ଝିଅ ମାନେ କେଉଁ ଘରେ ଜନ୍ମ ନେଇଥାନ୍ତି ? ଝିଅ ଜନ୍ମ ପାଇଁ ଏମିତି ଘର ବାଛିଥାନ୍ତି ଭଗବାନ

ନମସ୍କାର ବନ୍ଧୁଗଣ ,  ଆଧୁନିକ ଯୁଗରେ ସମାଜ ଏତେ ଆଗକୁ ବଢିବା ପରେ ମଧ୍ୟ କିଛି କିଛି ସ୍ଥାନରେ ଦେଖାଯାଇଥାଏ ପୁରୁଷ ସମାଜ । ଆଜି ମଧ୍ୟ ଘରେ ଝିଅ ଜନ୍ମ ହେଲେ ଦୁଃଖ ର  ପରିବେଶ  ଦେଖିବାକୁ ମିଳିଥାଏ । ଲୋକମାନେ ଚିନ୍ତା କରନ୍ତି  ଯେ ପୁଅ ଜନ୍ମ ହେଲେ ଘର ର ବଂଶ ଆଗକୁ ବଢିଥାଏ । କିନ୍ତୁ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ ଝିଅମାନେ ସେହି ଘରେ ଜନ୍ମ ନିଅନ୍ତି ଯେଉଁ ଠାରେ ଇଶ୍ଵର ଚାହିଥାନ୍ତି ।

ଶାସ୍ତ୍ର ଅନୁସାରେ ଯେଉଁ ଲୋକମାନେ ପୂର୍ବ ଜନ୍ମରେ ପୂଣ୍ୟ କାମ କରିଥାନ୍ତି ସେମାନଙ୍କୁ ଏହି ଜନ୍ମରେ ଝିଅ ସନ୍ତାନ ପ୍ରାପ୍ତ କରିଥାନ୍ତି । ଯେଉଁ ଘରେ ଝିଅ ଜନ୍ମ ହୋଇଥାନ୍ତି ସେହି ଘର ସ୍ଵର୍ଗ ପାଲଟି ଯାଇଥାଏ , କାରଣ ପୁରୁଷ କେବଳ ଗୋଟାଏ କୁଳ କୁ ଆଗକୁ ନେଇକି ଯାଇଥାଏ । ମାତ୍ର ଝିଅ ଦୁଇଟି କୁଳ କୁ ଆଗେଇ ଥାଏ । ବିବାହ ପୂର୍ବରୁ ଝିଅ ହୋଇ ବାପାମା’ଙ୍କର ଦାୟିତ୍ଵ ନେଇଥାଏ ଓ ବିବାହ ପରେ ବୋହୁ ହୋଇ ସମସ୍ତ କର୍ତ୍ତବ୍ୟ କୁ ତୁଲାଇଥାଏ ।

କୁହାଯାଏ ଯେ ଝିଅମାନେ ପିଣ୍ଡ ଦାନ କରିପାରିବେ ନାହିଁ , ମାତ୍ର ଏହା ଭୁଲ ଅଟେ କାରଣ ରାମାୟଣ ରେ ବର୍ଣ୍ଣନା କରାଯାଇଛି ଯେ ଯେବେ ରାଜା ଦର୍ଶରଥଙ୍କ ମୃତ୍ୟୁ ହୋଇଥିଲା । ସେହି ସମୟରେ ତାଙ୍କ ବୋହୁ ମାତା ସୀତା ତାଙ୍କ ପିଣ୍ଡଦାନ କରିଥିଲେ ଓ ସେ ମୁକ୍ତି ପ୍ରାପ୍ତ ହୋଇଥିଲେ । ଏହା ବ୍ୟତୀତ ପ୍ରାଚୀନ ଶାସ୍ତ୍ର ରେ ଲେଖାଯାଇଛି ଯେ  ଝିଅମାନେ ପିତାମାତାଙ୍କ ପିଣ୍ଡଦାନ କରିପାରିବେ ।

ଯେଉଁ ଘରେ ଝିଅ ଜନ୍ମ ହୋଇଥାନ୍ତି ସେହି ଘର ର ଲୋକମାନେ ଚିନ୍ତା କରିଥାନ୍ତି କି ଝିଅପିଲାମାନଙ୍କୁ ଅଧିକ ପାଠ ପଢାଇବା କଥା ନୁହେଁ ସେମାନଙ୍କୁ ଶୀଘ୍ର ବିବାହ କରି ପଠେଇ ଦେବା ଉଚିତ୍ । ମାତ୍ର ଏହା କରିବା ଦ୍ଵାରା ଆପଣ ସେହି ଝିଅ ର ଭବିଷ୍ୟତ କୁ ଅନ୍ଧକାର କରିଥାନ୍ତି । ଝିଅମାନଙ୍କୁ ମା ‘ ଲକ୍ଷ୍ମୀଙ୍କ ସ୍ୱରୂପ ମାନାଯାଇଥାଏ ଓ ମା ‘ ଲକ୍ଷ୍ମୀ ସେହି ଘରେ ଆସିଥାନ୍ତି ଯେଉଁ ଘରେ ଝିଅପିଲାମାନଙ୍କୁ ପାଳିବାର କ୍ଷମତା ରଖିଥାନ୍ତି ।

ଝିଅମାନେ ସର୍ବଦା ଉଭୟ ପରିବାର ପାଇଁ ଚିନ୍ତା କରିଥାନ୍ତି , ଝିଅ ତ ପିତାମାତା ଙ୍କୁ କେବେ ଭୁଲିନ ଥାଏ ତାଙ୍କ  ପାଇଁ ଚିନ୍ତା କରିଥାଏ ଓ ସମୟ ଆସିଲେ ତାଙ୍କ ଭାର କୁ ବହନ କରିବାର କ୍ଷମତା ରଖିଥାଏ  । ଝିଅ କେବେ ତାଙ୍କ ପଇସା ର ଆଶା ରଖେ ନାହିଁ କେବଳ ସମ୍ମାନ , ପ୍ରେମ ର ଉପେକ୍ଷା କରେ । ଗରୁଡ ପୁରାଣ ରେ ବର୍ଣ୍ଣନା କରାଯାଇଛି ଯେ ଯେଉଁ ପୁରୁଷ ସ୍ତ୍ରୀ ଭଳି ଆଚରଣ କରିଥାଏ ସେ ଆର ଜନ୍ମରେ ଝିଅ ହୋଇ ଜନ୍ମ ନେଇଥାଏ । ଯଦି  କେହି ଅନ୍ତିମ ସମୟରେ ସ୍ତ୍ରୀ କୁ ସ୍ମରଣ କରି ମୃତ୍ୟୁବରଣ କରେ ସେ ମଧ୍ୟ ଝିଅ ହୋଇ ଜନ୍ମ ହୋଇଥାଏ ।  

Leave a Reply

Your email address will not be published. Required fields are marked *