ମାତ୍ର ୧୫ ମିନିଟ ରେ ହାତ, ଗୋଡ, ଅଣ୍ଟା ବିନ୍ଧା ଭଲ ହୋଇଯିବ, କେବଳ କରନ୍ତୁ ଏହି ଉପାୟ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପୂର୍ବତନ କାଳରେ ବୃଦ୍ଧ ବ୍ୟକ୍ତି ମାନଙ୍କ ଶରୀରରେ ଏହି ହାଡ଼ ଜନିତ ସମସ୍ୟା ଯଥା ଆଣ୍ଠୁ ବିନ୍ଧା, ଅଣ୍ଟା ବିନ୍ଧା ଏବଂ ଗଣ୍ଠି ବିନ୍ଧା ଭଳି ସମସ୍ୟା ଦେଖିବାକୁ ମିଳୁଥିଲା ।

ପ୍ରାୟ ୬୦ ବା ୭୦ ବର୍ଷ ବୟସ ପରେ ଏହି ସବୁ ସମସ୍ୟା ଦେଖା ଯାଉଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଏହି ସମସ୍ୟା କମ ବୟସ ରୁ ହିଁ ଦେଖିବାକୁ ମିଳୁଛି । ଏହା ଖାଦ୍ୟପେୟ ନିୟମିତ ନହେବା ଦ୍ୱାରା ଏବଂ ନିୟମିତ ଯୋଗ ନକରିବା ଦ୍ୱାରା ଏହି ସବୁ ସମସ୍ୟା ଦେଖିବାକୁ ମିଳିଥାଏ । ଏହି ସବୁ ସମସ୍ୟା ହେବା ଦ୍ୱାରା ଶରୀର ଦୁର୍ବଳ ହୋଇଯାଏ ଏବଂ କୌଣସି କାର୍ଯ୍ୟ ରେ ମନ ଲାଗି ନଥାଏ ।

ତେବେ ଏହି ସମସ୍ୟା ରୁ ମୁକ୍ତି ପାଇବା ନିମନ୍ତେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ୱାରା ଏହି ସମସ୍ତ ସମସ୍ୟା ରୁ ମୁକ୍ତି ତୁରନ୍ତ ମିଳିବ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଏହି ଘରୋଇ ଉପଚାର କୁ ପ୍ରସ୍ତୁତ କରିବା ନିମନ୍ତେ, ଆପଣ ପ୍ରଥମେ ଗ୍ୟାସ ଅନ୍ କରି ଏକ ପ୍ୟାନ୍ ବସାନ୍ତୁ ଏହାପରେ ସେଥିରେ ଏକ ଛୋଟ ତାଟିଆ ରଖି ଗରମ ହେବା ପାଇଁ କିଛି ସମୟ ଛାଡ଼ି ଦିଅନ୍ତୁ । ଏହାପରେ ଆପଣ ୧୦ ଚାମଚ ସୋରିଷ ତେଲ ପକାନ୍ତୁ । ସୋରିଷ ତେଲ ଆଣ୍ଠୁ ଗଣ୍ଠି ବିନ୍ଧା ଦୂର କରିବାରେ ରାମବାଣ ଭଳି କାର୍ଯ୍ୟ କରିଥାଏ । ଏହାପରେ ସେଥିରେ ଏକ ଡାଲଚିନି ଖଣ୍ଡ ପକାନ୍ତୁ ।

ଡାଲଚିନି ମଧ୍ୟ ହାଡ଼ ଜନିତ ସମସ୍ତେ ନିବାରଣ କଟିଥାଏ । ଏହାପରେ ଆପଣ ୫ ୬ ଟି ରସୁଣ ପାଖୁଡ଼ା ପକାନ୍ତୁ ଏବଂ ଶେଷରେ ଏକ ଚାମଚ ମେଥି ଦାନା ପକାନ୍ତୁ । ଏହି ସମସ୍ତ ସାମଗ୍ରୀ କୁ ସୋରିଷ ତେଲ ରେ ପକାଇବା ପରେ ଭଲ ଭାବରେ ତେଲ କୁ ଫୁଟାନ୍ତୁ । ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ତେଲ କୁ ଭଲ ଭାବରେ ଫୁଟାନ୍ତୁ ।

ଏହାପରେ ଆପଣ ଗ୍ୟାସ ବନ୍ଦ କରି ଦିଅନ୍ତୁ । ଅଳ୍ପ ସମୟ ପରେ ଯେତେବେଳେ ତେଲ ଥଣ୍ଡା ହୋଇଯିବ ତେବେ ଆପଣ ଏକ ପାତ୍ର ରେ ଭଲ ଭାବରେ ଛାଣି ତେଲ କୁ ରଖନ୍ତୁ । ବର୍ତ୍ତମାନ ଆପଣଙ୍କ ଘରୋଇ ଉପଚାର ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲା । ଏହି ତେଲ କୁ ଆପଣ ନିଜ ଶରୀର ର ଯେଉଁ ସ୍ଥାନରେ ଯନ୍ତ୍ରଣା ହେଉଛି ସେହି ସ୍ଥାନରେ ୧୫ ମିନିଟ ପର୍ଯ୍ୟନ୍ତ ମାଲିସ କରନ୍ତୁ ।

ଲଗାତାର ଏହି ତେଲ କୁ କିଛି ଦିନ ପ୍ରୟୋଗ କରିବା ପରେ ଆପଣ ଦେଖିବେ ଆପଣଙ୍କ ଶରୀର ର ଯେଉଁ ସ୍ଥାନରେ ଯନ୍ତ୍ରଣା ହେଉଛି ତାହା ଦୂର ହୋଇଯିବ ଏବଂ ଆପଣଙ୍କୁ ଆରାମ ମିଳିବ । ତେଣୁ ଆପଣ ମାନେ ଏହି ଘରୋଇ ଉପଚାର କୁ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *