ଡେରିରେ ଶୋଇଲେ କିମ୍ବା ଡେରିରେ ଉଠିଲେ କଣ କ୍ଷତି ହୋଇଥାଏ ? ପଢନ୍ତୁ ଆଜିର 15 Anuchinta

୧. ବର୍ତ୍ତମାନ ସମୟରେ ପ୍ରାୟତଃ ଯୁବ ପିଢ଼ି ଙ୍କ ଡେରିରେ ଶୋଇବା ଓ ଡେରିରେ ଉଠିବା ଅଭ୍ୟାସ ରେ ପରିଣତ ହୋଇଯାଇଛି। ତେବେ ଡେରିରେ ଶୋଇବା ଓ ଡେରିରେ ଉଠିବା ଦ୍ୱାରା ଅନେକ ଶାରୀରିକ ଓ ମାନସିକ ସମସ୍ୟା ଦେଖା ଯାଇଥାଏ।

୨. ରାତି ରେ ଡେରିରେ ଶୋଇବା ଦ୍ଵାରା ଏବଂ ନିଦ ପୁରା ନ ହେବା ଦ୍ୱାରା କେଶ ଶୀଘ୍ର ପାଚିବାର ସମ୍ଭାବନା ଥାଏ। ୩.ରାତିରେ ଅସମୟରେ ଶୋଇବା ଦ୍ୱାରା ନଖ ଦୁର୍ବଳ ହୋଇ ଭାଂଗି ଯିବାର ଦେଖାଯାଇଥାଏ। ୪. ଏହା ସମସ୍ତଙ୍କୁ ଜଣା ଯେ, ଡେରିରେ ଶୋଇବା ଦ୍ୱାରା ନିଦ ଯଦି ପୁରା ନ ହୋଇଥାଏ ତେବେ ଆଖି ତଳ କଳା ପଡ଼ିଯାଏ।

୫. ଯଦି ଆପଣ ଡେରିରେ ଶୁଅନ୍ତି ଏବଂ ଆପଣଙ୍କୁ ନିଦ କମ ହୋଇଥାଏ, ତେବେ ମୁହଁରେ ବ୍ରଣ ହେବାର ସମ୍ଭାବନା ଥାଏ।

୬. ଯଦି ଡେରିରେ ଶୋଇବା ଅଭ୍ୟାସ ହୋଇଯାଏ ତେବେ କେଶ ଝଡ଼ିବା ଭଳି ସମସ୍ୟମାନ ଦେଖାଯାଏ।

୭. ଡେରିରେ ଶୋଇବା ଓ ନିଦ ଠିକ ଭାବରେ ନ ହେବା ଦ୍ୱାରା ଶରୀର ରେ ଦୁର୍ବଳତା ଦେଖାଯାଏ।

୮. ରାତିରେ ଡେରିରେ ଶୋଇବା ଦ୍ୱାରା ଖାଦ୍ୟ ସଠିକ ଭାବରେ ହଜମ ନହେବା ସମସ୍ୟା ଦେଖାଯାଇଥାଏ।

୯. ସଠିକ ସମୟ ରେ ନ ଶୋଇବା ଦ୍ୱାରା ଏବଂ ଦିନ ରେ ଡେରିରେ ଉଠିବା ଦ୍ୱାରା ସମ୍ପୂର୍ଣ୍ଣ ଦିନ ଅଳସୁଆ ଲାଗିଥାଏ ଏବଂ ମନ ଭାରି ଲାଗିଥାଏ।

୧୦. ରାତି ରେ ଶୀଘ୍ର ନ ଶୋଇବା ଦ୍ୱାରା ସ୍ମରଣ ଶକ୍ତି କମିଯାଇଥାଏ ଏବଂ କୌଣସି କଥା ସହଜରେ ମନେ ପଡ଼ି ନଥାଏ।

୧୧. ଦିନରେ ଶୋଇବା ଦ୍ୱାରା ବାତ୍ତ, ପିତ ଓ କଫ ରେ ଅସନ୍ତୁଳ ଦେଖା ଦେଇଥାଏ। ଯାହା ଶରୀର ପାଇଁ ହାନିକାରକ ହୋଇଥାଏ।

୧୨. ରାତି ରେ ପର୍ଯ୍ୟାପ୍ତ ମାତ୍ରାରେ ନ ଶୋଇବା ଦ୍ୱାରା ପେଟ ରେ ଅଲସର୍ ରୋଗ ହେବା ସମ୍ଭାବନା ଥାଏ।

୧୩. ରାତ୍ରି ରେ ଉଜାଗର ରହିବା ଦ୍ୱାରା ଭୋକ ନ ଲାଗିବା ଓ ଦେହ ହାତ ବିନ୍ଧା ସମସ୍ୟା ଦେଖାଯାଇଥାଏ।

୧୪. ଶୋଇବା ର ଦୁଇ ଘଣ୍ଟା ପୂର୍ବରୁ ଖାଦ୍ୟ ଖାଇବା ଉଚିତ ଏବଂ ଶବାସନ ରେ ଶୋଇବା ଉଚିତ। ଏହା ଶରୀର ପାଇଁ ଲାଭଦାୟୀ ସାବ୍ୟସ୍ତ ହୋଇଥାଏ।

୧୫. ଯେଉଁ ବ୍ୟକ୍ତି ବ୍ରାହ୍ମ ମୁହୂର୍ତ୍ତରେ ରେ ଉଠି ନିଜର ନିତ୍ୟକର୍ମ ସାରିଥାଏ ସେହି ବ୍ୟକ୍ତି ର ପ୍ରତ୍ୟେକ କାର୍ଯ୍ୟ ସଫଳ ହୋଇଥାଏ ବ ସେ ବିକାଶ ର ପଥ ରେ ଅଗ୍ରସର ହୋଇଥାଏ। ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *