ଘରେ ଧନର ଅଭାବ ହେବାର କାରଣ କଣ ? ଜାଣନ୍ତୁ ଆଜିର ବଛା ବଛା Anuchinta

ବନ୍ଧୁଗଣ ଆଜିକାଲି ଦେଖା ଯାଉଛି ଅନେକ ଲୋକଙ୍କ ଘରେ ଧନର ଅଭାବ ଦେଖା ଯାଉଛି । କୌଣସି ନା କୌଣସି କାରଣରୁ ଧନର ଅଭାବ ହେଉଛି । ମଣିଷ ମାନେ ନିଜର ଭୁଲ ଅଭ୍ଯାସ ବା ବ୍ୟବହାର ପାଇଁ ଦୁଖୀ ହେଉଛନ୍ତି ଆଉ ସେମାନଙ୍କ ଜୀବନରେ ଯେତେ ରୋଜଗାର କରିଲେ ବି ଧନର ଅଭାବ ହେଉଛି । ତେବେ ଶାସ୍ତ୍ର ଅନୁଯାୟୀ ଧନର ଅଭାବ ହେବା ପଛରେ ଅନେକ କାରଣ ରହିଛି । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

୧- ଯଦି ଆପଣଙ୍କ ଘରକୁ କେହି ଦୁଖୀ ଲୋକ ଆସୁଛନ୍ତି ଆଉ ଆପଣ ତାଙ୍କୁ ଖାଲି ହାତରେ ଫେରାଇ ଦେଉଛନ୍ତି ତେବେ ଧନର ଅଭାବ ହେବ । ଆପଣଙ୍କର ଧନ କମିବ କିନ୍ତୁ ବଢିବ ନାହି । ୨- ଯେଉଁ ଘରେ ସ୍ତ୍ରୀ, ମା, ଭଉଣୀ ଙ୍କୁ ସମ୍ମାନ କରନ୍ତି ନାହି ସେହି ଘରେ ମା ଲକ୍ଷ୍ମୀ ରୁହନ୍ତି ନାହି । ଯେଉଁ ଘରେ ବାପା-ମା ଙ୍କୁ ବେଖାତିର କରାଯାଏ ବା ଅସମ୍ମାନ କରାଯାଏ ସେହି ଘରେ ମା ଲକ୍ଷ୍ମୀ ରୁହନ୍ତି ନାହି ।

୩- ଯେଉଁ ଘରେ ଛୋଟ ଛୋଟ ପିଲାଙ୍କୁ ବିନା କାରଣରେ ବା ଛୋଟ କଥାରେ ବାଡାଯାଏ ସେହି ଘରେ ଧନର ଅଭାବ ଦେଖାଯାଏ । ଯେଉଁ ଘରକୁ ବନ୍ଧୁ ବର୍ଗ ଆସନ୍ତି ନାହି ସେହି ଘରେ ଧନର ଅଭାବ ଦେଖାଯାଏ । ଏହା ସହ ଘରେ ଅସାନ୍ତି ଲାଗି ରହିବ ।

୪- ଯଦି ଆପଣଙ୍କ ଭଣଜା ବା ଜ୍ଵାଇଁ କେବେବି ଆପଣଙ୍କ ଘରକୁ ଆସୁ ନାହାନ୍ତି କି ଆପଣଙ୍କ ଘରେ ଖାଉ ନାହାନ୍ତି ତେବେ ଧନ କେବେବି ବଢିବ ନାହି । ଯଦି ଆପଣଙ୍କ ଭଉଣୀ ଘରକୁ ଆସୁ ନାହାନ୍ତି ତେବେ ଲକ୍ଷ୍ମୀଙ୍କ ପାଦ କେବେ ପଡିବ ନାହି ।

୫- ଯଦି ଆପଣ କୌଣସି ଧାର୍ମିକ ସ୍ଥାନକୁ ଯାଉ ନାହାନ୍ତି ତେବେ ସେଠାରେ ଧନର ଅଭାବ ହୁଏ । ଯେଉଁ ଘରେ ପିତୃ ପୁରୁଷଙ୍କୁ ପିଣ୍ଡ ଦିଆଯାଏ ଆହି ସେଠାରେ ଧନ କେବେ ବଞ୍ଚିବ ନାହି ।

୬- ଯେଉଁ ଘରେ ଝଗଡା ଅନବରତ ହେଉଥିବ ସେଠାରେ ମା ଲକ୍ଷ୍ମୀ ରୁହନ୍ତି ନାହି । ଯେଉଁ ଘରେ ପୂଜା, ହୋମ କିମ୍ବା ବ୍ରାମହଣଙ୍କୁ ଦାନ କରାଯାଏ ନାହି ସେଠାରେ କେବେବି ମା ଲକ୍ଷ୍ମୀ ରୁହନ୍ତି ନାହି । ଯେଉଁ ଘରେ ଠାକୁରଙ୍କୁ ରଖନ୍ତି ନାହି କି ପୂଜା କରନ୍ତି ନାହି ସେଠାରେ ଧନର ଅଭାବ ହୁଏ ।

୭- ଯଦି ଘରକୁ ପରିଷ୍କାର ପରିଚ୍ଛନ ରଖାଯାଏ ନାହି ସେଠାରେ ମା ଲକ୍ଷ୍ମୀ ରୁହନ୍ତି ନାହି ଆଉ ଧନର ଅଭାବ ଦେଖାଯାଏ । ଯେଉଁ ଘରେ ସ୍ତ୍ରୀ ସ୍ଵାମିକୁ ମାନେ ନାହି ସେଠାରେ ଲକ୍ଷ୍ମୀ ବାସ କରନ୍ତି ନାହି ।

୮- ଯେଉଁ ଘରେ ବୋହୂ ମାନେ ସ୍ଵାମୀ, ଶ୍ଵଶୁର, ଶାଶୁଙ୍କୁ ସମ୍ମାନ ଦିଅନ୍ତି ନାହି ସେଠାରେ ଧନ ଖର୍ଚ୍ଚ ଅଧିକ ହୋଇଥାଏ । ତେବେ ଏହି ସବୁ ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦେଲେ କେବେବି ଜୀବନରେ ଧନର ଅଭାବ ହେବ ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *