ଏହି ଲୋକଙ୍କ ଘରେ ମା’ ଲକ୍ଷ୍ମୀ କେବେ ବି ରୁହନ୍ତି ନାହିଁ, କଣ ଆପଣ ଏମିତି ଭୁଲ କରୁ ନାହାଁନ୍ତି ତ ? Ajira Anuchinta

ନମସ୍କାର ବନ୍ଧୁଗଣ ଆଜି କାଲି କିଏ ନ ଚାହେଁ କି ତା ପାଖରେ ବହୁତ ପଇସା ରହୁ। ସେ ବହୁତ ଧନୀ ହେଉ ତା ପାଖରେ କେବେ କୌଣସି ଜିନିଷ ର ଅଭାବ ନ ହେଉ ଏବଂ ସେ ସବୁ ସୁଖ ସୁବିଧା କୁ ପ୍ରାପ୍ତ କରୁ ବୋଲି ଚାହୁଁ।

ସେଥିପାଇଁ ଲୋକମାନେ ବହୁତ ଅଧିକ ପରିଶ୍ରମ ମଧ୍ୟ କରନ୍ତି। ଦିନ ରାତି ଅଧିକ ପରିଶ୍ରମ କରନ୍ତି ଏବଂ ପଇସା ରୋଜଗାର କରନ୍ତି ଏବଂ ଏହା ମଧ୍ୟ ଚାହାନ୍ତି କି ସେ ପଇସା ତାଙ୍କ ପାଖରେ ସର୍ଵଦା ରହୁ। କେବେବି କୌଣସି ପରିସ୍ଥିତିରେ ତାଙ୍କୁ ଧନ ର ଅଭାବ ନ ହେଉ। ବେଳେ ବେଳେ କିଛି ଲୋକ ମାନେ ବହୁତ ପରିଶ୍ରମ କରନ୍ତି ଏବଂ ପଇସା ମଧ୍ୟ ରୋଜଗାର କରନ୍ତି କିନ୍ତୁ ତାଙ୍କ ପାଖରେ ପଇସା ରୁହେ ନାହିଁ ଅର୍ଥାତ ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ ସଞ୍ଚୟ କରି ପାରନ୍ତି ନାହିଁ।

ଏହାର କାରଣ ହେଉଛି ତାଙ୍କ ଗ୍ରହ ନକ୍ଷତ୍ର ର ଦୁର୍ବଳତା। ଯଦି ଆପଣଙ୍କ ଗ୍ରହ ନକ୍ଷତ୍ର ଦୁର୍ବଳ ଥାଏ ତେବେ ଆପଣଙ୍କ ର କୌଣସି କାର୍ଯ୍ୟ ବି ସଫଳ ହୋଇ ପାରିବ ନାହିଁ। କେବଳ ପରିଶ୍ରମ ନୁହେଁ ଭାଗ୍ୟ ର ସାଥ ମିଳିଲେ ହିଁ ଜଣେ ସଫଳ ବ୍ୟକ୍ତି ହୋଇ ପାରିବ। କିନ୍ତୁ ବେଳେ ବେଳେ ଆମେ ନିଜ ଘରେ କିଛି ଏପରି କାର୍ଯ୍ୟ କରିଥାଉ ଯାହା ଦ୍ୱାରା ମାତା ଲକ୍ଷ୍ମୀ କେବେବି ଆମ ଘରକୁ ଆସନ୍ତି ନାହିଁ ତେବେ ଆସନ୍ତୁ ଜାଣିନେବା ସେହି କାର୍ଯ୍ୟ ଗୁଡିକ କଣ କଣ।


୧-ପ୍ରଥମ ରେ ହେଉଛି ଯେଉଁ ଲୋକମାନେ ନିଜ ଘରେ ଗୁରୁଜନ ମାନଂକୁ ଏବଂ ଦେବୀ ଦେବତାଙ୍କୁ ପୂଜାକରନ୍ତି ନାହିଁ ଏବଂ ସେମାନଂକୁ ସମ୍ମାନ କରନ୍ତି ନାହିଁ ସେହିପରି ଘରେ ମାତା ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ।

୨- ଦ୍ଵିତୀୟ ରେ ଯେଉଁ ବ୍ୟକ୍ତି ମାନେ ସର୍ଵଦା ମିଛ ର ସହାୟତା ନେଇଥାନ୍ତି ସବୁବେଳେ ମିଛ କୁହନ୍ତି ଏବଂ ମିଛ ରେ ହିଁ ନିଜ ଜୀଵନ ବିତାନ୍ତି ସେହି ମାନଙ୍କ ଉପରେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଯାଆନ୍ତି ଏବଂ କେବେବି ଘରକୁ ଆସନ୍ତି ନାହିଁ।


୩- ତୃତୀୟ ରେ ହେଉଛି ଯେଉଁ ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ଭଲପାଇବା ନାହିଁ ଏବଂ ସେମାନେ ସର୍ଵଦା ଅନ୍ୟ ପୁରୁଷ କିମ୍ବା ସ୍ତ୍ରୀ ଙ୍କ ସହିତ ସମ୍ପର୍କ ରଖିଥାନ୍ତି ସେମାନଙ୍କ ଘରେ ମଧ୍ୟ ମାତା ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ।

୪- ଚତୁର୍ଥ ରେ ହେଉଛି ଯେଉଁ ମହିଳା ମାନେ ସବୁବେଳେ ରାଗି ଥାଆନ୍ତି ଟିକେ ଟିକେ କଥାରେ ଚିଡି ଯାଆନ୍ତି ଏବଂ କାହାକୁ ଆଦର ମଧ୍ୟ କରନ୍ତି ନାହିଁ ସେମାନଙ୍କ ଘରେ ମଧ୍ୟ ମାତା ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ।


୫- ପଞ୍ଚମ ରେ ଯେଉଁ ଘରେ ପରିବାର ଲୋକ ମାନେ ପରସ୍ପର ସହ ସର୍ଵଦା ଝଗଡା କରିଥାନ୍ତି ଏବଂ ଅନ୍ୟର ଧନ ସମ୍ପତ୍ତି ଲୁଟିବା ପାଇଁ ଚାହିଁଥାନ୍ତି ସେମାନଙ୍କ ଉପରେ ମାତା ଲକ୍ଷ୍ମୀ ରାଗିଥାନ୍ତି ଏବଂ ସେ ଘରେ ମଧ୍ୟ ବାସ କରନ୍ତି ନାହିଁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *