( କଇଁଛ ମୁଦି ) କିଏ ଏବଂ କିପରି ପିନ୍ଧିଲେ ହୋଇଥାଏ ଧନୀ ! Vastu Tips

ବନ୍ଧୁଗଣ ଆଜିକାଲି ଅନେକ ଲୋକ ନିଜ ଆଙ୍ଗୁଠିରେ କଇଁଛର ମୁଦି ପିନ୍ଧୁଛନ୍ତି । ବହୁତ ଲୋକ କଇଁଛର ମୁଦି ପିନ୍ଧୁଛନ୍ତି ସତ ହେଲେ ତାହାର ସଠିକ ବ୍ୟବହାର ସମ୍ପର୍କରେ ଅନେକ ଲୋକ ଜାଣିନାହାନ୍ତି । ତେବେ ଆଜି ଆମେ ଆପଣଙ୍କୁ କହିବାଉ ଯାଉଛୁ । କିଏ ଏବଂ କିପରି କଇଁଛର ମୁଦି ପିନ୍ଧିବା ଦ୍ଵାରା ବ୍ୟକ୍ତିର ଭାଗ୍ୟ ଚମକି ଉଠିଥାଏ ସେହି ବିଷୟରେ ଏଠାରେ ଆଲୋଚନା କରିବା ।

1- କଇଁଛର ମୁଦି ସାଧାରଣତଃ ରୂପାର କଇଁଛ ମୁଦି ହୋଇଥିବା ଆବଶ୍ୟକ ହୋଇଥାଏ । କାରଣ ଏହା ଜଳ ତତ୍ଵ ଅଟେ । ହେଲେ ବ୍ୟକ୍ତି ଚାହିଁଲେ । ନିଜ ରାଶି ଅନୁସାରେ ଧାତୁ ପରିବର୍ତ୍ତନ କରି ସେହି ଅନୁଯାଇ ଏକ ଧାତୁର କଇଁଛ ମୁଦି ନିଜ ଆଙ୍ଗୁଠିରେ ଧାରଣ କରିପାରିବେ । ହେଲେ କଇଁଛଟି ରୂପାର ହୋଇଥିବା ବେଳେ ତା’ ର ତଳ ଭାଗଟି ଅନ୍ୟ ଧାତୁର ହୋଇପାରିବ ।

2- କଇଁଛର ମୁଦିକୁ ଡାହାଣ ହାତରେ ପିନ୍ଧି ପାରିବେ । ନାରୀ ଅବା ପୁରୁଷ କେବଳ ଡାହାଣ ହାତରେ ହିଁ ଏହି ମୁଦି ପିନ୍ଧନ୍ତୁ । କନିଷ୍ଠ, ତର୍ଜନୀ ଓ ବୃଦ୍ଧା ଆଙ୍ଗୁଠିରେ କଇଁଛ ମୁଦି ପିନ୍ଧିବା ଅନୁଚିତ । ଏହାକୁ କେବଳ ମଧ୍ୟମା ଓ ଅନାମିକା ଆଙ୍ଗୁଳିରେ ପିନ୍ଧି ପାରିବେ ।

3- ମେଷ ରାଶି, ସିଂହ ରାଶି, ଧନୁ ରାଶି ଓ କୁମ୍ଭ ରାଶିର ଲୋକେ ଏହି କଇଁଛର ମୁଦି ପିନ୍ଧିବା ଦ୍ଵାରା ତାଙ୍କୁ ବହୁତ ଶୁଭଫଳ ମିଳିଥାଏ । ଏହି ରାଶିର ବ୍ୟକ୍ତିଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରି ଯାଇଥାଏ ।

4- କନ୍ୟା ରାଶି, ରାଶି, ମୀନ ରଶି, ବିଛା ରାଶିର ବ୍ୟକ୍ତିଙ୍କ ପାଇଁ କଇଁଛ ମୁଦି ପିନ୍ଧିବା ଶୁଭଦାୟକ ହୋଇନଥାଏ । ଏହି ରାଶିର ଲୋକ ଏହି କଇଁଛର ମୁଦି ପିନ୍ଧିବା ଅନୁଚିତ । ବାକି ଅନ୍ୟ ସବୁ ଯେଉଁ ରାଶି ଗୁଡିକ ରହିଲେ । ସେମାନଙ୍କ ପାଇଁ ଏହି ରାଶିଟି ମଧ୍ୟମଧରଣ ଫଳ ଦେଇଥାଏ ।

5- କଇଁଛର ମୁଦିକୁ ଶୁକ୍ରବାର ଦିନ କିଣିବା ସହ ଶୁକ୍ରବାର ଦିନ ପିନ୍ଧିବା ଦ୍ଵାରା ବହୁତ ଲାଭ ହୋଇଥାଏ । ଦିନ ବେଳା ଅର୍ଥାତ ସୂର୍ଯ୍ୟାସ୍ତ ପୂର୍ବରୁ ହିଁ ଏହି ମୁଦିକୁ ପିନ୍ଧିବାର ନିୟମ ରହିଛି ।

6- ଯେତେବେଳେ କଇଁଛର ମୁଦି ପିନ୍ଧିବାର ଥିବ । ସେତେବେଳେ ତାହାକୁ କିଣି ଗଙ୍ଗା ଜଳରେ ଧୋଇ ତାହା ଉପରେ ପଞ୍ଚାମୃତ ସିଂଚନ କରିବା ସହ ଲକ୍ଷ୍ମୀ ନାରାୟଣଙ୍କ ପାଖରେ ରଖି ତାହାର ପୂଜା କରିବା ପରେ ଯାଇ ତାହାକୁ ନିଜ ଆଙ୍ଗୁଠିରେ ଧରଣ କରନ୍ତୁ ।

ଏହି ସବୁ ନିୟମ ମାନି କଇଁଛର ମୁଦିକୁ ପିନ୍ଧିବା ଦ୍ଵାରା ପ୍ରଭୁ ନାରାୟଣ ଓ ମାତା ଲକ୍ଷ୍ମୀଙ୍କ ଆଶ୍ରୀବାଦ ମିଳିବା ସହ ଘରେ ସୁଖ, ଶାନ୍ତି ଓ ସମୃଦ୍ଧିର ବିକାଶ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

 

Leave a Reply

Your email address will not be published. Required fields are marked *