ଭଗବାନ ହନୁମାନଙ୍କ ଚମତ୍କାର ର ସତ ଘଟଣା ! ଏକ ଭକ୍ତ ସହ କରିଲେ ଏମିତି କାମ…

ହନୁମାନ ତାଙ୍କ ଭକ୍ତଙ୍କୁ କେବେ ମଧ୍ୟ ନିରାଶ କରନ୍ତି ନାହିଁ । ଆସନ୍ତୁ ଜାଣିବା ଏକ ସତ୍ୟ ଘଟଣା ଯାହା ଜାଣିବା ପରେ ହନୁମାନଙ୍କ ପ୍ରତି ଆପଣଙ୍କ ବିଶ୍ବାସ ଓ ଭକ୍ତି ଆହୁରି ଦୃଢ ହୋଇଯିବ । ମହାରାଷ୍ଟ୍ରର ପୁନେ ସହରରେ ଶଙ୍କର ନାମକ ହନୁମାନଙ୍କ ଜଣେ ପରମ ଭକ୍ତ ଥିଲ ଓ ଆଜୀବନ ବ୍ରହ୍ମଚାରୀ ପାଳନ କରିବା ପାଇଁ ଶପଥ ନେଇଥିଲା । ସେ ପ୍ରତିଦିନ ଅଗଣାରେ ହନୁମାନଙ୍କ ମୂର୍ତ୍ତି ସମୁଖରେ ବସି ହନୁମାନ ଚାଳିଶା ପଥ କରୁଥିଲା ।

ଶଙ୍କରର ଗୋଟିଏ ଔଷଧ ଦୋକାନ ଥିଲା। ସେ କେବେ କାହାକୁ ଠକି ଅଧିକ ପଇସା ନିଏ ନାହିଁ ବରଂ ଅତି ଗରିବ ଲୋକଙ୍କୁ ମାଗଣାରେ ମଧ୍ୟ ଔଷଧ ଦିଏ । ହନୁମାନଙ୍କ ଭକ୍ତ ହୋଇଥିବାରୁ ତା ମଧ୍ୟରେ ତିଳେ ମାତ୍ର ଧନର ଲାଳସା ନ ଥିଲା । ତାର ବିଶ୍ବସ୍ତତା ହେତୁ ଭଗବାନ ହନୁମାନ ସର୍ବଦା ତା ଉଅରେ ପ୍ରସନ୍ନ ରହୁଥିଲେ ଓ ତାର କୌଣସି ଅଭାବ ନ ଥିଲା । ତା ବ୍ୟବହାର ନିର୍ମଳ ହୋଇଥିବାରୁ ତାକୁ ସମସ୍ତେ ପସନ୍ଦ କରୁଥିଲେ ଓ ସମ୍ମାନ ଦେଉଥିଲେ ।

ମାତ୍ର ଶଙ୍କର ଜୀବନରେ ଏପରି ଏକ ବିଷୟ ଆସିଲା ଯାହା ତା ଜୀବନ ଓଲଟପାଲଟ କରି ଦେଇଥିଲା । ଶଙ୍କର ତା ପିତାମାତାଙ୍କ ଏକମାତ୍ର ସନ୍ତାନ ହୋଇଥିବାରୁ ଓ ସେମାନେ ବୃଦ୍ଧ ହେଉଥିବାରୁ ଶଙ୍କରକୁ ବିବାହ କରିବା ପାଇଁ ଚାପ ପକାଉଥିଲେ । ମାତ୍ର ଶଙ୍କର ଆଜୀବନ ବ୍ରହ୍ମଚାରୀ ରହିବା ପାଇଁ ପଣ କରିଥିବାରୁ ସେ ସେଥିପାଇଁ ରାଜି ହେଉ ନା ଥିଲା । ତେବେ ଅତ୍ୟଧିକ ଚାପ ହେତୁ ଶେଷରେ ଇଚ୍ଛା ନା ଥିବା ସତ୍ବେ ବ୍ରହ୍ମଚାରୀ ବ୍ରତ ଭାଙ୍ଗି ସେ ବିବାହ ପାଇଁ ରାଜି ହୋଇ ଯାଇଥିଲା ।

ବୈବାହିକ ଜୀବନରେ ବ୍ୟସ୍ତତା ହେତୁ ସେ ଧୀରେ ଧୀରେ ହନୁମାନଙ୍କୁ ଭୁଲିବାକୁ ଲାଗିଥିଲା । ଏବେ ସେ ତା ଅଗଣାରେ ଥିବା ହନୁମାନଙ୍କ ମୂର୍ତ୍ତିର କୌଣସି ଧ୍ୟାନ ରଖୁ ନା ଥିଲା କି ନମସ୍କାର ମଧ୍ୟ କରୁ ନ ଥିଲା । ମାତ୍ର ହନୁମାନ ବୋଧ ହୁଏ ନିଜ ଭକ୍ତର ପରୀକ୍ଷା ନେବାକୁ ଚାହୁଁଥିଲେ । ଏବେ ଶଙ୍କର ଗରିବଙ୍କୁ ସାହାଯ୍ୟ କରିବା ବନ୍ଦ କରିଦେଲା ଓ ତାର ଲୋଭ ବଢିବାକୁ ଲାଗିଲା । ଥରେ ସେ ଜଣେ ଗ୍ରାହକଙ୍କୁ ଭୁଲ ଔଷଧ ମଧ୍ୟ ଦେଇଦେଲା । ଗ୍ରାହକ ଉପରେ ଏହାର କୁପ୍ରଭାବ ପଡିବାରୁ ସେ ଶଙ୍କର ନାମରେ ଥାନାରେ କେସ କରିଦେଲା ।

ଏହା ପରେ ଶଙ୍କରର ଦୋକାନରେ ତାଲା ପଡିଗଲା ଓ ଏହାପରେ ତା ଜୀବନରେ ସମସ୍ଯା ବଢି ଚାଲିଲା । ତା ପିତାଙ୍କ ଚିକିତ୍ସାରେ ମଧ୍ୟ ତା ସବୁ ଧନ ସରିଗଲା ଓ ତା ପତ୍ନୀ ମଧ୍ୟ ତାକୁ ଛାଡିଦେଲା । ଏହି ସମୟରେ ତାକୁ କେଉଁଠାରୁ ମଧ୍ୟ ସାହାଯ୍ୟ ମିଳିଲା ନାହିଁ । ଦିନେ ନିରାଶ ହୋଇ ଅଗଣାରେ ବସିଥିବ ସମୟରେ ତା ନଜର ହନୁମାନଙ୍କ ମଳିନ ମୂର୍ତ୍ତି ଉପରେ ପଡିଲା । ତାଙ୍କୁ ଦେଖିବା ପରେ ତାର ସବୁ ଭୁଲ ମାନେ ପଡିଗଲା ଓ ହନୁମାଙ୍କ ନିକଟରେ ପ୍ରାୟଶ୍ଚିତ କରି ପୂର୍ବ ପରି ତାଙ୍କର ଉପାସନା କରିବାକୁ ଲାଗିଲା ।

ଏପରି ୯ଦିନ କରିବା ପରେ କେସ କରିଥିବା ଗ୍ରାହକ ଜଣକ ଆସି ତାକୁ ଔଷଧ ପାଇଁ ଧନ୍ୟବାଦ ଦେଇ କହିଲେ ସେ ଦେଇଥିବା ଔଷଧରେ ତାଙ୍କ ରୋଗ ସୁସ୍ଥ ହୋଇଗଲା । ଏହାପରେ ଶଙ୍କର ପୁନର୍ବାର ତା ଦୋକାନ ଖୋଲିଲା ଓ ଏହାପରେ ହନୁମାନଙ୍କ ଉପରେ ତା ଭକ୍ତି ଓ ବିଶ୍ବାସ ଆହୁରି ବଢିଗଲା । ଆଜି ମଧ୍ୟ ସେ ପୁରା ପରିବାର ସହ ହନୁମାନଙ୍କ ଉପାସନା କରୁଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *