ଶୀତ ଦିନରେ ଫଟା ଗୋଇଠି ପାଇଁ ଚିନ୍ତିତ ଅଛନ୍ତି କି ? କରନ୍ତୁ ଏହି ଉପଚାର 2 ଦିନରେ ଗୋଇଠି ଫାଟିବା ଗାୟବ

ବନ୍ଧୁଗଣ ବର୍ତ୍ତମାନ ଶୀତ ଦିନରେ ଗୋଇଠି ଫାଟିବା ଭଳି ସମସ୍ଯା ଅନେକ ମହିଳା ଙ୍କ କ୍ଷେତ୍ରରେ ଦେଖାଯାଏ । କିଛି ମହିଳାଙ୍କର ଯେଉଁ ମାନଙ୍କର ବୟସ ଅଧିକ ହୋଇଥାଏ ସେମାନଙ୍କର ଗୋଇଠି ଅଧିକ ଫାଟିଥାଏ । ଏହା ଯୋଗୁଁ କିଛି ମହିଳା ହାଇ ହିଲ, ନେଟ ଶାଢୀ ବି ପିନ୍ଧି ପାରନ୍ତି ନାହି । ତେଣୁ ଏଥିପାଇଁ ଖାଲି ପାଦ ରେ ଚାଲିବା ବା ଗୋବର ରେ ଅଧିକ କାମ କରିବା ଉଚିତ ନୁହେଁ ।

ଏହା ଯୋଗୁଁ ଗୋଇଠି ଫାଟିଥାଏ । ଆଜି ଆମେ ଆପଣଙ୍କୁ ମାତ୍ର ଦୁଇ ତିନି ଦିନରେ କେମିତି ଆପଣ ଗୋଇଠି ଫଟା ସମସ୍ଯା ଦୂର କରିପାରିବେ ତାହା କହିବାକୁ ଯାଉଛୁ । ଏହି ରେମେଡି ତିଆରି କରିବା ପାଇଁ ଆପଣଙ୍କୁ ଆବଶ୍ୟକ ରହିଛି ଆଲୋଭେରା । ଆଲୋଭେରାରୁ ଜେଲ ବାହାର କରନ୍ତୁ ମାତ୍ର 2 ରୁ 3 ଚାମଚ ।

ଆପଣ ଯେ କୌଣସି କ୍ୟାଣ୍ଡେଲ ନେବେ । ମହମବତୀ ଆପଣ ଯେତିକି ପରିମାଣରେ ବ୍ୟବହାର କରିବେ ତାର ଅଧା ପରିମଣାର ସୋରିଷ ତେଲ ଆପଣ ଏହି ରେମେଡିରେ ବ୍ୟବହାର କରିବେ । ଯଦି ଆପଣ ମହମବତୀ ଗୋଟେ କପ ନେଉଛନ୍ତି ତେବେ ସୋରିଷ ତେଲ ଅଧା କପ ନେବେ । ତା ଠାରୁ ଅଧା ନେବେ ନଡିଆ ତେଲ ।

ତା ପରେ 2ରୁ 3 ଚାମଚ ଆଲୋଭେରା ଜେଲ ପକାନ୍ତୁ । ଏହା ଅପରେ ଭିଟାମିନ-ଇ କ୍ୟାପସୁଲ ଗୋଟେ ଏଥିରେ ଆଡ କରନ୍ତୁ । ଏହି ସବୁ ସାମଗ୍ରୀକୁ ଭଲ ଭାବେ ମିଶ୍ରଣ କରି ଗ୍ଯାସରେ ବସାନ୍ତୁ । ନଡିଆ ତେଲ ମଶ୍ଚରାଇଜର ଭାବେ କାମ କରିବ । ଏହା ବହୁତ ଚମତ୍କାରୀ ଅଟେ ସ୍କିନ ପାଇଁ ।

ଯଦି ଆପଣଙ୍କ ପାଖରେ ଭିଟାମିନ-ଇ କ୍ୟାପସୁଲ ନାହି ତେବେ ଯାହା ସାମଗ୍ରୀ ରହିଛି ସେଥିରେ ତିଆରି କରି ପାରିବେ । ଧିମା ଆଞ୍ଚରେ ଗ୍ଯାସରେ ବସାଇ ଏହାକୁ ଫୁଟାନ୍ତୁ । ଯେମିତି ମହମବତୀ ତରଳିଯିବ । ଏହା ପରେ ବହଳିଆ ହୋଇଗଲେ ତାହାକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଆପଣ ଏହାକୁ ଷ୍ଟୋର କରି ରଖିପାରିବେ ।

ପରବର୍ତ୍ତି ପଦକ୍ଷେପ ହେଉଛି ଏହି ରେମେଡି ଲଗାଇବା ପୂର୍ବରୁ ଉଷୁମ ପାଣିରେ ଶ୍ୟାମ୍ପୋ ବା ଖାଇବା ସୋଡା ଓ ଲେମ୍ବୁ ପକାଇ ଗୋଡକୁ ଭଲ ଭାବେ ଧୋଇ ନିଅନ୍ତୁ । ଏହା ପରେ ତିଆରି ହୋଇଥିବା ରେମେଡି କୁ ଟିକେ ଉଷୁମ କରି ଆପଣଙ୍କର ପାଦ ରେ ଲଗାନ୍ତୁ । ଏହାକୁ ଭଲ ଭାବେ ମଶାଚ କରନ୍ତୁ ପାଦ ରେ ।

ଶୀତ ଦିନରେ ସ୍କିନ ଡ୍ରାଏ ହେବା କାରଣରୁ ଏମିତି ସମସ୍ଯା ବି ହୋଇଥାଏ । ଏହି ରେମେଡି ଲଗାଇବା ପରେ ଆପଣ ନଡିଆ ତେଲ କି ସୋରିଷ ତେଲ ଲଗାଇ ପାରିବେ । ଯଦି ଆପଣ ବାହାରକୁ ଯାଉଛନ୍ତି ବା କାମ କରୁଛନ୍ତି ବା ଓଦା ହେଉଛନ୍ତି ତେବେ ଏହାକୁ ପ୍ରତି ଦିନ କରନ୍ତୁ । ରାତିରେ ଶୋଇବା ପୂର୍ବରୁ ଏହି ରେମେଡିର ପ୍ରୟୋଗ ନିଶ୍ଚୟ କରନ୍ତୁ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *