କ୍ୟାନସର ହେବା ପୂର୍ବରୁ ଶରୀର ଦେଇଥାଏ କେଉଁ ସବୁ ଲକ୍ଷଣ ? ନିଶ୍ଚୟ ଜାଣି ରଖନ୍ତୁ ! (Health Tips)

ବନ୍ଧୁଗଣ, ପୃଥିବୀରେ ପ୍ରତି ମିନିଟରେ ପ୍ରାୟ ୧୭ ଜଣ କର୍କଟ ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ଏହି ରୋଗୀ ମାନେ ଶେଷ ଅବସ୍ଥାରେ ଡ଼ାକ୍ତରଙ୍କ ପାଖକୁ ଯାଇଥାନ୍ତି । ଯାହାଦ୍ଵାରା ସେମାନଙ୍କର ରୋଗ ଭଲ ହେବାର ସମ୍ଭାବନା କମ ହୋଇଥାଏ । କର୍କଟ ରୋଗ ଆମ ଶରୀରର ବିଭିନ୍ନ ଜୀବକୋଷ ରୁ ଆସିଥାଏ । ସାଧାରଣତଃ ଏହା ଚାରି ପ୍ରକାରର । ପ୍ରଥମେ ହେଉଛି କର୍ସିନମା, ଏହା ଜୀବକୋଷ ରୁ ଆସିଥାଏ ।

ଦ୍ଵିତୀୟରେ ହେଉଛି ସର୍କୋମା, ଏହା ମଶଲ୍ସ ବା ମାଂସପେଶୀ ରୁ ଆସିଥାଏ । ତୃତୀୟରେ ହେଉଛି ଲିକିମିଆ, ଏହା ବ୍ଲଡ ରୁ ଆସିଥାଏ । ଶେଷରେ ଯେଉଁ ଗୁଡ଼ିକ ଲାସିଆ ଗ୍ରନ୍ଥି ରୁ ଆସିଥାଏ, ତାହାକୁ ଲ୍ୟୁଫମା କୁହାଯାଏ । ଯଦି କୌଣସି ସାଧାରଣ ବ୍ୟକ୍ତିର ଏହି ୭ ଟି ଲକ୍ଷଣ ଦେଖାଯାଇଥାଏ ତେବେ ତାଙ୍କୁ କର୍କଟ ରୋଗ ହେବାର ସମ୍ଭାବନା ଅଛି ।

୧- ଯଦି କୌଣସି ଜାଗାରେ ଗୋଟେ ଘା’ ହେଇଛି କିମ୍ବା କ୍ଷତ ହୋଇଛି ତାହା ବହୁତ ଦିନ ଧରି ଶୁଖିଲା ନାହିଁ । କିମ୍ବା ପାଟିରେ ଗୋଟେ ଘା ହୋଇଛି ତାହା ମଧ୍ୟ ଶୁଖିଲା ନାହିଁ । ଏହାଦ୍ୱାରା ଜାଣି ହେବ କି କର୍କଟ ରୋଗ ହେଇଛି । ୨- ଯଦି ସ୍ତନରେ ଗୋଟେ ଆବୁ ଭଳି ହୋଇଛି । ସବୁ ଆବୁ ଯେ କର୍କଟ ରୋଗ ର ଲକ୍ଷଣ ତାହା ନୁହେଁ । କିନ୍ତୁ ଯଦି ଆବୁ ହୋଇଛି ଏବଂ ତାହା ବଢ଼ି ଚାଲୁଛି । ତେବେ ଆପଣ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

୩- ଯଦି କୌଣସି ମହିଳାଙ୍କର ୫୫ ବର୍ଷ ପରେ ମଧ୍ୟ ଋତୁସ୍ରାବ ଅଧିକ ସମୟରେ ହୋଇଥାଏ ତେବେ ସାଧାରଣତଃ ପରୀକ୍ଷା କରାଇ ନେବା ଉଚିତ । ଯାହାଦ୍ଵାରା ଜଣା ପଡ଼ିବ ଯେ ଜରାୟୁ ରେ କର୍କଟ ରୋଗ ଅଛି କିମ୍ବା ନାହିଁ ।

୪- ଏହାଛଡା କୌଣସି ବ୍ୟକ୍ତିଙ୍କର ବହୁତ ଦିନ ଧରି କାଶ ଲାଗି ରହିବା ଅଥବା ବହୁତ ଦିନ ଧରି କାଶ ଓ କଫ ହୋଇ କଫ ରେ ବ୍ଲଡ଼ ପଡ଼ିଥାଏ । ତେବେ ତୁରନ୍ତ ଡାକ୍ତର ସହ ପରାମର୍ଶ କରନ୍ତୁ । ଏହା ଫୁସଫୁସ କର୍କଟ ରୋଗ ହୋଇପାରେ ।

୫- କୌଣସି ବ୍ୟକ୍ତିଙ୍କର ବହୁତ ଦିନ ଧରି ବଦ ହଜମି ହେବା । ଖାଇବାକୁ କଷ୍ଟ ହେବା ଓ ଖାଇବା ମାତ୍ରେ ବାନ୍ତି ହୋଇଯିବା ଏହି ସବୁ ମଧ୍ୟ କର୍କଟ ରୋଗର ଲକ୍ଷଣ ହୋଇପାରେ ।

୬- କୌଣସି ବ୍ୟକ୍ତିଙ୍କର ଝାଡାରେ ଓ ପରିସ୍ରାରେ ରକ୍ତ ପଡିବା । ବହୁତ ଦିନ ଧରି ଝାଡ଼ା ରେ ଲାଳ ପଡ଼ିବା ବା ରକ୍ତ ପଡ଼ିବା କିମ୍ବା ଝାଡ଼ା ଓ ପରିସ୍ରା ସମୟ ରେ କଷ୍ଟ ଅନୁଭବ କରିବା ମଧ୍ୟ କର୍କଟ ରୋଗ ର ଲକ୍ଷଣ ହୋଇଥାଏ ।

୭- ଯଦି ଦେହର କୌଣସି ଜାଗାରେ କଳାଜାଇ ବଢେ ଓ କ୍ରମଶଃ ବଢ଼ି କୁଣ୍ଡାଇ ହେବାକୁ ଲାଗେ ଏବଂ ପଚିବାକୁ ଲାଗେ । ତେବେ ଏଥିରୁ ମଧ୍ୟ କର୍କଟ ରୋଗର ସନ୍ଦେହ କରିନେବା ଉଚିତ ହୋଇଥାଏ । ଏହି ସବୁ ଲକ୍ଷଣ ଦେଖାଯିବା ପରେ ଆପଣ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଯଦି ଏହା ରୋଗ ଆରମ୍ଭ ହେବାର ପ୍ରଥମ କିମ୍ବା ଦ୍ଵିତୀୟ ଷ୍ଟେଜ ରେ ଆପଣ ଡାକ୍ତର ଙ୍କ ସହ ପରାମର୍ଶ କରୁଛନ୍ତି ତେବେ ଏହି ରୋଗ ଭଲ ହେବାର ବହୁତ ସମ୍ଭାବନା ଅଛି ।

ଯଦି ୩ କିମ୍ବା ଚତୁର୍ଥ ଷ୍ଟେଜ ରେ ଯାଆନ୍ତି ତେବେ ଭଲ ହେବାର ସମ୍ଭାବନା ବହୁତ କମ ଥାଏ । ତେଣୁ ସର୍ବଦା ସଚେତନତାର ସହ ଆଗକୁ ବଢନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *