ଝିଟିପିଟି ଦେଖିବା ଓ ଦେହ ଉପରେ ପଡିବାର ଅର୍ଥ ଶୁଭ ନ ଅଶୁଭ, ଜାଣନ୍ତୁ

ପ୍ରତ୍ୟକଙ୍କ ଘରେ ଝିଟିପିଟି ଦେଖିବାକୁ ମିଳିଥାଏ । ଯଦି ଝିଟିପିଟି କାହା ଉପରେ ପଡେ ତାହାଲେ ଏହାକୁ ଅଶୁଭ ବୋଲି ମାନା ଯାଇଥାଏ । ଯଦି କୌଣସି ଖାଦ୍ୟରେ ପଡ଼ିଯାଏ ତେବେ ସେ ଖାଦ୍ୟକୁ ତୁରନ୍ତ ଫୋପାଡ଼ି ଦିଆଯାଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଝିଟିପିଟି ସବୁବଳେ ଅଶୁଭ ସଙ୍କେତ ଦେଇନଥାଏ । ଏହା ସହିତ ଶୁଭ ସଙ୍କେତ ମଧ୍ୟ୍ୟ ଦେଇଥାଏ । ଯଦି ଆପଣଙ୍କୁ ଝିଟିପିଟି ମାଧ୍ୟମରେ କୌଣସି ସଙ୍କେତ ମିଳିଥାଏ ତେବେ ଏହାକୁ ଆପଣ ଅଣଦେଖା କରନ୍ତୁ ନାହିଁ ।

କାରଣ ତାହା ଆପଣଙ୍କ ପାଇଁ ଶୁଭ ସଙ୍କେତ କିମ୍ବା ଅଶୁଭ ସଙ୍କେତ ହୋଇଥାଇପାରେ । ତେବେ ଆସନ୍ତୁ ଜାଣିବା ଝିଟିପିଟି ପଡିବା ଶୁଭ କିମ୍ବା ଅଶୁଭ ହୋଇଥାଏ । ଯଦି ଆପଣ କୌଣସି କାର୍ଯ୍ୟରେ ଘର ବାହାରକୁ ଯାଇଛନ୍ତି ଓ ଘରକୁ ଫେରିବା ପରେ ଆପଣଙ୍କ ଘର ଦୁଆର ମୁହଁରେ ଯଦି ଆପଣ ଝିଟିପିଟି ଦେଖୁଛନ୍ତି ତାହାଲେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ଆପଣ ଭବିଷ୍ୟତରେ କିଛି ସଫଳତା ପାଇବାକୁ ଯାଉଛନ୍ତି ।

ଯଦି ଆପଣ କୌଣସି ଘର କିମ୍ବା ଫ୍ଲାଟ କିଣିବାକୁ ଯାଉଛନ୍ତି ଓ ସେହି ଘରେ ଯଦି ଝିଟିପିଟି ମରିକି ପଡିଥାଏ, ତେବେ ଏହା କୌଣସି ଭଲ ସଙ୍କେତ ହୋଇନଥାଏ । ଯଦି କୌଣସି ଝିଟିପିଟି ମୁଣ୍ଡର କେଶରେ ପଡିଯାଏ । ତେବେ ଆପଣ କୌଣସି ଅସୁବିଧାରେ ପଡି ପାରନ୍ତି । ଯଦି ଏହା ବ୍ୟତୀତ ଶରୀରର କୌଣସି ସ୍ଥାନରେ ପଡେ ତେବେ ଆଦୌ ଭୟକରନ୍ତୁ ନାହିଁ । ଏହା ଆପଣଙ୍କୁ ଅଧିକ ଧାମ ପ୍ରାପ୍ତିର ସଙ୍କେତ ଦେଇଥାଏ ।

ଝିଟିପିଟି ଅଣ୍ଟା ଉପରେ ପଡିଲେ ଆପଣଙ୍କର ଧନ ପ୍ରାପ୍ତି ହୋଇଥାଏ । ଯଦି ଝିଟିପିଟି ଆମ ଶରୀରର ବାମ ପାର୍ଶ୍ଵରେ ପଡିଲେ ତେବେ ଆମ ପାଇଁ ଦୁଃଖ ଆଣିଦିଏ । ଆଉ ଯଦି ଶରୀରର ଡାହାଣ ପାର୍ଶ୍ଵରେ ପଡେ ତେବେ ତାହା ସୁ ହ ସଂକେତ ହୋଇଥାଏ । ଯଦି ବେକ ଉପରେ ପଡେ ତେବେ ସଂମ୍ନାନ ବୃଦ୍ଧି ହୋଇଥାଏ ଓ କାନ ଉପରେ ପଡେ ତେବେ ଆୟୁଷ ବୃଦ୍ଧି ହେବା ସହିତ ଆଳଙ୍କାର ଯୋଗ ମଧ୍ୟ ରହିଥାଏ ।

ଆଖି ଉପରେ ପଡିଲେ ବନ୍ଧୁ ମିଳନର ସୁଯୋଗ ମିଳିଥାଏ । ନାକ ଉପରେ ପଡିଲେ ସୁଗନ୍ଧିତ ଦ୍ରବ୍ୟର ସୁଯୋଗ ମିଳିଥାଏ । ଏହା ପିଠିରେ ପଡିଲେ ଭୁ ସମ୍ପତ୍ତି ଲାଭ ହୋଇଥାଏ । ଡାହାଣ ହାତରେ ପଡିଲେ ଧନ ଲାଭ ହୋଇଥାଏ । ମୁହଁ ଉପରେ ପଡିଲେ ସୁସ୍ୱାଦୁ ଭୋଜନ ଲାଭ ହୋଇଥାଏ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *