Vastu Tips- ଘରେ ରଖିଛନ୍ତି କି ଶଙ୍ଖ ? ଭୟଙ୍କର କଥା ଜାଣନ୍ତୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ରେ ଶଙ୍ଖ ର ବହୁତ ଅଧିକ ମହତ୍ତ୍ୱ ରହିଛି । ପ୍ରତ୍ୟେକ ଲୋକଙ୍କ ଠାକୁର ଘରେ ଶଙ୍ଖ ଟିଏ ନିଶ୍ଚିତ ଥିବା । କିନ୍ତୁ ଶଙ୍ଖ କୁ ଆମେ ସେମିତି ଆଣି ଘରେ ରଖି ପାରିବା ନାହିଁ ତାର ମଧ୍ୟ ଅନେକ ନିୟମ ରହିଛି ଯାହାକୁ ପାଳନ କରିବା ଆବଶ୍ୟକ ।

ଯଦି ଆପଣ ସେହି ନିୟମ ନ ମାନିବେ ତେବେ ଆପଣଙ୍କ ଘରେ ଅନେକ ଅଶାନ୍ତି ଏବଂ ଦୁଃଖ ଆସି ଯାଇଥାଏ । ଭଗବାନ ବିଷ୍ଣୁ ଙ୍କର ପ୍ରିୟ ବସ୍ତୁ ହେଲା ଶଙ୍ଖ । ଆପଣ ଦେଖିଥିବେ କି ଭଗବାନ ବିଷ୍ଣୁ ଙ୍କ ହାତ ରେ ସର୍ଵଦା ଶଙ୍ଖ ଶୋଭା ପାଇଥାଏ । ଏହା ଛଡା ଯେ କୌଣସି ପୂଜାରେ ଯଦି ଶଙ୍ଖ ନ ବାଜି ଥାଏ ତେବେ ସେ ପୂଜା କୁ ଅଧା କିମ୍ବା ବ୍ୟର୍ଥ ମାନି ନିଆଯାଏ । ଘରେ ଶଙ୍ଖ ବଜାଇବା ଦ୍ୱାରା ଘରେ ସକରାତ୍ମକ ଉର୍ଜା ଜାଗ୍ରତ ହୁଏ ଏବଂ ନକରାତ୍ମକ ଉର୍ଜା ପଳାୟନ କରିଥାଏ ।

ସନ୍ଧ୍ୟା ସମୟରେ ନକରାତ୍ମକ ଶକ୍ତି ର ପ୍ରଭାବ ଅଧିକ ହୋଇ ଯାଇଥାଏ ତେଣୁ ସର୍ଵଦା ସନ୍ଧ୍ୟା ସମୟରେ ସଞ୍ଜ ଦେବା ସମୟରେ ଶଙ୍ଖ ବଜା ଯାଇଥାଏ ଯାହା ଦ୍ୱାରା ନକରାତ୍ମକ ଉର୍ଜା ଘରକୁ ଆସେ ନାହିଁ । ଶଙ୍ଖ ମଧ୍ୟ ଯେତେବେଳେ ବଜା ଯାଇଥାଏ ସେତେବେଳେ ତିନି ଥର କିମ୍ବା ଅଧା ଆପଣ ବଜାଇ ପାରିବେ । ଏହା କରିବା ଦ୍ୱାରା ଆପଣଙ୍କ ଘରେ ଶୁଭ ହୋଇଥାଏ । କିନ୍ତୁ ତିନି ଥର କି ଅଶୁଭ ବିଚାର କରାଯାଏ ସେଥିପାଇଁ ତିନିଥର ଅଧା ଅର୍ଥାତ ସାଢ଼େ ତିନିଥର ବଜାଇବା ଉଚିତ ।

ଏହି ପରି ଶଙ୍ଖ ବଜାଇବା ଦ୍ୱାରା ଆପଣଙ୍କ ଘରେ ଶୁଭ ଏବଂ ସୁଖ ସମୃଦ୍ଧି ବଢି ଥାଏ । ଆଉ କେବେ ବି ଅଧା ଖଣ୍ଡିଆ ଶଙ୍ଖ ବଜାଇବା ଉଚିତ ନୁହେଁ ଏବଂ ଯଦି ଆପଣଙ୍କ ର ଅଭ୍ୟାସ ନାହିଁ ତେବେ ବଜାନ୍ତୁ ନାହିଁ । ସନ୍ଧ୍ୟା ସମୟରେ କେବେବି ଏହି ଭୁଲ କରିବେ ନାହିଁ । ଯଦି ସନ୍ଧ୍ୟା ସମୟରେ ଏଭଳି ଭୁଲ କରିବେ ତେବେ ମାତା ଲକ୍ଷ୍ମୀ କେବେବି ଆପଣଙ୍କ ଘରେ ପ୍ରବେଶ କରିବେ ନାହିଁ ।

ଏହା ଛଡା ଯେଉଁ ଘରେ ଠାକୁର ଘରେ ଶଙ୍ଖ ନଥାଏ ସେ ଘରେ ମାତା ଲକ୍ଷ୍ମୀ ଙ୍କ କୃପା କେବେ ମିଳିବ ନାହିଁ । ସେ ଘରେ ସର୍ଵଦା ଧନ ର ଅଭାବ ଦେଖା ଯାଏ । ମନେ ରଖନ୍ତୁ ଶଙ୍ଖ କୁ ସର୍ଵଦା ଉଚ୍ଚ ସ୍ଥାନରେ ରଖିବେ । ଠାକୁର ଘରେ ସବୁବେଳେ ଉଚ୍ଚ ସ୍ଥାନରେ କିମ୍ବା ଉପରେ ରଖିବେ । କେବେବି ତଳେ ରଖିବେ ନାହିଁ । ଆପଣଙ୍କ ର ଯଦି ହୃଦୟ ରୋଗ କିମ୍ବା ପେଟ ଜନିତ କୌଣସି ସମସ୍ୟା ଥାଏ ତେବେ ଆପଣ ଶଙ୍ଖ ନିଶ୍ଚୟ ବଜାଇବା ଦରକାର ଶଙ୍ଖ ବଜାଇବା ଦ୍ୱାରା ଆପଣଙ୍କ ର ହୃଦୟ ରୋଗ ଏବଂ ପେଟ ଜନିତ ସମସ୍ୟା ଦୁର ହେବ । ଯେପରି ଗ୍ୟାଷ୍ଟିକ ଆଦି ସମସ୍ୟା ।

ଆପଣ ଶଙ୍ଖ କୁ ଧରିଲେ ମାତ୍ର ହିଁ ପବିତ୍ର ହୋଇ ଥାଆନ୍ତି । କାରଣ ଶଙ୍ଖ ହେଉଛି ପବିତ୍ରତା ର ପ୍ରତୀକ । କିନ୍ତୁ ଶଙ୍ଖ କୁ ସ୍ନାନ କରି ସାରିବା ପରେ ହିଁ ଧରିବା ଉଚିତ । ଏହା ଛଡା ମାତାଲକ୍ଷ୍ମୀ ଙ୍କ ଆଶୀର୍ବାଦ ପାଇବାକୁ ଚାହୁଁଛନ୍ତି ତେବେ ଆପଣ ନିଜ ଘରେ ଦୁଇଟି ଶଙ୍ଖ ରଖନ୍ତୁ । ଗୋଟିଏ ଠାକୁର ଘରେ ରଖନ୍ତୁ ଏବଂ ଆଉ ଏକ ଶଙ୍ଖ ଦକ୍ଷିଣ ବର୍ତ୍ତି ଶଙ୍ଖ ଏହି ଶଙ୍ଖ ଘରେ ଥିଲେ ସେହି ଘର ସର୍ଵଦା ଧନ ଧ୍ୟାନ ରେ ପରିପୂର୍ଣ୍ଣ ହୋଇଥାଏ ଏବଂ ଶୁଭ ହୋଇଥାଏ ।

ଶଙ୍ଖ ଭିତରେ ପାଣି ଦେଇ ତାକୁ ପାଦୁକା ରୂପେ ଗ୍ରହଣ କଲେ ଆମର ୯୦% ରୋଗ ଭଲ ହୋଇ ଯାଇଥାଏ । ତେଣୁ ଘରେ ଶଙ୍ଖ ଙ୍କୁ ରଖନ୍ତୁ ଏବଂ ତାର ପୂଜା ଅର୍ଚ୍ଚନା କରିବା ସହ ତାକୁ ସମ୍ମାନ ମଧ୍ୟ ଦିଅନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *