ସୁସ୍ଥ Liver ପାଇଁ ଜାଣନ୍ତୁ କଣ ଖାଇବେ ଓ କଣ ଖାଇବେ ନାହିଁ ? (Dr. Amrita Priyadarshini Sahoo)

ଆମ ଶରୀର ସବୁ ବେଳେ ସୁସ୍ଥ ସବଳ ରହିଥାଉ ଏହା ମଣିଷ ର ଇଛା ହୋଇଥାଏ । କିନ୍ତୁ ଆମ ଜୀବନ ଶୈଳୀ ଏହା କୁ ବହୁତ ଅଧିକ ପ୍ରଭାବିତ କରିଥାଏ , ଯାହା ଫଳରେ ଆମ କୁ ଅନେକ ରୋଗର ମଧ୍ୟ ଦେଇ ଯିବାକୁ ପଡିଥାଏ । ଆଜି କାଲି ଆମେ ଅନେକ ରୋଗ ବିଷୟରେ ଶୁଣି ଥାଉ ଏବଂ ଆଉ କିଛି ରୋଗ ଦେଇ ଆମେ ଗତି କରିଥାଉ । ଏହି ରୋଗ ମଧ୍ୟରେ ଲିଭର ଜନିତ ରୋଗ ଅନ୍ୟତମ ଅଟେ , ଏବେ ଏହି ରୋଗ ବିଷୟରେ ଅଧିକ ଶୁଣିବାକୁ ପାଇଥାଉ ।

ଆମ ଦେଶରେ ଏହି ରୋଗ କୁ ନେଇ ଅନେକ ଚର୍ଚ୍ଚା କରାଯାଉଛି । ଏହାକୁ ରୋକିବା ପାଇଁ ଯେମିତି ଆଉ ଏକ ଅକାଳ ମୃତ୍ୟୁ ର ଶିକାର କୋଣସି ବ୍ୟକ୍ତି ଯେପରି ନ ହୁଅନ୍ତୁ ଏଥି ପ୍ରତି ଧ୍ୟାନ ଦେବା ଉଚିତ୍ । ଯଦି ଆପଣ ଏହି ରୋଗ ରୁ ନିଜକୁ ସୁରକ୍ଷା ରଖିବାକୁ ଇଛା କରନ୍ତି , ତେବେ ନିଜର ଜୀବନଶୈଳୀ କୁ ପରିବର୍ତ୍ତନ କରନ୍ତୁ ।

ଉତ୍ତମ ଖାଦ୍ୟର ସେବନ କରି ଡାଏଟ୍ କୁ ଅନୁଗମନ କରି ଏକ ସୁସ୍ଥ ଏବଂ ରୋଗହୀନ ଜୀବନ କାଟନ୍ତୁ । ଆସନ୍ତୁ ଜାଣିବା ଏହି ଲିଭର ରୋଗର ନିବାରଣ ଏବଂ ଡାଏଟ୍ ବିଷୟରେ ଡାଏଟିସିଆନ୍ ଡାକ୍ତର ଅମ୍ରିତା ପ୍ରିୟଦର୍ଶିନୀ ସାହୁ ଙ୍କ କଥାରେ । ଯଦି ଆମକୁ ଲିଭର ଜନିତ ରୋଗ ରହିଥାଏ ତେବେ ପ୍ରଥମେ ଆମକୁ ଆମର ଖାଦ୍ୟ ଶୈଳୀ କୁ ପରିବର୍ତ୍ତନ କରିବା ଉଚିତ୍ ।

ଖାଦ୍ୟ ଶୈଳୀ ରେ ଆମ କୁ ମୁଖ୍ୟ ପରିବର୍ତ୍ତନ କରିବା ଯେମିତି ଆମକୁ ରିଫାଇନ ସୁଗାର ଖାଦ୍ୟ କୁ ଆଦୌ ଖାଇବା ନାହିଁ ଯଥା ମଇଦା , ଚିନି , ପକେଟ୍ ଓଡ୍ ଆଦି ଖାଦ୍ୟ କୁ ଖାଇବା ଉଚିତ୍ ନୁହେଁ । ଏହି ସବୁ ଜାତୀୟ ଖାଦ୍ୟ ବଦଳରେ ଆମେ ଖାଇ ପାରିବ ଅଟା , ଯଅ , ବାର୍ଲି ଆଦି ନେବା ଉଚିତ୍ । ଯଦି ବ୍ୟକ୍ତିକୁ ଲିଭର ରୋଗ ହୋଇଥାଏ ତେବେ ବ୍ୟକ୍ତି ର ଶରୀରରେ ପ୍ରୋଟିନ ର ମାତ୍ର କମିଯାଇଥାଏ ।

ତେଣୁ ସେହି ବ୍ୟକ୍ତିକୁ ପ୍ରୋଟିନ ଜାତୀୟ ଖାଦ୍ୟ କୁ ଖାଇବା ଉଚିତ୍ ଯଥା ସୋୟାବିନ , ଅଣ୍ଡାର ଧଳା ଅଂଶ , ସିଝା ଅଣ୍ଡା , ଡାଲି ଜାତୀୟ ଖାଦ୍ୟ ମୁଗ ଡାଲି , ରାଜମା ଏହି ସବୁ ଜିନିଷ ଖାଇବା ଦ୍ଵାରା ଆମ ଶରୀର ସୁସ୍ଥ ରହିଥାଏ । ଏହା ଛଡା ଆମକୁ ଖାଦ୍ୟରେ ଲୁଣ କମ କରିବା ଉଚିତ୍ ହୋଇଥାଏ କାରଣ ଲିଭର ରୋଗୀମାନଙ୍କ ଶରୀରରେ ପାଣି ଜମିକି ରହିଥାଏ । ତେଣୁ ଖାଦ୍ୟରେ ଲୁଣ କମିବା ଦ୍ଵାରା ଏହାକୁ ନିୟମିତ ରଖିଥାଏ ।

ଆମେ ବାହାରି ଖାଦ୍ୟକୁ ପୁରା ବନ୍ଦ କରିବାକୁ ପଡିଥାଏ କାରଣ ବାହାର ଜୁସ , କୁର୍କୁରେ ପ୍ୟାକେଟ , ତେଲ ମସଲା ଜିନିଷ ରେ ରିଫାଇନ ସୁଗାର ର ପରିମାଣ ରହିଥାଏ । ତେଣୁ ଆମ କୁ ଏହି ସବୁ ଜଙ୍ଗ ଫୁଡ ରୁ ଦୂର ରହିବା ଉଚିତ୍ ହୋଇଥାଏ । ଯଦି ଆପଣଙ୍କୁ ଲିଭର ର ଅସୁବିଧା ରହୁଛି ତେବେ ଏହି ପ୍ରଣାଳୀ କୁ କରିବା ଉଚିତ୍ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କରନ୍ତୁ ।

Leave a Reply

Your email address will not be published. Required fields are marked *