Ajira Anuchinta- ପାଦ ଛୁଇଁବା ସମୟରେ ଏହି ଭୁଲ କରନ୍ତୁ ନାହିଁ, କମିଯାଏ ଆୟୁଷ

ନମସ୍କାର ବନ୍ଧୁଗଣ, ଗୁରୁଜନ ମାନଙ୍କୁ ସମ୍ମାନ ଜଣାଇବା ପାଇଁ ଶାସ୍ତ୍ର ଅନୁଯାୟୀ ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିବାର ପରମ୍ପରା ରହିଛି । ତେଣୁ ଆମେ ଆମ ଗୁରୁଜନଙ୍କୁ ଦେଖିଲେ ତାଙ୍କ ପଦ ଛୁଇଁ ମୁଣ୍ଡିଆ ମାରିଥାଉ । କିନ୍ତୁ କାହାର ପାଦ ଛୁଇଁ ମୁଣ୍ଡିଆ ମାରିବା ଉଚିତ ଏବଂ ଅନୁଚିତ ଏହା କାହାକୁ ଜଣାନଥାଏ । ତେଣୁ ଅଜଣାତରେ ନ ଛୁଇଁବା ଲୋକର ପାଦକୁ ଛୁଇଁ ମୁଣ୍ଡିଆ ମାରି ଏକ ବଡ ଭୁଲ କରିବସୁ । ଯାହା ଆମ ଜୀବନ ପାଇଁ ଆଣିପରେ ବିପଦ । ତେବେ ଆସନ୍ତୁ ଜାଣିବା କେଉଁ ବ୍ୟକ୍ତିଙ୍କ ପାଦ ଛୁଇଁବା ଅନୁଚିତ ।

ଶାସ୍ତ୍ର ଅନୁଯାୟୀ କୁହାଯାଏ ବଡ ମାନଙ୍କର ପାଦ ଛୁଇଁବା ଦ୍ଵାରା ଜୀବନରେ ଉନ୍ନତି ଆସିବା ସହ ଦୈବୀ ଶକ୍ତି ପ୍ରାପ୍ତ ହୋଇଥାଏ । କିନ୍ତୁ ଆପଣଙ୍କୁ ଏହା ଜଣା ନାହିଁ କି ସମସ୍ତ ବଡ ମାନଙ୍କ ପାଦ ଛୁଇଁବା ଉଚିତ ନୁହେଁ । ବହୁତ ବଡ ଲୋକ ଆମ ଠାରୁ ବୟସରେ ବଡ ହୋଇଥାନ୍ତି ଏବଂ ଜାତି ଧର୍ମରେ ମଧ୍ୟ ବଡ ହୋଇଥାନ୍ତି ।

କିନ୍ତୁ ତାଙ୍କର କର୍ମ ଏପରି ନିଚ୍ଚ ହୋଇଥାଏ କି ସେଭଳି ମଣିଷର ପାଦ ଛୁଇଁବା ଦ୍ଵାରା ତାଙ୍କ ଭିତରେ ରହିଥିବା ସବୁ ଅମାନବୀୟ ତଥା ଦୁର୍ଗୁଣ ଆମ ଭିତରୁ ଆସିଥାଏ । ଯଦି କୌଣସି ବ୍ୟକ୍ତି ନିଚ୍ଚ କାମ କରୁଥିବା ଆମେ ତାହାର ପାଦ ଛୁଇଁବା ତେବେ ତାଙ୍କ ରାଶିର ପ୍ରଭାବ ଆମ ଉପରେ ପଡିବା ଆରମ୍ଭ ହୋଇଯାଏ ।

ସେମାନଙ୍କ ପାଦ ଛୁଇଁବାର ଅର୍ଥ ହୋଇଥାଏ ସେମାନେ ଆମ ଠାରୁ ସବୁ ପ୍ରକାର କାର୍ଯ୍ୟରେ ବଡ ଅଟନ୍ତି । ତେଣୁ ସର୍ବଦା ଧ୍ୟାନରେ ରଖିବେ କି ଯେଉଁମାନଙ୍କ କର୍ମ ନିଚ୍ଚ ଅଟେ ସେମାନଙ୍କ ପାଦ କେବେ ବି ଛୁଇଁବା ଉଚିତ ହୋଇନଥାଏ । ଆଉ ଏକ ବଡ କଥାର ଧ୍ୟାନ ରଖିବା ଦରକାର । କେବେ ମଧ୍ୟ ବ୍ରାହ୍ମଣ ଏବଂ ଗୁରୁଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିବେ ନାହିଁ ।

ନଚେତ ଏମାନେ ଯଦି କ୍ରୋଧ କରିବସିବେ ତେବେ ଆପଣଙ୍କ ଆୟୁଷ କମିଯାଇଥାଏ । ସେମାନଙ୍କୁ ସମ୍ମାନ ଆଦର ସବୁ କରନ୍ତୁ । ଏବଂ ନମସ୍କାର ହୋଇ ସମ୍ମାନ ଦିଅନ୍ତୁ । ଏହାଫଳରେ ଆପଣଙ୍କୁ ଜ୍ଞାନ ଏବଂ ଭକ୍ତିର ପ୍ରାପ୍ତି ହୋଇଥାଏ । କୁଆଁରୀ କନ୍ୟା ଏବଂ ବାଳକ ଭଗବାନଙ୍କ ଅଂଶ ଅଟନ୍ତି । ତେଣୁ ଏମାନଙ୍କ ପାଦ କେବେ ମଧ୍ୟ ଛୁଇଁବେ ନାହିଁ ।

ଯେଉଁମାନେ ପୂଜନୀୟ ଏବଂ ଶ୍ରଦ୍ଧା ଆଦରର ଯୋଗ୍ୟ ସେମାନଙ୍କ ପାଦ କେବେ ଛୁଇଁବେ ନାହିଁ । ଯଦି ପ୍ରଣାମ କରୁଛନ୍ତି ତେବେ ତାଙ୍କ ପାଦ ନ ଛୁଇଁ ପାଦ ଠାରୁ ଟିକିଏ ଦୂରରେ ମାଟିକୁ ଛୁଇଁ ତାଙ୍କୁ ପ୍ରଣାମ ଜଣାନ୍ତୁ । ଯଦି ଆପଣ ଏହିସବୁ କଥାକୁ ଧ୍ୟାନ ନ ଦେବେ ପୂଣ୍ୟ ବଦଳରେ କ୍ଷତି ସହିବେ ଜୀବନରେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *