Hair Care tips- ଗୋଟି ଗୋଟି ଧଳା ବାଳ ସବୁଦିନ ପାଇଁ ହେଇଯିବ କଳା, କେବଳ କେଶରେ ଲଗାନ୍ତୁ ଏହି ଜିନିଷ ଆଉ ଦେଖନ୍ତୁ ଚମତ୍କାର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଉଭୟ ପୁରୁଷ ଓ ମହିଳା ନିଜର କେଶକୁ କଳା, ଲମ୍ବା ଓ ସୁସ୍ଥ ରଖିବାକୁ ଚାହିଁଥାନ୍ତି । ତେବେ ବର୍ତ୍ତମାନ ସମୟରେ କେମିକାଲ ଯୁକ୍ତ ସାମ୍ପୁ ଓ ତେଲର ବ୍ୟବହାର ଫଳରେ କେଶ ବହୁତ ଝଡିବା ସହିତ ନିର୍ଜୀବ ହେବାକୁ ଆରମ୍ଭ କରିଥାଏ । ଏହା ଛଡା ବହୁତ ଲୋକଙ୍କର ବୟସ ପୂର୍ବରୁ କେଶ ଧଳା ମଧ୍ୟ ହେବାକୁ ଆରମ୍ଭ କରିଥାଏ । ତେବେ ଏହି କେଶ ପାଇଁ ଏକ ଚମତ୍କାରୀ ରେମିଡି ବିଷୟରେ ଚାଲନ୍ତୁ ଜାଣିବା ।

ତେବେ ଏହି ଉପଚାରକୁ କରିବା ପାଇଁ ୩ ଟି ସାମଗ୍ରୀର ଆବଶ୍ୟକତା ପଡିବ । ସେହି ସବୁ ସାମଗ୍ରୀ ଗୁଡିକ ହେଉଛି ତେଜ ପତ୍ର, ଚାହାପତି ଓ ରଶୁଣର ଆବଶ୍ୟକତା ପଡିବ । ଚାହା ମଧ୍ୟରୁ ମିଳୁଥିବା କେଫିନ ନାମକ ପଦାର୍ଥ କେଶକୁ କଳା କରିବାରେ ବହୁତ ସାହାଜ୍ଯ କରିଥାଏ । ତେଜପତ୍ର କେଶକୁ ପ୍ରାକୃତିକ ଉପାୟରେ ଚମକ ଦେଇଥାଏ ।

ମୁଣ୍ଡରେ ଥିବା ରୂପୀ ଓ ଉଙ୍କୁଣୀ ମଧ୍ୟ ଦୂର କରିଥାଏ । କେଶ ମୂଳରେ ଇନଫେକସନ ଜମିବାକୁ ଦେଇନଥାଏ । ରଶୁଣ ମଧ୍ୟ କେଶ ମୂଳରେ ଥିବା ଇନଫେକସନକୁ ଦୂର କରିଥାଏ । କାରଣ କେଶ ମୂଳର ଇନଫେକସନ ଦୂର ହୋଇଲେ କେଶ ଭଲ ବଢିବା ସହ କେଶ ସୁସ୍ଥ ରହିଥାଏ । ତେବେ ପ୍ରଥମେ ଆପଣ ଗ୍ଯାସରେ ଏକ ପାତ୍ର ବସାଇ ବଶାନ୍ତୁ ।

ତାପରେ ସେହି ପାତ୍ରରେ ୧ ଗ୍ଳାସ ପାଣି ଢାଳନ୍ତୁ । ସେଥିରେ ୨  ଚାମଚ ଚାହାପତି ପକାନ୍ତୁ । ତାପରେ ୧ କୋଲା ରଶୁଣ ପକାନ୍ତୁ । ତାପରେ ସେଥିରେ ୨ ରୁ ୩ ଟି ତେଜପତ୍ର ପକାନ୍ତୁ । ଚାହାପତିରେ ଥିବା ପୋଷକ ପଦାର୍ଥ କେଶ ପାଇଁ ବହୁତ ଭଲ ହୋଇଥାଏ। ତାପରେ ଏହି ପାଣିକୁ ଧିମା ଆଞ୍ଚରେ ଫୁଟିବା ପାଇଁ ଛାଡି ଦିଅନ୍ତୁ । ୧୦ ମିନିଟ ପର୍ଯ୍ୟନ୍ତ ଏହି ପାଣିକୁ ଫୁଟିବା ପାଇଁ ଛାଡିବା ଦ୍ଵାରା ପାଣିରେ ପକାଇଥିବା ସମସ୍ତ ପୋଷକ ତତ୍ଵ ପାଣି ମଧ୍ୟକୁ ଚାଲିଆସିଥାଏ ।

ତାପରେ ଏହି ପାଣି ପ୍ରସ୍ତୁତ ହୋଇଯିବ । ତାପରେ ଏହି ପାଣିକୁ ଥଣ୍ଡା କରି କୌଣସି ଥିରେ ଷ୍ଟୋର କରି ରଖିଦିଅନ୍ତୁ । ଆପଣ ଏହାକୁ ୧ ସପ୍ତାହ ପର୍ଯ୍ୟନ୍ତ ଫ୍ରିଜରେ ରଖନ୍ତୁ । ଆପଣ ଯେତେବେଳେ ଏହାକୁ କେଶରେ ପ୍ରୟୋଗ କରିବେ । ସେତେବେଳେ ୧ ଚାମଚ କଫି ସହିତ ପ୍ରସ୍ତୁତ କରିଥିବା ଚାହାପତି ପାଣିରୁ ୨ ରୁ ୩ ଚାମଚ ମିଶାଇ ଏହାକୁ ଗୋଳାଇ ଦିଅନ୍ତୁ ।

ତାପରେ ଏହାକୁ କେଶରେ ଲଗାନ୍ତୁ । ଏହାକୁ ଲଗାଇବା ପରେ ଆପଣଙ୍କୁ କୌଣସି ରଙ୍ଗ କେଶରେ ଲଗାଇବାକୁ ପଡିବ ନାହିଁ । ଏହାକୁ କେଶରେ ଲଗାଇ ୧ ରୁ ୨ ଘଣ୍ଟା ରଖିବା ପରେ ସାମ୍ପୁ ସହାୟତାରେ କେଶକୁ ଧୋଇ ସଫା କରିଦେବେ । ଦେଖିବେ ଯେଉଁ ସବୁ ଚୁଟି ପାଚିଯାଇଥିବ । ତାହା ଧୀରେ ଧୀରେ ପ୍ରାକୃତିକ ଭାବରେ ମୂଳରୁ କଳା ହେବାକୁ ଆରମ୍ଭ କରିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *