Vastu Tips- ରୋଷେଇ ଘରେ ଭୁଲରେ ବି କରିବା ନାହିଁ ଏହି 3 ଟି କାମ, ରାଗି ଯାଆନ୍ତି ମା’ ଲକ୍ଷ୍ମୀ

ନମସ୍କାର  ବନ୍ଧୁଗଣ, ରୋଷେଇ ଘରେ ମାଆ ଅନ୍ନପୂର୍ଣା ବାସ କରିଥାନ୍ତି । ରୋଷେଇ ଘର ସବୁଠାରୁ ପବିତ୍ର ଅଟେ ତେଣୁ ରୋଷେଇ ଘରକୁ ସର୍ବଦା ସ୍ଵଚ୍ଛ ଏବଂ ପବିତ୍ର ରଖିବା ଉଚିତ । ତେବେ ମହିଳା ମାନଙ୍କୁ ରୋଷେଇ ଘରେ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ ତାହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ । ନଚେତ ଆପଣ ମାତା ଲକ୍ଷ୍ମୀଙ୍କ ରୁଷ୍ଟ ହେବା କାରଣରୁ ବହୁତ ଅସୁବିଧା ଭୋଗ କରିପାରନ୍ତି । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

1- ଘରର ମହିଳା ମାନଙ୍କୁ ସନ୍ଧ୍ୟା ସମୟରେ କେବେ ମଧ୍ୟ ନିଜର କେଶ ଖୋଲା କରି ଘରେ କିମ୍ବା ରୋଷେଇ ଘରେ ବୁଲିବା ଉଚିତ ନୁହେଁ । ଆପଣ ଏହି କାର୍ଯ୍ୟ କରିବା ଦ୍ଵାରା ଆପଣଙ୍କ ଘରକୁ ନକରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ । ଏବଂ ମାତା ଲକ୍ଷ୍ମୀ ଏହି ଘରେ କେବେ ଆଉ ବାସ କରନ୍ତି ନହିଁ ।

2- ଘରର ମୁଖ୍ୟ ଦ୍ଵାର ସାମ୍ନାରେ ବହୁତ ମହିଳା ବସି ଗପିବା ସହ ଖାଦ୍ୟ ଖାଇଥାନ୍ତି । ମାଆ ଲକ୍ଷ୍ମୀ ମୁଖ୍ୟଦ୍ଵାର ଦେଇ ଘରକୁ ପ୍ରବେଶ କରିଥାନ୍ତି । ଆଉ ମହିଳାମାନେ ଘରର ମୁଖ୍ୟା ଦ୍ଵାର ସାମ୍ନାରେ ବସିବା ଦ୍ଵାରା ମାତା ଲକ୍ଷ୍ମୀ ସେହିଠାରୁ ଫେରିଯାନ୍ତି । ଆଉ ଆପଣଙ୍କ ଘରେ ଆରମ୍ଭ ହୋଇଯାଏ ଅଭାବ ଅସୁବିଧା ।

3- ଘରର ମହିଳା ଯଦି ସୂର୍ଯ୍ୟଦୟ ପରେ ବି ଶୋଇରୁହନ୍ତି ତେବେ ଘରକୁ ଆସୁଥିବା ଉନ୍ନତି ମଧ୍ୟ କମିବାକୁ ଲାଗିଥାଏ । ଏହାଦ୍ୱାରା ଆପଣଙ୍କ ଘରେ ନକରାତ୍ମକ ଊର୍ଜା ବ୍ୟାପିଥାଏ । ତେଣୁ ପ୍ରାତଃ ସମୟରେ ଉଠି ପୂଜା କରି ଘରେ ଧୂପ ଦୀପ ଜାଳିବା ଉଚିତ । ଏହଦ୍ବାରା ଆପଣଙ୍କ ଘରେ ସକରାତ୍ମକ ପ୍ରଭାବ ରହିଥାଏ ।

4-  ରାତି ସମୟରେ ଘରେ ଅଇଁଠା ବାସନ ରହିବା ଉଚିତ ନୁହେଁ । ଏଭଳି ଘରେ ନକରତ୍ମକ ଶକ୍ତିର ବାସ ହୋଇଥାଏ । ଆଉ ମାତା ଲକ୍ଷ୍ମୀ ଘର ଛାଡି ଚାଲିଯାଇଥାନ୍ତି । 5- ଯେଉଁ ଘରେ ସବୁବେଳେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳି ଝଗଡା ଲାଗି ରହିଥାଏ ସେହି ଘରେ ମାତା ଲକ୍ଷ୍ମୀଙ୍କ ବଡ ଭଉଣୀ ଅଲକ୍ଷ୍ମୀଙ୍କର ବାସ ହୋଇଥାଏ । ଏହାଦ୍ୱାରା ଆପଣଙ୍କ ଘରେ ସବୁବେଳେ କଳହ ଲାଗିବା ସହ ଅଭାବ ଅସୁବିଧା ମଧ୍ୟ ଦେଖା ଦେଇଥାଏ ।

6- ସକାଳୁ ଉଠିବା ପରେ କେବେ ବି ସିଧା ରୋଷେଇ ଘରକୁ ଚାଲିଯିବା ଉଚିତ ନୁହେଁ । ଉଠିବା ପରେ ନିଜର ନିତ୍ୟ କର୍ମ ସାରି ଗାଧୋଇ ସ୍ଵଚ୍ଛ ବସ୍ତ୍ର ପରିଧାନ କରି ରୋଷେଇ ଘରକୁ ଯିବା ଉଚିତ । କାରଣ ଠାକୁର ଘର ପରେ ଯଦି କେଉଁ ଘରେ ଭଗବାନ ବାସ କରୁଥାନ୍ତି ତେବେ ସେହି ଘର ହେଉଛି ରୋଷେଇ ଘର । ତେଣୁ ରୋଷେଇ ଘରକୁ ଯିବା ପୂର୍ବରୁ ସବୁବେଳେ ଶୁଦ୍ଧ ହୋଇ ଯିବା ଆବଶ୍ୟକ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *