ଏହି 9 ଟି କଥା ଆପଣଙ୍କ ପିଲାଙ୍କୁ ଭୁଲରେ ବି କହିବେ ନାହିଁ…?

ବନ୍ଧୁଗଣ ପିଲା ମାନଙ୍କୁ ଛୋଟ ବେଳରୁ ହିଁ ତାଙ୍କ ବାପା, ମାଆ ତଥା ପରିବାର ତାଙ୍କୁ ଉପଯୁକ୍ତ ଶିକ୍ଷା ଦେବା ଦରକାର । ଯାହା ଦ୍ଵାରା ପିଲା ଉତ୍ତମ ଶିକ୍ଷା ଓ ସଂସ୍କାର ପାଇପାରିବ । ଯାହା ଦ୍ଵାରା ସେ ନିଜର ଏକ ଉତ୍ତମ କ୍ଯାରିଅର ଗଢିପାରିବ । ଏଥିସହ ପିଲାଟି ମନରେ ପ୍ରତ୍ଯେକଟି ଭଲ ଓ ଉନ୍ନତିମୂଳକ କାର୍ଯ୍ୟ ପ୍ରତି ନିଜ ମନରେ ଆତ୍ମବିଶ୍ବାସ ମଧ୍ୟ ଥିବ । ଯେ ମୁଁ ସବୁ କାର୍ଯ୍ୟକୁ ଭଲରେ କରିବାକୁ ଚେଷ୍ଟା କରିବା ସହ ସେଥିରେ ସଫଳ ମଧ୍ୟ ହୋଇପାରିବି । ହେଲେ ପିଲା ମାନଙ୍କୁ ଛୋଟ ବେଳୁ ବାପା କି ମାଆ ମାନେ ଏହି 9 ଟି କଥା ଆଦ୍ୱା କହିବା ଉଚିତ ହୋଇନଥାଏ । ଯାହାର କୁ-ପ୍ରଭାବ ସେହି ପିଲାଟି ଉପରେ ପଡିବ ।

1- ପିଲାକୁ ଛୋଟ ବେଳୁ ପୁଅ ଓ ଝିଅର ଭେଦଭାବ କଥା କି କାର୍ଯ୍ୟ ଉପରେ କିଛି ବି କୁହନ୍ତୁ ନାହିଁ । ସେ ପୁଅ ହେଉ ଅବା ଝିଅ ତାକୁ ଯାହା କରିବାକୁ ଭଲ ଲାଗୁଛି । ତାହା କରିବାକୁ ଦିଅନ୍ତୁ ଏବଂ ପିଲା ଉପରେ ଉତ୍ତମ ଭାବେ ଧ୍ୟାନ ରଖନ୍ତୁ ।

2- ବାପା, ମାଆ ମାନେ ପିଲା ମାନଙ୍କ ସହ କଥା ବନ୍ଦ କରନ୍ତୁ ନାହିଁ । ଅର୍ଥାତ ପୁଅ କି ଝିଅ ଆପଣଙ୍କୁ ଯାହା ବି କହିବାକୁ ଚାହୁଁଛନ୍ତି । ତାହା ଆପଣ ତାଙ୍କୁ ସବୁକିଛି ଖୋଲି କହିବାକୁ ଦିଅନ୍ତୁ ।

3- ପିଲାଙ୍କୁ ପ୍ରତି କଥା କଥାରେ ବାପା ଆସିଲେ ତୋ ବିଷୟରେ କହିଦେବି କହି ତା’ ମନରେ ଭୟ ଦିଅନ୍ତୁ ନାହିଁ । କାରଣ ଏହିପରି ସବୁବେଳେ କହିବା ଦ୍ଵାରା ପିଲା ମନରେ ତା’ ର ବାପା ପ୍ରତି ଧୀରେ ଧୀରେ ଦୂରତା ଆସିବାକୁ ଲାଗିଥାଏ । ତେଣୁ ପିଲା ଭୁଲ କରିଲେ ତା’ କୁ ଘରେ ମାଆ ମାନେ ମଧ୍ୟ ଭଲ ବୁଝାଇ କହିପାରିବେ ।

4- ପିଲା ଯେଉଁ ସବୁ କଥା କରିବାକୁ ଚାହୁଁଥିବ । ପିଲାର ପ୍ରତ୍ଯେକଟି କଥାରେ ସିଧାସଳଖ ନା କୁହନ୍ତୁ ନାହିଁ । ଯଦି ପିଲା କହୁଥିବା କଥାଟି ଆପଣଙ୍କୁ ଭୁଲ ଲାଗେ । ତେବେ ତାକୁ ଅନ୍ୟ ବାଟରେ ପିଲାର ମନକୁ ଭୁଲାଇ ସେହି କାର୍ଯ୍ୟ କରିବାରୁ ତାକୁ ନିବୃତ୍ତ କରିପାରିବେ ।

5- ପିଲା ଯେତେବେଳେ କୌଣସି ଥିରେ ବିଫଳ ହୋଇଯାଉଛି । ସେତେବେଳେ ପିଲାକୁ ବାରମ୍ବାର ନିଚ୍ଚା ଦେଖାଇ ତୋ ଦ୍ଵାରା କିଛି ହୋଇପାରିବ ନାହିଁ କହି ତାକୁ ବ୍ଲେମ କରନ୍ତୁ ନାହିଁ । ବଂର ପିଲା ଯଦି କୌଣସି କାର୍ଯ୍ୟରେ ବିଫଳ ହେଉଛି । ପିଲା କିପରି ଭାବେ ସଫଳ ହୋଇପାରିବ । ପିଲା ମନରେ ସେହିଭଳି ସକାରାତ୍ମକ ଚିନ୍ତାଧାରା ଭର୍ତ୍ତି କରି ପିଲାକୁ ତା’ ର କାର୍ଯ୍ୟରେ ତାକୁ ଉତ୍ସାହିତ କରିବା ସହ ଉତ୍ତମ ବାଟ ଦେଖାନ୍ତୁ ।

ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *