କେହି ତୁମର କିଛି ବି କରି ପାରିବେନି ବାସ ଜାଣି ରଖନ୍ତୁ ଏହି 5 Chanakya Niti

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୁନିଆର କେତେକ ପ୍ରମୁଖ ନୀତି ଗୁଡିକ ମଧ୍ୟରୁ ଚାଣକ୍ୟ ନୀତି ଅନ୍ୟତମ । ଚାଣକ୍ୟ ଶାସ୍ତ୍ରରେ ଲିଖିତ ପ୍ରତିଟି କଥାର ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ତେଣୁ ପ୍ରତ୍ଯେକଟି ବ୍ୟକ୍ତି ଚାଣକ୍ୟ ନୀତି ଅନୁସାରେ ପରିଚାଳିତ ହେବା ଦ୍ଵାରା ଜୀବନରେ ଉନ୍ନତିର ମାର୍ଗ ଖୋଜିପାଇଯାଇଥାଏ । ଆଜି ସେହିପରି ଏପରି କିଛି ଚାଣକ୍ୟ ନୀତି ଗୁଡିକ ଜାଣିବାକୁ ପାଇବେ ।

ଯାହା ଦ୍ଵାରା ପରିଚାଳିତ ହେବା ଦ୍ଵାରା କେହି ମଧ୍ୟ ଆପଣଙ୍କର କିଛି କ୍ଷତି କରିପାରିବେ ନାହିଁ । ଯେଉଁ ବ୍ୟକ୍ତି ଭାଗ୍ୟ ଉପରେ ନିର୍ଭର କରି ଚାଲିଥାଏ । ସେ ବ୍ୟକ୍ତି ଜୀବନରେ ସବୁ କ୍ଷେତ୍ରରେ ପଛୁଆ ହୋଇ ରହିଜାଇଥାଏ । ତେଣୁ ଭାଗ୍ୟରେ ଯାହା ଥିବ ତାହା ନିଶ୍ଚୟ ହେବ । ପ୍ରଥମେ ନିଜର କର୍ମ ଉପରେ ପ୍ରାଧାନ୍ୟ ଦେବା ପାଇଁ ପଡିବ । ଯିଏ ନିଜ କର୍ମକୁ ସର୍ବ ପ୍ରଥମ ଗୁରୁତ୍ଵ ଦେଇଥାଏ ।

ସେହି ବ୍ୟକ୍ତି ମାନେ ଜୀବନରେ ବହୁତ ଶୀଘ୍ର ସୁଖ ସମୃଦ୍ଧି ହାସଲ କରିନେଇଥାନ୍ତି । ଯେଉଁ ବ୍ୟକ୍ତି କୌଣସି କାର୍ଯ୍ୟ କରିବାକୁ ମନରେ ଯୋଜନା କରିଥିବ । ସେହି କାର୍ଯ୍ୟକୁ ପୂରଣ ନକରିବା ପର୍ଯ୍ୟନ୍ତ କାହା ସମ୍ମୁଖରେ ମଧ୍ୟ ପ୍ରକାଶ କରିବା ଅନୁଚିତ । ଯେଉଁ ବ୍ୟକ୍ତି ଅର୍ଥ କମାଇବାକୁ, ବିଦ୍ୟା ଗ୍ରହଣ କରିବାକୁ, ଖାଦ୍ୟ ଖାଇବା ସମୟରେ, କାମ କରିବା ସମୟରେ ଲାଜ ନକରି ସେହି କାର୍ଯ୍ୟକୁ କରିଥାଏ ।

ସେ ବହୁତ ଶୀଘ୍ର ସୁଖୀ ବ୍ୟକ୍ତି ହୋଇପାରିଥାଏ । ଯେଉଁ ବ୍ୟକ୍ତି ବ୍ୟକ୍ତି ଧନ କମାଇଥାଏ ସତ କିନ୍ତୁ ଧନକୁ ସଞ୍ଚିତ କରି ରଖିବା ଜାଣି ନଥାଏ । ସେଭଳି ବ୍ୟକ୍ତିର  ସବୁବେଳେ  ଆର୍ଥିକ ସ୍ଥିତି ଖରାପ ରହିଥାଏ । ତେଣୁ ଅର୍ଥ ରୋଜଗାର କରିବା ସହିତ ଆୟ ଓ ବେୟ ମଧ୍ୟରେ ସଂଯମତା ରକ୍ଷା କରିବାକୁ ପଡିଥାଏ । କାରଣ ଯେତେବେଳେ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଇଥାଏ ।

ସେତେବେଳେ ସଞ୍ଚିତ କିଛି ଧନ ମଧ୍ୟ କମିବାକୁ ଲାଗିଥାଏ । ଚାଣକ୍ୟ ନୀତି ଅନୁସାରେ ସବୁବେଳେ ୩ ଟି ଜିନିଷରେ ସନ୍ତୁଷ୍ଟ ରହିବା ଉଚିତ । ପ୍ରଥମେ ନିଜ ସ୍ତ୍ରୀ, ଦିତୀୟ ମିଳୁଥିବା ଭୋଜନ ଓ ତୃତୀୟରେ ଅର୍ଜିତ ଧନ । ଯଦି ଏହି ୩ ଥିରେ ନିଜକୁ ସନ୍ତୁଷ୍ଟ ହୋଇ ରହିପାରିଲେ ।

ତେବେ ଜୀବନ ଶାନ୍ତିମୟ ହୋଇରହିପାରିବ । ଏହା ଛଡା ୩ ଟି ଜିନିଷରେ କେବେ ମଧ୍ୟ ସନ୍ତୁଷ୍ଟ ହୋଇ ନହୋଇ ସବୁବେଳେ ତା’ ଠାରୁ କିଛି ଅଧିକ କରିବା ଉଚିତ । ପ୍ରଥମେ ବ୍ୟକ୍ତିର ଅଭ୍ଯାସ, ଭଗବାନଙ୍କ ନାମ ସ୍ମରଣ ଓ ପର ଉପକାର । ଏହି କାମକୁ ଯେତେ ଅଧିକ କରିବ । ସେତେ ଆପଣଙ୍କ ପାଇଁ ଭଲ ରହିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *