ମଣିଷର 10 ଟି କର୍ମ ନିର୍ଦ୍ଧାରିତ କରିଥାଏ ତାହାର ଆଗାମୀ ଜନ୍ମ ? Garuda Puran

ବନ୍ଧୁଗଣ, ସାଧାରଣତ ମନୁଷ୍ୟ ଯେଉଁ ଭଳି କର୍ମ କରିଥାଏ, ସେହିଭଳି ଫଳ ପାଇଥାଏ । ମାତ୍ର କଣ ଆପଣ ଜାଣିଛନ୍ତି ଯେ ଆମ୍ଭ ମନୁଷ୍ୟ ଦ୍ଵାରା ଏଭଳି କିଛି କର୍ମ ଆମ୍ଭ ସହିତ ରହିଥାଏ ଯାହା ମୃ-ତ୍ୟୁ ପରେ ମଧ୍ୟ ଆମ୍ଭ ପିଛା ଛାଡି ନଥାଏ । ଏବଂ ଏହି କର୍ମ ଆମ୍ଭର ଆଗାମୀ ଜନ୍ମ ନିର୍ଦ୍ଧାରିତ କରିଥାଏ । ଗରୁଡ ପୁରାଣ ରେ ଏହି ସମ୍ବନ୍ଧରେ ସମସ୍ତ ବିବରଣୀ ପ୍ରଦାନ କରାଯାଇଅଛି । ଆସନ୍ତୁ ବର୍ତ୍ତମାନ ବିସ୍ତାର ରୂପେ ଜାଣିବା । ୧;- ମିତ୍ରତା ସଂସାରର ଅଦ୍ଭୁତ୍ତ ସମ୍ପର୍କ ଅଟେ । ଦରକାର ପଡିଲେ ମିତ୍ର ପାଇଁ ଜୀବନ ମଧ୍ୟ ଦେଇଥାନ୍ତି ।

ମାତ୍ର ଯଦି ସେହି ମିତ୍ରା ବିଶ୍ଵାସ ଘାତକତା କରେ ତେବେ ମୃ-ତ୍ୟୁ ପରେ ସେ ନର୍କ କୁ ତ ଯାଇଥାଏ ଏହା ସହିତ ତାହାର ଆଗାମୀ ଜନ୍ମ ପାହାଡ ରେ ରହୁଥିବା ଶାରଗୁଣା ସାଦୃଶ୍ୟ ହେବ ଯେ କି ପଶୁ ପକ୍ଷୀ ଙ୍କର ଶଢା ମାଂସ ଭକ୍ଷଣ କରିଥାଏ ।

୨;- ଯେଉଁ ମନୁଷ୍ୟ ନିଜ ଧର୍ମ ସହିତ ଅନ୍ୟ ଧର୍ମ ର ଅବମାନନା କରିଥାଏ ସେମାନଙ୍କୁ ମୃ-ତ୍ୟୁ ପରେ ନର୍କ ସହିତ ଆଗାମୀ ଜନ୍ମ ଶ୍ଵାନ ରୂପ ମିଳିବ ।

୩;- ଯେଉଁ ମନୁଷ୍ୟ ନିଜ ଗୁରୁ ଙ୍କର ଅବମାନନା କରିଥାଏ ସେ ଗର୍ଭ ରେ ଥିବା ସମୟରେ ହିଁ ତାହାର ମୃ-ତ୍ୟୁ ହୋଇଯାଇଥାଏ ।

୪;- ବ୍ରାହ୍ମଣ ସାଧାରଣତ ଭଗବାନ ତୁଲ୍ୟ ଅଟନ୍ତି । ଯେଉଁ ବ୍ରାହ୍ମଣ ନିଜ ବିଦ୍ୟା ଦ୍ଵାରା ଅନ୍ୟର ମାର୍ଗ ଦର୍ଶନ କରିବାକୁ ଅସମର୍ଥ ହୋଇଥାଏ ସେ ଆଗାମୀ ଜନ୍ମ ରେ ବଳଦ ଜନ୍ମ ପାଇଥାଏ ।

୫;- ଯେଉଁ ଲୋକ ଅନ୍ୟର ଧନ କୁ ମାଡି ବସି ସବୁଦିନ ଖାଇବାକୁ ଚାହିଁଥାଏ । ସେ ସାଧାରଣତ ଆଗାମୀ ଜନ୍ମ ରେ ପେଚ୍ଚା ଜନ୍ମ ହୋଇଥାଏ ।

୬;- ଯେଉଁ ମହିଳା ନିଜ ଶାଶୁ ଶଶୁର ଙ୍କର ସେବା କରିନଥାଏ, ଅଥବା ତାଙ୍କୁ ଗାଳି ଦେଇଥାଏ, କିମ୍ବା ଘରେ ଝଗଡା ଲଗାଇଥାଏ ତେବେ ସେମାନେ ଆଗାମୀ ଜନ୍ମ ରେ ଜୋକ ରୂପରେ ଜନ୍ମ ନେଇଥାନ୍ତି ।

୭;- ଯେଉଁ ଲୋକ ଅର୍ଣ୍ଣ ର ଅନାଦାର କରିଥାନ୍ତି ଅଥବା ଦାନ ଦେବାକୁ କୁଣ୍ଠାବୋଧ କରିଥାନ୍ତି ଏଭଳି ଲୋକ ଆଗାମୀ ଜନ୍ମ ରେ ଚୁଚୁମ୍ଦ୍ରା ଜନ୍ମ ନେଇଥାନ୍ତି ।

୮;- ଯେଉଁ ମନୁଷ୍ୟ ଅନ୍ୟ ମନୁଷ୍ୟ କୁ ଗାଳିଗୋଲୋଚ କରିଥାଏ ସେ ଆଗାମୀ ଜନ୍ମ ରେ ଛେଳି ରୂପରେ ଜନ୍ମ ନେଇଥାନ୍ତି, ଏବଂ କଷାଇ ହାତରେ ତାହାର ପ୍ରାଣ ଯାଇଥାଏ ।

୯;- ଯେଉଁ ମନୁଷ୍ୟ ପର ସ୍ତ୍ରୀ ଉପରେ ଖରାପ ନଜର ରଖିଥାନ୍ତି ସେମାନେ ଆଗାମୀ ଜନ୍ମ ରେ ଗଧ ଜନ୍ମ ନେଇଥାନ୍ତି, ଏବଂ ସେମାନେ ଚାହିଁ ମଧ୍ୟ ଗଧ ରୂପରେ କୌଣସି ସ୍ତ୍ରୀ ଉପରେ ବାସନା ରଖି ପାରି ନଥାନ୍ତି ।

୧୦;- ଯେଉଁ ସ୍ତ୍ରୀ ନିଜ ସ୍ଵାମୀ ବ୍ୟତୀତ ଅନ୍ୟ ପୁରୁଷ ଙ୍କ ସହିତ ସମ୍ବନ୍ଧ ରଖିଥାନ୍ତି ସେ ଆଗାମୀ ଜନ୍ମ ରେ ଝିଟିପିଟି ତଥା ବାଦୁଡି ରୂପେ ଜନ୍ମ ନେଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *