରୀ ମାଣ୍ଡବ୍ୟ ରୁଷିଙ୍କ ରଖିବାକୁ ଅନୁମତି ମାଗିଲେ । ତାପରେ କିଛି ସମୟରେ ଫେରି ଆସିବୁ କହି ୨ ଲୁଟେରା ସେଠାରୁ ଚାଲିଗଲେ । ତାପରେ ରାଜାଙ୍କର ସୈନ୍ୟ ମାନେ ଲୁଟେରା ୨ କୁ ଖୋଜି ଖୋଜି ଆସି ସେହି ଆଶ୍ରମ ନିକଟରେ ପହଞ୍ଚିଗଲେ । ତାପରେ ରୁଷିଙ୍କ ଆଶ୍ରମ ଆଖ ପାଖ ଖୋଜା ଖୋଜି କରିବାରୁ ତାଙ୍କ ନଜରରେ ଲୁଟେରା ମାନେ ଲୁଚେଇଥିବା ଜିନିଷ ସୈନ୍ୟ ମାନଙ୍କ ନଜରରେ ପଡିଗଲା ।

ତାପରେ ସୈନ୍ୟ ମାନେ ସେହି ସବୁ ଜିନିଷକୁ ଜବତ କରିବା ସହିତ ମାଣ୍ଡବ୍ୟ ରୁଷିଙ୍କୁ ଚୋର ଭାବି ରାଜାଙ୍କ ନିକଟକୁ ନେଇଗଲେ । ତାପରେ ସେଠାରେ ରାଜା ଜଣଙ୍କ ରୁଷିଙ୍କୁ ଦେଖି କହିଲେ । ତୁମେ ଜଣେ ସାଧୁ ସନ୍ଥ ହୋଇ ମଧ୍ୟ କିପରି ଭାବରେ ଏହି କାର୍ଯ୍ୟ କରିପାରୁଛ । ତେବେ ମାଣ୍ଡବ୍ୟ ରୁଷିଙ୍କର ଏଥିରେ କିଛି ଭୁଲ ନାହିଁ ବୋଲି ରୁଷି ଜଣଙ୍କ ରାଜାଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କରିଲେ ।

ତଥାପି ରାଜା ରୁଷିଙ୍କର କଥାକୁ ଜମାରୁ ମଧ୍ୟ ନଶୁଣି ରୁଷି ଜଣଙ୍କୁ ଶୂଳୀ ଉପରେ ଚଢାଇବାର ନିସ୍ପତି ନେଇଗଲେ । ତାପରେ ରାଜାଙ୍କର କଥା ଅନୁସାରେ ସୈନ୍ୟ ମାନେ ରୁଷିଙ୍କୁ ନେଇ ଶୂଳୀରେ ଚଢାଇବାର ବ୍ୟବସ୍ତା କରିଲେ । ତାପରେ ଯେତେବେଳେ ରୁଷିଙ୍କୁ ନେଇ ସୈନ୍ୟ ମାନେ ଶୂଳୀରେ ଚଢାଇଦେଲେ । ମାଣ୍ଡବ୍ୟ ରୁଷିଙ୍କର କିଛି ମଧ୍ୟ କ୍ଷତି ହେଲା ନାହିଁ । ତାପରେ ତାପରେ ଏଭଳି ଦୃଶ୍ୟ ଦେଖି ସୈନ୍ୟ ମାନେ ଆଶ୍ଚର୍ଯ୍ୟ ହୋଇ ରାଜାଙ୍କ ନିକଟକୁ ଏହି ଖବର ଦେବାକୁ ଗଲେ ।

ତାପରେ ଏ ସମସ୍ତ କଥା ଶୁଣି ରାଜା ନିଜର ଭୁଲ ବୁଝିପାରିବା ସହିତ ଏଥିରେ ରୁଷିଙ୍କ କିଛି ମଧ୍ୟ ଭୁଲ ନାହିଁ ବୋଲି ଜାଣିବାକୁ ପାଇଲେ । ତାପରେ ରାଜା ରୁଷିଙ୍କୁ ଯାଇ କ୍ଷମା ପ୍ରଥନା କରିଲେ । ତାପରେ ରୁଷି ଜଣଙ୍କ ରାଜାଙ୍କୁ ତାଙ୍କ ଭୁଲ ପାଇଁ କ୍ଷମା କରିଦେଲେ । ହେଲେ ନିଜ ତପ ବଳରେ ଯମରାଜାଙ୍କ ନିକଟକୁ ଗଲେ । ତାପରେ ସେଠାକୁ ଯାଇ ଯମଙ୍କୁ ପଚାରିଲେ । ହେ ଯମରାଜା ମୁଁ ଜୀବନରେ କିଛି ମଧ୍ୟ ପାପ କାର୍ଯ୍ୟ କରିନାହିଁ ।

ତେବେ ବିନା ଭୁଲରେ ମଧ୍ୟ କଣ ପାଇଁ ମୋତେ ଶୂଳୀର ସାମ୍ନା କରିବାକୁ ପଡିଲା । ତାପରେ ଯମରାଜା କହିଲେ । ହେ ମାଣ୍ଡବ୍ୟ ରୁଷି ତମେ ବାଲ୍ୟ କାଳରେ ଛୋଟ ଛୋଟ ପିମ୍ପୁଡି ମାନଙ୍କୁ ତାଙ୍କ ପଛ ପଟେ କଣ୍ଟା ଫୋଡୁଥିଲ । ଏହା ତମ କର୍ମର ହିଁ ଫଳ ତମକୁ ମିଳିଲା । ତେବେ ମାଣ୍ଡବ୍ୟ ରୁଷି ଯମରାଜାଙ୍କୁ କହିଲେ । ଧର୍ମ ଶାସ୍ତ୍ର ଅନୁସାରେ ଅନୁସାରେ ଜନ୍ମ ଠାରୁ ୧୨ ବର୍ଷ ପର୍ଯ୍ୟନ୍ତ ଯାହା ସବୁ କରାଯାଇଥାଏ ।

ତାହାକୁ ଅଧର୍ମ କୁହାଯାଇନଥାଏ । କାରଣ ସେତେବେଳେ ପିଲା ଭୁଲ ଓ ଠିକ ବୁଝିବାର ବୋଧଶକ୍ତି ହୋଇନଥାଏ । ତେବେ ଯମରାଜା ତମେ ମୋର ଏହି ଛୋଟ ବେଳର ବାଲ୍ୟକାଳର ମୂର୍ଖତାକୁ ପାପର ଆକ୍ଷା ଦେବା ଜମାରୁ ମଧ୍ୟ ଉଚିତ ହେଲାନାହିଁ । ତେଣୁ ଜନ୍ମ ଠାରୁ ୧୨ ବର୍ଷ ପର୍ଯ୍ୟନ୍ତ ପିଲା ଅବୋଧ ହୋଇଥିବାରୁ କରାଯାଇଥିବା ଭୁଲକୁ ପାପ ବିଚାର କରାଯାଇନଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *