ଘରେ ଯଦି ଫ୍ରିଜ ଅଛି ତ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ସମସ୍ତଙ୍କ ଘରେ କିଛି ଥାଉ ବା ନ ଥାଉ ଫ୍ରିଜ ଟିଏ ନିଶ୍ଚୟ ଥିବ । କାରଣ ଏହା ଏବେ ଏକ ଅତ୍ୟାବଶ୍ୟକ ଜିନିଷ ପାଲଟି ଗଲାଣି । ଫ୍ରିଜ ଇଲେକ୍ଟ୍ରି ଦ୍ଵାରା ନିୟନ୍ତ୍ରଣ ହୋଇ ଚାଲିଥାଏ । ତେଣୁ ଏହା କିଭଳି ଠିକ ଭାବରେ ବେଶି ଦିନ କାର୍ଯ୍ୟ କରିବ ତାହାର ଧ୍ୟାନ ଆପଣ ମାନଙ୍କୁ ରଖିବା ଜରୁରୀ । ନଚେତ ଟଙ୍କା ଖର୍ଚ୍ଚ କରି ଆଣିଥିବା ଜିନିଷର ବ୍ୟବହାର ବେଶି ଦିନ କରିପାରିବେ ନାହିଁ । ତେବେ ଆସନ୍ତୁ ଜାଣିବା ଫ୍ରିଜର ଧ୍ୟାନ କିପରି ରଖିବେ ।

ଫ୍ରିଜକୁ ସବୁବେଳେ ଆପଣଙ୍କ ଘରର ଏକ ସୁରକ୍ଷିତ ସ୍ଥାନରେ ରଖୁବା ଜରୁରୀ ହୋଇଥାଏ । ଆଉ ଧ୍ୟାନରେ ରଖିବେ କି ଫ୍ରିଜଟି ଯେମିତି ହଲିପାରିବା ନାହିଁ । ଫ୍ରିଜ ନ ହଲିବା ଦ୍ଵାରା ଫ୍ରିଜର କମ୍ପ୍ରେସର ଠିକ ଭାବରେ କାମ କରିଥାଏ । ଫ୍ରିଜ ଉପରେ ଅଧିକ ବୋଝ ମଧ୍ୟ ପକାନ୍ତୁ ନାହିଁ । ଫ୍ରିଜ ଉପରେ କୌଣସି ଓଜନିଆ ଜିନିଷ ରଖନ୍ତୁ ନାହିଁ । କାନ୍ଥ ଠାରୁ ଫ୍ରିଜକୁ ଟିକେ ଦୂରେଇ ରଖିବା ଦରକାର ।

ଏହାଦ୍ୱାରା କମ୍ପ୍ରେସରରୁ ବାହାରୁଥିବା ଧୂଆଁ କାନ୍ଥରେ ମାଡ ହୋଇ ଯେଭଳି ପୁଣି ଆସି କମ୍ପ୍ରେସର ମାଡ ନ ହେବ । ଏହାଦ୍ୱାରା କମ୍ପ୍ରେସର ଉପରେ ପ୍ରେସର ପଡିନଥାଏ । ଆଉ ତାହା ସଠିକ ଭାବରେ ଚାଲିଥାଏ । ଏହା ସହିତ ଆଉ ଏକ କଥାର ମଧ୍ୟ ଧ୍ୟାନ ରଖିବା ଜରୁରୀ । ଫ୍ରିଜକୁ କୌଣସି ଗରମ ସ୍ଥାନରେ ରଖିବା ଉଚିତ ହୋଇନଥାଏ । କିମ୍ବା ଫ୍ରିଜରେ ଗରମ ଖାଦ୍ୟ ମଧ୍ୟ ରଖନ୍ତୁ ନାହିଁ ।

ଗରମ ଖାଦ୍ୟକୁ ପ୍ରଥମେ ବାହାରେ ଥଣ୍ଡା କରନ୍ତୁ ଏହା ପରେ ଯାଇ ଆପଣ ଫ୍ରିଜରେ ରଖନ୍ତୁ । ଫ୍ରିଜ ଭିତରେ ଥଣ୍ଡା ହୋଇଥିବା ଖାଦ୍ୟକୁ ବାହାର କରି ସଙ୍ଗେ ସଙ୍ଗେ ତାହାକୁ ଗରମ କରିବା ମଧ୍ୟ ଅନୁଚିତ ଅଟେ । ଫ୍ରିଜରୁ ଖାଦ୍ୟ ବାହାର କରିସାରିବା ପରେ କିଛି ସମୟ ସାମାନ୍ୟା ତାପମାତ୍ରାରେ ବାହାରେ ରଖନ୍ତୁ ।

ଏହାପରେ ଆପଣ ତାହାକୁ ଗରମ କରି ଖାଇବା ଉଚିତ । ମନେ ରଖିବେ ଆଳୁକୁ କେବେ ବି ଫ୍ରିଜରେ ରଖିବେ ନାହିଁ ଏହା ହାନିକାରକ ହୋଇଥାଏ । ଫ୍ରିଜ ଚାଲୁଥିବା ସମୟରେ ଏହାକୁ ବେଶି ସମୟ ଖୋଲା କରି ରଖିବା ଉଚିତ ହୋଇନଥାଏ । ଏହାଫଳରେ ଫ୍ରିଜ ମଧ୍ୟରେ ବାହାରର ତାପମାତ୍ରା ଭରିବାକୁ ଲାଗିଥାଏ । ଏବଂ ଫ୍ରିଜ ଭିତରେ ତାପମାତ୍ରା ବଢିଯାଇଥାଏ ।

ତେଣୁ ଯଦି ଆପଣ ଏହିଭଳି ଭାବରେ ଆପଣଙ୍କ ଫ୍ରିଜର ଯତ୍ନ ନେବେ ତାହାର ଉପଯୋଗ ଆପଣ ବେଶି ଦିନ ଧରି କରିପାରିବେ । ନଚେତ ଆପଣ କିଣି ଆଣିଥିବା ଫ୍ରିଜର ଦାମ ଠାରୁ ତାହାକୁ ସଜାଡିବା ଅଧିକ ମହଙ୍ଗା ପଡିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *