ଦୀପରୁ ଦୀପ କିମ୍ବା ଧୂପକାଠି ଲଗାଇଲେ କେଉଁ ସମସ୍ୟା ଦେଖାଦିଏ… Anuchinta of puja bidhi

ମନୁଷ୍ୟ ଏହି ସଂସାରରେ ସୁଖମୟ ଜୀବନଜାପନ କରିବାକୁ ହେଲେ । ମନୁଷ୍ୟକୁ କେତେ ଗୁଡିଏ ନିୟମ ଓ ଅନୁଶାସନ ପାଳନ କରିବାକୁ ପଡିଥାଏ । ଯେଉଁ ସବୁ ନୀତିନିୟମ ମାନି ଆଗକୁ ବଢିବା ଦ୍ଵାରା ଜୀବନ ସୁଖମୟ ହୋଇଥାଏ । ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନକରି ସେହି ସବୁ ଭଲ ଭଲ ତଥା ଗୁରୁତ୍ଵପୂର୍ଣ୍ଣ ଅନୁଚିନ୍ତା ବିଷୟରେ ଆଜି ଏଠାରେ ଜାଣିବା ।

1- ମହାଦେବଙ୍କୁ କଞ୍ଚାକ୍ଷୀରରେ ଅଭିଷେକ କରାଇବା ଦ୍ଵାରା ସନ୍ତାନ ପ୍ରାପ୍ତିର ଇଛା ରଖୁଥିବା ଲୋକମାନଙ୍କର ମନସ୍କାମନା ପୂରଣ ହୋଇଥାଏ ।

2- ଠାକୁର ଘରେ ସକାଳେ ଓ ସନ୍ଧ୍ୟା ବେଳେ 2 ଟି ଦୀପ ଜାଳିବା ଉଚିତ । ଗୋଟିଏ ତେଲରେ ଓ ଅନ୍ୟଟି ଘିଅରେ ଦୀପ ଜଳାଇବା ବହୁତ ମଙ୍ଗଳ ହୋଇଥାଏ ।

3- ମହିଳା ମାନେ ନିତ୍ୟ ଠାକୁର ପୂଜା କରିବା ଦ୍ଵାରା ସେମାନଙ୍କ ଠାରେ ଭୟଙ୍କର ହୃଦରୋଗ ଏବଂ କ୍ୟାନ୍ସର ରୋଗ ହେବାର ସମ୍ଭାବନା କମ ରହିଥାଏ ।

4- ମହିଳା ମାନେ ନିଜ ଘରେ ପ୍ରତ୍ଯେକ ଦିନ ଠାକୁର ପୂଜା କରିବା ଉଚିତ । ଏହାଦ୍ବାରା ସେମାନଙ୍କ ଅକାଳ ମୃତ୍ୟୁ ଯୋଗ ଦୂର ହୋଇଥାଏ ।

5- ଘରେ ପୂଜା କରିବା ଦ୍ଵାରା ପାରିବାରିକ ସ୍ଥିତି, ପାରିବାରିକ ସମ୍ପର୍କ ଉତ୍ତମ ହୋଇଥାଏ । ଏଥିସହ ଇଶ୍ଵରଙ୍କର କୃପା ମଧ୍ୟ ପ୍ରାପ୍ତ ହୋଇଥାଏ ।

6- ଘରେ କରାଯାଉଥିବା ପୂଜା ଦ୍ଵାରା ବାହାରେ କରାଯାଉଥିବା ପୂଜା ଅପେକ୍ଷା ଅଧିକ ଫଳ ପ୍ରାପ୍ତି ହୋଇଥାଏ ।

7- ଠାକୁରଙ୍କ ମୂର୍ତ୍ତି ସ୍ନାନ କରାଇବା ସମୟରେ ମୂର୍ତ୍ତିକୁ ଆଙ୍ଗୁଠିରେ ରଗଡିବା ଉଚିତ ନୁହେଁ । ଏହା ଅମଙ୍ଗଳ ହୋଇଥାଏ ।

8- ମାଟି, ଗୋବର ଆଦିକୁ ରାତ୍ରୀ କାଳରେ ଏବଂ ଗୋମୁତ୍ରକୁ ସକାଳ ସମୟରେ ଗ୍ରହଣ କରିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ।

9- ଯେଉଁ ଲୋକ ମଳିନ ବସ୍ତ୍ର ପିନ୍ଧି, ମୂଷା କାଟିଥିବା ବସ୍ତ୍ର ପିନ୍ଧି ଏବଂ ମୁଖରୁ ଦୁର୍ଗନ୍ଧ ବାହାରୁଥିବା ବେଳେ ଜପ କରେ । ସେହି ବ୍ୟକ୍ତିର ଅମଙ୍ଗଳ ହୋଇଥାଏ ।

10- ଠାକୁର ପୂଜା ସମୟରେ ଦୀପରୁ ଦୀପ ଲଗାଇବା ଉଚିତ ନୁହେଁ । ଏହା ଦ୍ଵାରା ଦରିଦ୍ରତା ଦେଖାଦେଇଥାଏ । ଏହାଛଡା ରୋଗଗ୍ରସ୍ତ ହେବାକୁ ପଡିଥାଏ ।

ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ପସନ୍ଦ ଆସିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *