ଜୀବନରେ ମୋର ଏହି 3 ଟି କଥାକୁ ସବୁ ବେଳେ ମନେ ରଖିବେ, କେବେ ବି ଜୀବନରେ ହାରିବେ ନାହିଁ (Dr A.P.J Abdul Kalam motivational Speech) 

ନମସ୍କାର ବନ୍ଧୁଗଣ, ଆପଣ ମାନେ ତ ଆମ ଭାରତର ପୂର୍ବରୁ ରାଷ୍ଟ୍ରପତି ଥିବା ଡକ୍ଟର A.P.J ଅବଦୁଲ କାଲାମଙ୍କୁ ଜାଣିଥିବେ ନିଶ୍ଚୟ । ତାଙ୍କ ସ୍ଵଭାବ ଏବଂ କାର୍ଯ୍ୟ ଦକ୍ଷତା ସମସ୍ତଙ୍କ ମନକୁ ଜିତିଥିଲା । ସେ ଜଣେ ବହୁତ ଭଲ ବ୍ୟକ୍ତିତ୍ବ ଥିବା ସହ ଅନ୍ୟକୁ ପ୍ରୋତ୍ସାହନ ଯୋଗାଇ ଦେଉଥିଲେ ସର୍ବଦା ଆଗକୁ ବଢିବା ପାଇଁ । ତାଙ୍କ କଥାକୁ ଅନେକ ଲୋକ ଉପଦେଶ ଭାବି ଅନୁସରଣ ମଧ୍ୟ କରନ୍ତି । ତେବେ ଆଜି ଆମେ ଜାଣିବା ଅବଦୁଲ କାଲାମ କହିଥିବା ତିନୋଟି ମୁଖ୍ୟ କଥା ସମ୍ପର୍କରେ ଯାହା ଆପଣଙ୍କୁ ଆପଣଙ୍କ ଜୀବନରେ ଉଚିତ ମାର୍ଗ ଦେଖାଇବ ।

୧- ଅବଦୁଲ କାଲାମ ଇଶ୍ରୋରେ ସିନିୟର ସାଇଣ୍ଟିଷ୍ଟ ଭାବରେ କାର୍ଯ୍ୟରତ ଥିବା ବେଳେ ତାଙ୍କ ଜୁନିୟର ସାଇଣ୍ଟିଷ୍ଟ ତାଙ୍କୁ ପିଲା ମାନଙ୍କୁ ବିଜ୍ଞାନ ମେଳା ବୁଲାଇ ନେବା ପାଇଁ ୪ଟା ବେଳେ ଘରକୁ ଯିବା ପାଇଁ ଛୁଟି ମାଗିଲେ ଆଉ ଅବଦୁଲ କାଲାମ ହଁ ମଧ୍ୟ କହିଲେ । କିନ୍ତୁ ପରେ ସେହି ଜୁନିୟର ସାଇଣ୍ଟିଷ୍ଟ ଜଣଙ୍କ ତାଙ୍କ କାମରେ ଏତେ ମଜିଗଲେ ଗଲେ କି ୪ଟା ବେଳେ ଘରକୁ ଯିବା କଥା ଭୁଲିଗଲେ ।

ଆଉ ମନେ ପଡିଲା ବେଳକୁ ହୋଇଥାଏ ରାତି ୯ । ମନ ଦୁଃଖରେ ଘରକୁ ଗଲେ । ଘରକୁ ଯାଇ ଦେଖିଲା ବେଳକୁ ଅବଦୁଲ କାଲାମ ତାଙ୍କ ପିଲାମାନଙ୍କୁ ବିଜ୍ଞାନ ମେଳା ବୁଲାଇ  ଆଣିଛନ୍ତି । ଅବଦୁଲ କାଲାମ କହିଲେ ଆମେ ପାଖରେ କାମ କରିଥିବା ବ୍ୟକ୍ତି କିମ୍ବା ସାଙ୍ଗ ହୁଅନ୍ତୁ କିମ୍ବା ଅନ୍ୟ କେହି ବି ସର୍ବଦା ଆମକୁ ତାଙ୍କ କଥାର  ମଧ୍ୟ ଧ୍ୟାନ ରଖିବା ସହ ଯତ୍ନ ନେବା ଦରକାର ତେବେ ଯାଇ ଜୀବନରେ ମହତ ମଣିଷ ହୋଇପାରିବା ।

୨-   A.P.J ଅବଦୁଲ କାଲାମ ନିଜକୁ ଜଣେ ସାଧାରଣ ମଣିଷ ବୋଲି ଭାବୁଥିଲେ । ସବୁବେଳେ ସର୍ବସାଧାରଣ ଭଳି ଜୀବନ କଟାଇ ଲୋକଙ୍କ ନିକଟତର ହେଉଥିଲେ  ଅବଦୁଲ କାଲାମ । ଅବଦୁଲ କାଲାମ ଗୀତା ଏବଂ କୋରାନ ଉଭୟ ଗ୍ରନ୍ଥକୁ ଅଧ୍ୟୟନ କରୁଥିଲେ । ଆଉ କହୁଥିଲେ ଦୁଇଟିର ମୂଲ୍ୟ ସମାନ ଅଟେ ।

ସବୁବେଳେ ଏହା କହୁଥିଲେ ସତ ଜ୍ଞାନ ଯେଉଁଠାରୁ ବି ମିଳୁଛି ସେଠାରୁ ଅଧ୍ୟୟନ କରିବା ଉଚିତ । ମଣିଷ ଯେତେ ଉପରକୁ ଗଲେ ମଧ୍ୟ କେବେ ଅହଂକାରି ହେବା ଉଚିତ ନୁହେଁ । ନିଜକୁ କେବେ ମଧ୍ୟ ଅନ୍ୟ ମାନଙ୍କ ଠାରୁ ବଡ  ଭାବିବା ଉଚିତ ନୁହେଁ । ଜ୍ଞାନ ଆହରଣ କରିବା ସମୟରେ ଜାତି ଧର୍ମ ଛୋଟ ବଡ ଇତ୍ୟାଦି  ଦେଖିବା ଅନୁଚିତ ।

3- ମଣିଷ ନିଜ ଜୀବନରେ ଯେତେ ଉପର ସ୍ତରକୁ ଗଲେ ମଧ୍ୟ ନିଜ ତଳେ ଥିବା ଏବଂ ପୂର୍ବରୁ ଯୋଡି ହୋଇ ରହିଥିବା ଲୋକମାନଙ୍କୁ ଭୁଲିଯିବା ଉଚିତ ନୁହେଁ । ସବୁ ମଣିଷକୁ ଭଲ ପାଇବା ଦରକାର ଏବଂ ସମ୍ମାନ ଦେବା ଅବଶ୍ୟକ । ଦୁନିଆରେ ସବୁ ମଣିଷ ସମାନ ଅଟନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *