Health Tips- କେବେ ଖାଇଛନ୍ତି କି ବାସି ରୁଟି ? ଜାଣନ୍ତୁ ଆଶ୍ଚର୍ଯ୍ୟ ଜନକ ଫାଇଦା…

ବନ୍ଧୁଗଣ ବାସି ରୁଟିକୁ କେତେ ଲୋକ ବେକାର ବୋଲି ଭାବିଥାନ୍ତି । ଆଜି ଆମେ ଆପଣଙ୍କୁ କହିବୁ ବସି ରୁଟି ଖାଇବାର କିଛି ଫାଇଦା ବିଷୟରେ । ରାତି ସମୟରେ ଯଦି ରୁଟି ବଳି ପଡିଥାଏ ତାକୁ ଆମେ ପ୍ରାୟତଃ ଫୋପାଡି ଦେଇଥାଉ । କିନ୍ତୁ ଅନେକ ଲୋକ ଜାଣି ନାହାନ୍ତି ବାସୀ ରୁଟି ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଚମତ୍କାରୀ ଲାଭ ଦେଇଥାଏ । ଏହାର ଲାଭ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆପଣ ବି ରାତିରେ ବଳି ଅଡିଥିବା ରୁଟିକୁ ପିଙ୍ଗନ୍ତୁ ନାହି ।

ତାହାକୁ ସକାଳେ ଟିଫିନରେ ବ୍ୟବହାର କରନ୍ତୁ । ଯଦି ଆପଣ ସକାଳୁ ବାସୀ ରୁଟି ଟିଫିନରେ ବ୍ୟବହାର କରନ୍ତି ତେବେ ପୁରା ଦିନ ଏନର୍ଜିଟିକ ରାଇଥାନ୍ତି । କାହିଁକି ନା ବାସି ରୁଟିରେ ଅଧିକ ଫାଇଭର ରହିଥାଏ । ଏହା ଦ୍ଵାରା ଭୋକ କମ ଲାଗିବା ସହ ୱେଟ ଲସ ଦୁଇ ଗୁଣା ହୋଇଥାଏ । ପୂର୍ବରୁ ଲୋକେ ବାସୀ ରୁଟିକୁ ସକାଳେ ଖାଉଥିଲେ ଓ ସୁସ୍ଥ ରହୁଥିଲେ ।

ତାଙ୍କ ପେଟ ବି ବାହାରକୁ ବାହାରୁ ନ ଥିଲା । କିନ୍ତୁ ଆଜିକାଲି ଲୋକେ ମୋଟାପା ସମସ୍ଯା ପାଇଁ ଚିନ୍ତାରେ ରହୁଛନ୍ତି । ଯଦି ସକାଳୁ ବାସି ରୁଟି ଖାଇଥାନ୍ତି ତେବେ ଭୋଜନ ହଜମ ହେବାରେ ଅଧିକ ସାହାଜ୍ଯ ମିଳିଥାଏ । ଏହା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ବି ଠିକ ରହିଥାଏ । ବାସୀ ରୁଟିକୁ ସବୁବେଳେ କ୍ଷୀର ରେ ପକାଇ ଖାଇବା ଉଚିତ ।

ରେଗୁଲାର ବାସୀ ରୁଟି ଖାଇଲେ ଅଗଣିତ ଲାଭ ମିଳିଥାଏ । ଯେମିତିକି ପେଟ ଜନିତ ସମସ୍ଯା ଦେଖାଯାଏ ନାହି । ଏହା ଦ୍ଵାରା ପାଚନ କ୍ରିୟା ଭଲ ହୋଇଥାଏ । ଦିନ ସାରା ଏନର୍ଜିଟିକ ଅନୁଭବ ହେବା ସହ ଆଳସ୍ୟ ଅନୁଭବ କରିବେ ନାହି । ଏହି ବାସି ରୁଟିକୁ କ୍ଷୀରରେ ପକାଇ ଖାଇଲେ ଶରୀରକୁ ଅଧିକ ଶକ୍ତି ମିଳିଥାଏ ।

ଏହାର ଲାଭ ବ୍ଲଡପ୍ରେସର ରୋଗୀ ଉଠାଇ ପାରିବେ । ପ୍ରତିଦିନ କ୍ଷୀରରେ ବାସ ରୁଟି ଖାଇଲେ ବ୍ଲଡ଼ପ୍ରେସର ସମସ୍ଯା ନିୟନ୍ତ୍ରଣ ହୋଇଥାଏ । ଏହାର ଲାଭ ଡାଇବେଟିସ ରୋଗୀ ଉଠାଇପାରିବେ । ଯେଉଁ ମାନଙ୍କୁ ଡାଇବେଟିସ ଅଛି କ୍ଷୀରରେ ମିଠା ନ ପକାଇ ବାସି ରୁଟି ଖାଇବା ଦ୍ଵାରା ସୁଗାର ଲେବଲ କଣ୍ଟ୍ରୋଲ ହୋଇଥାଏ ।

ଯେଉଁ ମାନେ ପତଳା ବା ଶରୀରରୁ ଦୁର୍ବଳ ହୋଇଥାନ୍ତି ସେମାନେ ବାସୀ ରୁଟି ସହ କ୍ଷୀରରେ ସେବନ କରିବା ଉଚିତ । ଏହା ଦ୍ଵାରା ରୋଗ ଜଲ୍ଦି ଦୂର ହେବା ସହ ଶାରୀରିକ ଶକ୍ତି ବଢିଥାଏ । ବାସୀ ରୁଟି କୁ ଭିଟାମିନ, ଫାଇଭର ର ଗନ୍ତା ଘର ବୋଲି ବିଚାର କରାଯାଏ । ପୁରୁଣା ସମୟରେ ଲୋକେ ଏହାର ସେବନ କରୁଥିଲେ ।

ଏଥିପାଇଁ ଏତେ ସହଜରେ ସେମାନଙ୍କୁ କିଛି ରୋଗ ହେଉ ନ ଥିଲା । ଆପଣ ମାନେ ବି ଏବେ ଠାରୁ ବାସି ରୁଟି ଖାଇବା ଆରମ୍ଭ କରି ଦିଅନ୍ତୁ ଓ ଏହାର ଲାଭ ଉଠାନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *