Study Tips- ଗୋଟେ ଥର ପାଠ ପଢି ସବୁଦିନ ପାଈଁ ମନେ ରଖିବାର 3 ଟି ସହଜ ଉପାୟ ! ବିଦ୍ୟାର୍ଥୀ ମାନେ ନିଶ୍ଚୟ ଦେଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ପାଠ କେମିତି ସହଜରେ ମନେ ରଖିପାରିବା ସେହି ବିଷୟରେ ଜାଣିବା । ଆଜିର ଟାଇମରେ ଟେକ୍ନୋଲୋଜି ଏତେ ଫାଷ୍ଟ ହେଇଗଲାଣି ଯେ ସମସ୍ତେ ଟେକ୍ନୋଲୋଜିର ସାହାରା ନେଉ ଛନ୍ତି । ହେଲେ ସମସ୍ତେ ଟେକ୍ନୋଲୋଜିର ଫାଇଦା ଉଠାଇ ପାରି ନଥାନ୍ତି । ଯଦି ଆମେ ଜଣେ ବିଦ୍ୟାର୍ଥୀ ହିସାବରେ ଭାବିବା ଆମ ପାଖରେ ଟେକ୍ନୋଲୋଜି ନାହିଁ ଭଲ ବହି ନାହିଁ ମୁଁ କେମିତି ପଢିବି ମୁଁ ତ କିଛି ମନେ ରଖିପାରିବି ନାହିଁ ।

ହେଲେ ବନ୍ଧୁଗଣ ଏହି ଚିନ୍ତାଧାରା ପିଲାଙ୍କୁ ମୂର୍ଖ କରି ଥାଏ । ଆଜି ଆମେ ଆପଣ ମାନଙ୍କୁ ପାଠକୁ ମନେ ରଖିବାର କିଛି ସହଜ ଉପାୟ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଆପଣ ଯାହା ବି ପଢୁ ଛନ୍ତି ସେସବୁ ଅନ୍ୟ ଆଗରେ ନିଶ୍ଚିତ ଶୁଣାନ୍ତୁ ଏଣିକି ସେ ଆପଣଙ୍କ ସାଙ୍ଗ ହେଉ ବା ଆପଣଙ୍କ ପରିବାର ସଦସ୍ୟ । କାହା ଆଗରେ କିଛି ନ ଦେଖି ପାଠ କୁହନ୍ତୁ ଏମିତି କରିବା ଦ୍ଵାରା ଆପଣଙ୍କୁ ପାଠ ବହୁତ ଦିନ ଯାଏଁ ମନେ ରହିବ । ଏହା ସହ ଆପଣ ମାନଙ୍କୁ କିଛି ଶିଖିବାକୁ ବି ମିଳିବ ।

୨. ଯେବେ ବି ଆପଣ ପାଠ ପଢୁଛନ୍ତି ସେତେବେଳେ ଆପଣ ନିଜ ପାଖରେ ଏକ ପେନ୍ସିଲ ରଖନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଯାହା ବି ଗୁରୁତ୍ଵ ପୂର୍ଣ୍ଣ ଲାଗିବ ଆପଣ ସେସବୁକୁ ଅଣ୍ଡର ଲାଇନ କରିବେ । ଆପଣ ଯେବେ ଗୋଟେ ଫିଲ୍ମ ଦେଖୁଛନ୍ତି ତାହା ଆପଣଙ୍କ ମାଇଣ୍ଡରେ ପୁରା ରାହି ଯାଏ । କାରଣ ଆପଣ ସେସବୁ ଦେଖନ୍ତି ଆଉ ମନେ ରଖନ୍ତି । ଠିକ ସେହି ଭଳି ଆପଣ ଯେତେବେଳେ ପାଠ ପଢୁଛନ୍ତି ସେସବୁକୁ ମନରେ ଇମାଜିନ କରନ୍ତୁ । ଏହା ଦ୍ଵାରା ପାଠ ଅଧିକ ଦିନ ଯାଏଁ ମନେ ରହିବ ।

୩. ଗୋଟେ ସମୟରେ ଗୋଟେ ଜିନିଷ ପଢିବା ସବୁବେଳେ ଆମକୁ ଅସୁବିଧା ହୋଇ ଥାଏ । ଗଣିତ ପଢିବାକୁ ଗଲା ବେଳେ ବିଜ୍ଞାନ ସମସ୍ୟା ଆଉ ବିଜ୍ଞାନ ପଢିବାକୁ ଗଲା ବେଳେ ଇଂରାଜୀ ସମସ୍ୟା । କିନ୍ତୁ ସବୁବେଳେ ଗୋଟେ କଥା ମନେ ରଖନ୍ତୁ ଯେତେବେଳେ ବି ଯାହା ପଢୁ ଛନ୍ତି ରିଲାକ୍ସ ହେଇ ପଢନ୍ତୁ । ଗୋଟେ ସମୟରେ ଗୋଟିଏ ପାଠ ଭଲ ଭାବରେ ପଢି ତାକୁ ମନେ ରଖିଦିଅନ୍ତୁ । ତେଣୁ ସମସ୍ତ ବିଷୟ ପାଇଁ ନିର୍ଦ୍ଧିଷ୍ଟ ସମୟ ଦିଅନ୍ତୁ । ଏମିତି କଲେ ଆପଣଙ୍କୁ ଅତି ଶୀଘ୍ର ଏବଂ ଅଧିକ ଦିନ ଯାଏଁ ପାଠ ମନେ ରହିବ ।

Leave a Reply

Your email address will not be published. Required fields are marked *