ଜାଣନ୍ତୁ ଦାନ୍ତ ଘଷିବାର ସଠିକ ଉପାୟ, କେବେ ବି ଦାନ୍ତ ପୋକ ଖାଇବନି କି ଦନ୍ତ ବିନ୍ଧା ବି ହେବନି (Dr Dibya Lochan Swain)

ନମସ୍କାର ବନ୍ଧୁଗଣ । ପ୍ରତ୍ଯେକ ବ୍ୟକ୍ତି ର ସୁନ୍ଦରତା ତାର ହାସ ଆହୁରି ବଢାଇଉ ଦେଇଥାଏ । ଏପରି ରେ ଯଦି କାହାର ଦାନ୍ତ ମଧ୍ୟରେ କିଛି ଖାଦ୍ୟ ରହି ସେଥି ମଧ୍ୟ ରୁ ଦୁର୍ଗନ୍ଧ ବାହାରି ତାହେ । ଯାହା ଫଳରେ କାହା ସହ କଥା ବାର୍ତ୍ତା ହେବା ସମୟରେ ଲଜ୍ୟା ବୋଧ ଅନୁଭବ ହୁଏ । ଦାନ୍ତ ଠିକ ଭାବରେ ନ ଘଷିବାର କାରଣ ରୁ ଦାନ୍ତ ନିଜର ପ୍ରକୃତ ରଙ୍ଗ ହରାଇ ହଳଦିଆ ପଡି ଯାଇଥାଏ ।

ତେଣୁ ପ୍ରତ୍ଯେକ ବ୍ୟକ୍ତି କୁ ପ୍ରତିଦିନ ଭଲ ଭାବରେ ନିଜର ଦାନ୍ତ କୁ ନିୟମିତ ଦୁଇ ଥର ଘଷିବା ଆବଶ୍ୟକ । ବନ୍ଧୁଗଣ ଜୀବନରେ ପ୍ରତ୍ଯେକ କାର୍ଯ୍ୟ କୁ କରିବାର ଏକ ନିର୍ଦ୍ଧିଷ୍ଟ ଶୈଳିଥାଏ । ସେହି ପରି ଦାନ୍ତ ଘଷିବାର ମଧ୍ୟ ଏକ ଶୈଳୀ ରହିଛି ଯାହାକୁ ନିୟମ ଅନୁସାରେ କରିବା ଦ୍ଵାରା ଦାନ୍ତ କେବେ ମଧ୍ୟ ଶୀଘ୍ର ନଷ୍ଟ ହୋଇ ନଥାଏ ।

ଦାନ୍ତ ରେ କ୍ଯାଭିଟି, ସଂକ୍ରମଣ ତଥା ଦାନ୍ତ କ୍ଷୟ ରୁ ରକ୍ଷା ପାଇବା ପାଇଁ ନିୟମିତ ବ୍ଯବଧାନରେ ଦାନ୍ତ ସଫା କରିବା ନିହାତି ଜରୁରୀ । ଏଥିପାଇଁ ଦୈନିକ 2 ଥର ବ୍ରସ କରିବା ଆବଶ୍ୟକ । ଦାନ୍ତ ସବୁବେଳେ ଦର୍ପଣ ର ଆଗରେ ଛିଡା ହୋଇ ହିଁ ଘଷିବା ଉଚିତ । ପ୍ରଥମେ ବ୍ରଶ ସାହାର୍ଯ୍ୟ ରେ ଡାହାଣ ରୁ ବାମ ପାଟ କୁ ଘଷି ଘଷି ଯିବା ଉଚିତ ।

କଳ ଦାନ୍ତ ଗୁଡିକୁ ସିଧା ନ ଘଷି ବ୍ରଶ ଟିକୁ 45॰ ଆଙ୍ଗେଲ ରେ କରି ଘଷିବା ଉଚିତ । ସିଧା ଘଷିବା ଉଚିତ ହୋଇ ନଥାଏ । କାରଣ ଏହାଦ୍ଵାରା ପ୍ରଥମେ ତ ମାଢି ରେ ଖଣ୍ଡିଆ ହୋଇଯାଏ । ଏହାସହ ସେ ପାଖର ଦାନ୍ତ ଗୁଡିକ ମଧ୍ୟ ଘୋରି ହୋଇଯାଏ । 45॰ ଆଙ୍ଗେଲ କରି ସମାନ୍ତରାଳ ରେ ବ୍ରସ କରିବା ଦ୍ଵାରା ଦାନ୍ତ ଉପରେ କିଛି ଚାପ ବା ପ୍ରଭାବ ପଡି ନଥାଏ । ଏହାସହ ଦାନ୍ତ ମଧ୍ୟ ସଫା ହୋଇ ଯାଇଥାଏ । ଏହା ପରେ ଆଗ ପାଖର ଦାନ୍ତ ଗୁଡିକୁ ବୃତାକାର ଭାବରେ ଆଗକୁ ପଛକୁ କରି କିଛି ସମୟ ପାଇଁ ଘଷି ଏହା ପରେ ଆପଣ ବାମ ପାଖର ଦାନ୍ତ ଗୁଡିକୁ ଘଷନ୍ତୁ ।

ଏହା ପରେ ପାଟି କୁ ଆଁ କରି ଭିତର ପଟର ଦାନ୍ତ କୁ ଘଷିବା ପାଇଁ ପ୍ରଥମେ ତଳ ଦାନ୍ତ ଗୁଡିକୁ ଭଲ ଭାବରେ ସମାନ୍ତରାଳ ଭାବରେ ଆଗକୁ ଓ ପଛକୁ କରି ଘଷନ୍ତୁ । ଏହି ସ୍ଥାନ ରେ ଘଷିବା ସମୟ ରେ ଧ୍ୟାନ ଦେବାକୁ ପଡିଥାଏ କାରଣ ଏହି ସ୍ଥାନ ଟି ଖୁବ ମାଂସଳ ଓ ସୂକ୍ଷ୍ମ ହୋଇଥାଏ । ଏହି ସ୍ଥାନ ରେ ଜୋର ରେ ଦାନ୍ତ ଘଷିବା ଦ୍ଵାରା ସେହି ସ୍ଥାନ ସହଜ ରେ କ୍ଷତ ହୋଇ ଯାଏ । ତାହାଛଡା ବନ୍ଧୁଗଣ ଦନ୍ତ ଆମ ଶରୀର ର ଏକ ଏପରି ଅଙ୍ଗ ଯାହା ଯଦି ଥରେ ନଷ୍ଟ ହୋଇ ଯାଏ, ତେବେ ତାହାକୁ ପୁନର୍ବାର ଫେରି ପାଇବା ଅସମ୍ଭବ ।

ତେଣୁ ଏହାର ବିଶେଷ ଯତ୍ନ ନେବା ଆବଶ୍ୟକ । ପ୍ରତ୍ଯେକ ବ୍ୟକ୍ତି କୁ ଦିନ ରେ ଦୁଇ ଥର ଦାନ୍ତ ଘଷିବା ସହ ପ୍ରତ୍ଯେକ ଥର ଖାଇ ସାରିଲା ପରେ ମୁହଁ କୁ ଭଲ ଭାବରେ କୁଳି କରିବା ଆବଶ୍ୟକ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *