ପ୍ରସିଦ୍ଧ ଶୈବପୀଠ ହୁମା ମନ୍ଦିରର ରହସ୍ୟ ! ପ୍ରକୃତରେ କ’ଣ ମାଛ ଧରିଲେ, ଲୋକ ହୋଇଯିବେ ପ୍ରସ୍ତର…Huma Temple Mystery

ହୁମା ମନ୍ଦିରର ରହସ୍ୟ ! ହଁ ଆଜ୍ଞା ବହୁ ପ୍ରାଚୀନ କାଳରୁ ହୁମା ମନ୍ଦିର ନାମେ ପୂଜା ପାଇ ଆସିଥିବା ଏହି ଶୈବପୀଠ ପଛରେ ଅନେକ ରହସ୍ୟ ଲୁଚି ରହିଛି । ସତରେ କ’ଣ ଏହି ମନ୍ଦିର ବକ୍ର । ଏହି ମନ୍ଦିର ପାଖରେ ଥିବା ନଦୀରୁ ମାଛ ଧରିଲେ କଣ ଲୋକ ପଥର ପାଲଟି ଯାଆନ୍ତି । ତେବେ ଏହି ମନ୍ଦିରକୁ ନେଇ ରହିଥିବା ରୋଚକପୂର୍ଣ୍ଣ ରହସ୍ୟ ସମ୍ପର୍କ ବିଷୟରେ ଚାଲନ୍ତୁ ଏଠାରେ ବିସ୍ତାର ରୂପେ ଜାଣିବା । ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଏକ ଗ୍ରାମର ହୋତା ପରିବାରର ଗୋଟେ ଗାଈ ଥିଲା ।

ଗୋଟେ ଗାଈ ଚରାଳୀ ପ୍ରତିଦିନ ସେହି ଗାଈକୁ ମହାନଦୀ କୁଳକୁ ଚରାଇବା ନିମନ୍ତେ ନେଇକି ଯିବା ସହ ସନ୍ଧ୍ଯା ବେଳକୁ ଘରକୁ ନେଇ ଫେରୁଥିଲେ । ହେଲେ ଏହାରି ଭିତରେ ସେହି ଗାଈର ଯିଏ ମାଲିକ ଅର୍ଥାତ ହୋତା ବାବୁ ସେ ଅନୁମାନ କରିଲେ । ଯେ ତାଙ୍କ ଗାଈ ଆଉ ଆଗ ଭଳି ଅଧିକ କ୍ଷୀର ନଦେଇ କ୍ଷୀର ଦେବା ପରିମାଣ କମାଇ ଦେଇଛି । ତାପରେ ଏହି କଥା ଗାଈର ମାଲିକ ଗାଈ ଚରାଳୀକୁ ଯାଇ ପଚାରି ଥିଲେ । ତାପରେ ଦିନେ ଗାଈର ମାଲିକ ଗାଈର ଲାଞ୍ଜ ଧରି ଗାଈ ଚରାଇବାକୁ ଗଲେ ।

ତାପରେ ସେଠାରେ ସେ ଦେଖିବାକୁ ପାଇଲେ । ଯେ ତାଙ୍କ ଗାଈ ମହାନଦୀ କୁଳରେ ଥିବା ଏକ ପଥର ଉପରେ ନିଜର କ୍ଷୀରକୁ ଢାଳୁଛି । ତାପରେ ହୋତା ବାବୁ ଅନୁମାନ କରିଥିଲେ । ଯେ ସେହି ପଥରଟି ଏକ ଶିବଲିଙ୍ଗ ସଦୃଶ ଦେଖାଯାଉଥିବାରୁ ସେଠାରେ ପ୍ରଭୁ ଭୋଳାଶଙ୍କର ବିଜେ କରିଛନ୍ତି । ତାପରେ ହୋତା ବାବୁ ପ୍ରତିଦିନ ସେଠାକୁ ଯାଇ ପ୍ରଭୁଙ୍କର ପୂଜା କରୁଥିଲେ ।

ଏହାରି ଭିତରେ ଏହି କଥା ତତ୍କାଳୀନ ସମ୍ବଲପୁରର ରାଜା ବଳରାମ ଦେଓଙ୍କ କାନରେ ପଡିଥିଲା । ତାପରେ ଏହିପରି କିଛି ଦିନ ଗଲା ପରେ ରାଜାଙ୍କୁ ପ୍ରଭୁ ଶଙ୍କରର ସ୍ଵପ୍ନାଦେଶ ହୋଇଥିଲା । ଯେ ସେହି ସ୍ଥାନରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯିବ । ତାପରେ ସମ୍ବଲପୁରର ରାଜାଙ୍କ ପ୍ରଚେଷ୍ଟା କ୍ରମେ ବହୁ ବର୍ଷ ଧରି ମନ୍ଦିରର ନିର୍ମାଣ କାର୍ଯ୍ୟ ଚାଲି ଶେଷରେ ସେଠାରେ ଶିବମନ୍ଦିରର ନିର୍ମାଣ ସଂପୂର୍ଣ୍ଣ ହୋଇଥିଲା ।

ହେଲେ ସେହି ଶୈବପିଠର ନାମ ହୁମା ରଖିବା ପଛର କାରଣଟି ହେଉଛି । ଗାଈ ନିଜ ରଡିରେ ସବୁବେଳେ ହମା ହମା କରିଥାଏ । ସେହି କାରଣରୁ ମନ୍ଦିରର ନାମ ଏଭଳି କିଛି କଥାକୁ ଆଧାର କରି ହୁମା ରଖାଯାଇଥିଲା । ତେବେ ଏହି ହୁମା ମନ୍ଦିରକୁ ନେଇ ଏକ ରୋଚକପୂର୍ଣ୍ଣ ଘଟଣା ମଧ୍ୟ ରହିଛି । ସ୍ଥାନୀୟ ଲୋକଙ୍କ ମତରେ ଜଣେ ମହିଳା ନିଜ ସ୍ଵାମୀଙ୍କ ସହ ହୁମା ମନ୍ଦିର ନିକଟସ୍ଥ ମହାନଦୀରେ ଜାଲ ପକାଇ ମାଛ ଧରୁଥିଲା । ତାପରେ ମାଛକୁ ଆଣି ଯେତେବେଳେ ମହିଳାଟି ପନିକିରେ କାଟିବାକୁ ଲାଗିଥିଲା ।

ସେତେବେଳେ ମହିଳା ଜଣଙ୍କର ଶରୀର ଏକ ପଥର ପାଲଟି ଯାଇଥିଲା । ସେହି ଦିନଠାରୁ ଲୋକକଥା ଅନୁଯାଇ ସେହି ହୁମା ମନ୍ଦିର ନିକଟସ୍ଥ ନଦୀରୁ କେହି ଲୋକ ମାଛ ଧରିବାକୁ ସାହସ ମଧ୍ୟ କରନ୍ତି ନାହିଁ । ତେବେ ହୁମା ମନ୍ଦିର ବକ୍ର ହେବା ପଛରେ ମଧ୍ୟ କିଛି ଲୋକକଥା ରହିଅଛି । ଅନେକ ଲୋକଙ୍କ କହିବା ଅନୁଯାଇ ମହାନଦୀରେ ଥରେ ବାତ୍ୟା ଆସିବା କାରଣରୁ ସେହି ବାତ୍ୟାର କୁ-ପ୍ରଭାବରେ ହୁମା ମନ୍ଦିରଟି ବକ୍ର ମନ୍ଦିର ପାଲଟି ଯାଇଥିଲା । ବନ୍ଧୁଗଣ ଆଶା କରୁଛୁ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିବ । ତେବେ ପେଜକୁ ଗୋଟିଏ ଲାଇକ୍ ଓ ଶେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *