Vastu Tips- ଆଲମିରା କେଉଁ ଦିଗରେ ରଖିଲେ ବଢିଥାଏ ଧନ ସମ୍ପତି

ନମସ୍କାର ବନ୍ଧୁଗଣ, ଘରର ଜିନିଷକୁ ଘରେ ଠିକ ଭାବରେ ସଠିକ ଦିଗରେ ସଜାଇ ରଖିବା ଦ୍ଵାରା ଆପଣଙ୍କ ଘର ଉପରେ ତାହାର ଶୁଭ ପ୍ରଭାବ ପଡିଥାଏ । ବାସ୍ତୁ ଅନୁଯାୟୀ ଘରର ପ୍ରତ୍ୟକ ଜିନିଷକୁ ଠିକ ସ୍ଥାନରେ ରଖିବା ଦ୍ଵାରା ତାହାର ଶୁଭ ପ୍ରଭାବରେ ଆପଣଙ୍କ ଘରକୁ ସମୃଦ୍ଧି ଆସିଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଆପଣ ଆପଣଙ୍କ ଘରେ କେଉଁ ଦିଗରେ ଆଲମାରି ରଖିବା ଫଳରେ ଆପଣଙ୍କ ଘରେ ଧନ ବଢିବାକୁ ଲାଗିଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ଉତ୍ତର ଦିଗକୁ ଭଗବାନ କୁବେର ଏବଂ ମାତା ଲକ୍ଷ୍ମୀଙ୍କ ବାସ ସ୍ଥାନ ମନାଯାଏ । ସେ ଉତ୍ତର ଦିଗରେ ବସିଲେ ତାଙ୍କ ମୁଖ ତଥା ତାଙ୍କ ଦୃଷ୍ଟି ଦକ୍ଷିଣ ଦିଗକୁ ରହିଥାଏ ତେଣୁ ଆପଣ ଘରର ଦକ୍ଷିଣ ଦିଗରେ ଆଲମିରା ରଖିବା ଦରକାର । ଯାହାଫଳରେ ମାତା ଲକ୍ଷ୍ମୀ ଏବଂ ଭଗବାନ କୁବେରଙ୍କ ଦୃଷ୍ଟି ସିଧାସଳଖ ଆପଣଙ୍କ ଧନ ରଖୁଥିବା ଆଲମାରି ଉପରେ ପଡିଥାଏ ।

କୁବେରଙ୍କ ଦୃଷ୍ଟି ଆପଣଙ୍କ ଧନ ଉପରେ ପଡିବା ଦ୍ଵାରା ଆପଣଙ୍କ ଘରେ ଧନର ବୃଦ୍ଧି ହେବାକୁ ଲାଗିବ । ଆପଣ ଘରେ ବଜାଉଥିବା ଶଙ୍ଖକୁ ସର୍ବଦା ଉତ୍ତର ଦିଗ ଆଡକୁ ମୁହଁ କରି ରଖିବା ଆବଶ୍ୟକ । ଶଙ୍ଖର ମୁନିଆ ପଟକୁ ଉତ୍ତର ଦିଗ ଆଡକୁ ରଖିବା ଉଚିତ କାରଣ ତାହା ଶଙ୍ଖର ମୁଖ ପଟ ହୋଇଥାଏ । ଆପଣ ଏହା କରିବା ଫଳରେ ତାହା ଉପରେ କୁବେରଙ୍କ ଦୃଷ୍ଟି ପଡିବ ଏବଂ ଆପଣଙ୍କ ଘରେ ଧନ ଧାନ୍ୟରେ ପରିପୂର୍ଣ ହେବାକୁ ଲାଗିବ ।

ପଶ୍ଚିମ ଦିଗ ଏବଂ ଦକ୍ଷିଣ ଦିଗ ଯେଉଁଠି ମିଶି ଯାଉଛି ତାହାକୁ କୁହାଯାଏ ନୈଋତ କୋଣ । ଏହି କୋଣକୁ ସବୁଠାରୁ ଉତ୍କୃଷ୍ଠ କୋଣ ବୋଲି ମନାଯାଏ । ନୈଋତ କୋଣରେ ଧନ ସଞ୍ଚୟ କରି ରଖିବା ଦ୍ଵାରା ଧନ ବୃଦ୍ଧି ହୋଇଥାଏ । ତେଣୁ ଆପଣ ସେହି କୋଣରେ ନିଜର ଆଲମାରି ଗଡ୍ରେଜ କିମ୍ବା ଆପଣ ଧନ ରଖୁଥିବା ଯେକୌଣସି ବସ୍ତୁକୁ ସେହିଠାରେ ରଖିପାରିବେ ।

ଏହି କୋଣକୁ ସର୍ବଶ୍ରେଷ୍ଠ କୋଣ ମନାଯାଇଥାଏ ଧନ ରଖିବା ପାଇଁ । ଆପଣ ଦକ୍ଷିଣ ଦିଗ କାନ୍ଥକୁ ଲଗାଇ ଆପଣଙ୍କ ଆଲମିରା ରଖିପାରିବେ । ଯେତେବେଳେ ଆପଣ ନିଜର ଆଲମାରି ଖୋଲିବେ ତାହା ଉପରେ ଉତ୍ତର ଦିଗରେ ରହିଥିବା କୁବେରଙ୍କ ଦୃଷ୍ଟି ପଡିବ ଏବଂ ଆପଣଙ୍କ ଧନ ବଢିବାକୁ ଲାଗିବ ।

ତେଣୁ ଆପଣ ଲକ୍ଷ୍ମୀଙ୍କ ସହ ଜଡିତ ଆପଣଙ୍କ ସମସ୍ତ ଜିନିଷକୁ ଉତ୍ତର ଦିଗ ଆଡକୁ ମୁଖ କରି ଦକ୍ଷିଣ ଦିଗରେ ରଖିବା ଦ୍ଵାରା ଆପଣଙ୍କ ଘରରା ଉନ୍ନତି ଦିନକୁ ଦିନ ବଢିବାକୁ ଲାଗିଥାଏ । ଏବଂ ଆପଣଙ୍କ ଜୀବନରେ ସମସ୍ତ ପ୍ରକାର ସୁଖ ସୁବିଧା ମଧ୍ୟ ଆସିବାକୁ ଲାଗିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *