ଗୁରୁବାର ଦିନ ଭୁଲରେବି ଏହି କାମ କରନ୍ତୁ ନାହିଁ, କଲେ ହେବ ବଡ଼ ଅଶୁଭ

ଗୁରୁବାର ଦିନଟି ଭଗବାନ ବିଷ୍ଣୁଙ୍କର ହୋଇଥାଏ । ତେବେ ଏହି ଦିନ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କର ପୂଜା କରାଯାଇଥାଏ । ଏହି ଦିନ ଆପଣ ଲକ୍ଷ୍ମୀ ନାରାୟଣଙ୍କୁ ପୁଜିବା ଦରକାର । ଯଦି ଆପଣ ପାରୁଛନ୍ତି ତାହାଲେ ପ୍ରତ୍ୟକ ଗୁରୁବାରେ ଲକ୍ଷ୍ମୀ ନାରାୟଣ ମନ୍ଦିର ଯାଇ କିଛି ସମୟ ସେଠାରେ ଧ୍ୟାନ କରନ୍ତୁ ।

ଏହାଦ୍ୱାରା ଆପଣଙ୍କ ପରବାରରେ ସର୍ବଦା ସୁଖ ଶାନ୍ତି ବଜାୟ ରହିବ । ତେବେ ଆସନ୍ତୁ ଜାଣିବା ଗୁରୁବାର ଦିନ କେଉଁସବୁ କାର୍ଯ୍ୟ କରିବା ଉଚିତ ନୁହେଁ ।ଗୁରୁବାରଦିନ କେବେବି ପୁରୁଷ ଓ ନାରୀ ନଖ କିମ୍ବା ବାଳ କାଟନ୍ତୁ ନାହିଁ । ଏହାଦ୍ୱାରା ଆପଣଙ୍କ ଘରୁ ଲକ୍ଷ୍ମୀ ଛାଡି ପଳାଇବେ । ଆପଣ ମଧ୍ୟ ଦରିଦ୍ର ହୋଇଯାଇଥାନ୍ତି । ଗୁରୁବର ଦିନ ମହିଳାମାନେ କେବେବି ବାଳ ଧୁଅନ୍ତୁ ନାହିଁ ।

ଏହାଦ୍ବାରା ସେମାନଙ୍କର ବୃହସ୍ପତି ଚଳନରେ ଅସ୍ଥିରତା ଦେଖାଯାଇଥାଏ । ଗୁରୁବାର ଦିନ କୌଣସି ଜିନିଷ ସଫା ବା ଝଡାଝଡ଼ି କରନ୍ତୁ ନାହିଁ । ଏହାଦ୍ୱାରା ସେହି ଆଳିଆରେ ମାତା ଲକ୍ଷ୍ମୀ ବାହାରକୁ ପଳେଇଥାନ୍ତି ।

ତେଣୁ ବୁଧୁବାର ବା ଶୁକ୍ରବାର ଦିନ ଆପଣ ଘର ଝାଡ଼ନ୍ତୁ । ଗୁରୁବାରଦିନ କୌଣସି ମଇଳା କପଡା ସଫା କରନ୍ତୁ ନାହିଁ ।ଏହାଦ୍ୱାରା ମାତା ଲକ୍ଷ୍ମୀ ରାଗିଯାଇଥାନ୍ତି ଓ ସେ ଘର ଛାଡ଼ି ପଳେଇଥାନ୍ତି । ଏହାଦ୍ୱାରା ଘରକୁ ଦୁର୍ଭାଗ୍ୟ ଓ ଦୁର୍ଦ୍ଦଶା ମାଡ଼ିଆସିଥାଏ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *