ଏହାର କେବଳ ଗୋଟିଏ ପତ୍ର ଚୋବାଇ ଖାଇ ଦିଅନ୍ତୁ, Immunity Power ଏତେ ବଢିଯିବ କି କୌଣସି ବି ରୋଗ ଛୁଇଁ ବି ପାରିବନି ( Benefits of Ajwain leaves)

ଅଜୱାଇନ ପତ୍ର ଜୁଆଣି ପାତ୍ର ଠାରୁ ଏକ ସମ୍ପୂର୍ଣ ଅଲଗା ପତ୍ର ହେଲେ ମଧ୍ୟ ଏହାକୁ ଜୁଆଣି ପତ୍ର ବୋଲି ମଧ୍ୟ କୁହାଯାଏ । କାନ୍ନାଡ଼ାରେ ଏହାକୁ “ହଜାରେ ଉପଯୋଗୀ ପତ୍ର” ବୋଲି ମଧ୍ୟ କୁହାଯାଏ । କାରଣ ଏହା ଆମ ଶରୀରରେ ହଜାରେ ରୋଗକୁ ଭଲ କରିଥାଏ । ଆୟୁର୍ବେଦ ଅନୁସାରେ ଏହି ପତ୍ର ଅନେକ ପ୍ରକାର ସ୍ୱାସ୍ଥ୍ୟ ରୋଗ ପାଇଁ ଉପଯୋଗୀ ଅଟେ ।

ଏହି ଜୁଆଣି ପତ୍ରରେ ଭିଟାମିନ- କେ, ଏ ଏବଂ ସି ଭରପୁର ମାତ୍ରାରେ ରହିଥାଏ । ଏହା ସହ ଏଥିରେ ପ୍ରଚୁର ପରିମାଣରେ ଆଣ୍ଟି ଅକ୍ସିଡାଣ୍ଟ ମଧ୍ୟ ରହିଛି । ଏହାକୁ ବିଭିନ୍ନ ପ୍ରକାର ରୋଗ ପାଇଁ ଭିନ୍ନ ଭିନ୍ନ ପ୍ରକାରେ ବ୍ୟବହାର କରାଯାଏ । ଏହାକୁ କଞ୍ଚା ସେବନ କରାଯାଏ, ଚାହା ପ୍ରସ୍ତୁତ କରି ପାନ କରାଯାଏ, ଏହାକୁ ବାଟି ଲେପ ପ୍ରସ୍ତୁତ କରାଯାଏ ଏବଂ ଏହା ଛଡା ଏହାକୁ ପରଟା କିମ୍ବା ପକୁଡି ପ୍ରସ୍ତୁତ କରି ମଧ୍ୟ ଭୋଜନ କରାଯାଏ । ତେବେ ଆସନ୍ତୁ ଜାଣିବା କେଉଁ ରୋଗ ପାଇଁ ଏହାକୁ କିପରି ବ୍ୟବହାର କରାଯାଏ ।

ଥଣ୍ଡା, କଫ ଓ କାଶ ପାଇଁ-

ଏଥିପାଇଁ ଆପଣ ୧୦ ରୁ ୧୫ଟି ଜୁଆଣି ପତ୍ର ନେଇ ଭଲ ଭାବେ ଧୋଇ ସଫା କରି ଏକ ପ୍ୟାନରେ ଏକ ଗ୍ଳାସ ପାଣି ଗରମ କରି ସେଥିରେ ଏହି ପତ୍ରକୁ ପକାଇ ଏକ ଚତୁର୍ଥାଂଶ ହେବା ଯାଏ ଭଲ ଭାବେ ଫୁଟାନ୍ତୁ । ଥଣ୍ଡା ହେବା ପରେ ଅଳ୍ପ ମହୁ ମିଶାଇ ଏହାକୁ ଏକ କପରେ ଛାଣି ଚାହା ପରି ପାନ କରନ୍ତୁ।

ପେଟ ବ୍ୟଥା ପାଇଁ-

ପେଟ ବ୍ୟଥା ହେବ ତଥା ପାଚନ ତନ୍ତ୍ର ସହ ଜଡିତ ସମସ୍ଯା ପାଇଁ ପ୍ରତିଦିନ ଗୋଟିଏ ଲେଖାଏଁ ଜୁଆଣି ପତ୍ରକୁ ଚୋବାଇ ଖାଇ ଏକ ଗ୍ଳାସ ପାଣି ପିଅନ୍ତୁ । ଏପରି ପ୍ରତିଦିନ ଖାଇବା ଦ୍ଵାରା ଆପଣଙ୍କ ପାଚନ ତନ୍ତ୍ର ଠିକ ରହିବା ସହ ଆପଣଙ୍କ ଭୋକ ମଧ୍ୟ ବଢିଥାଏ ।

ଡିହାଇଡ୍ରେସନ ପାଇଁ-

ଗରମ ଦିନେ ଆପଣଙ୍କ ଶରୀରରେ ପାଣିର ଅଭାବ ନ ହେବା ପାଇଁ ଅଳ୍ପ ଜୁଆଣି ପତ୍ର ଓ ଅଳ୍ପ ତୁଲସୀ ପତ୍ର ନେଇ ସେଥିରେ ଅଳ୍ପ ପାଣି ମିଶାଇ ଏହାକୁ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ ଓ ଏହାକୁ ଛଣି ଏଥିରେ ଫାଳେ ଲେମ୍ବୁ ରସ ମିଶାଇ ଏହାକୁ ଜୁସ ପରି ସେବନ କରନ୍ତୁ ।

ରୋଗ ପ୍ରତିରୋଧକ କ୍ଷମତା ବଢାଇବା ପାଇଁ-

ଜୁଆଣି ପତ୍ରରେ ଆଣ୍ଟି ଅକ୍ସିଡାଣ୍ଟ ଓ ଆଣ୍ଟି ଭାଇରାଲ ଗୁଣ ରହିଛି । ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଥାଇମାଲ କ୍ଷତିକାରକ ଭାଇରସ ଓ ଜୀବାଣୁ ମାନଙ୍କୁ ଶରୀରରୁ ଦୂରେଇ ରଖେ । ଏଥିପାଇଁ ଆପଣ ଏହାର ପତ୍ରକୁ ଚୋବାଇ ଖାଆନ୍ତୁ ନଚେତ କାଢା ପ୍ରସ୍ତୁତ କରି ସେବନ କରନ୍ତୁ ।

ଆଥ୍ରାଇଟିସ ପାଇଁ-

ଏଥିରେ ଆଣ୍ଟି ଇନଫ୍ଲେମେଟୋରି ତତ୍ତ୍ଵ ରହିଥିବାରୁ ଏହା ଆଥ୍ରାଇଟିସ ଭଳି ରୋଗକୁ ମଧ୍ୟ ଭଲ କରିବାରେ ସାହାଯ୍ୟ କରେ । ଏଥିପାଇଁ ଏହି ପତ୍ରକୁ ବାଟି ଲେପ ପ୍ରସ୍ତୁତ କରି ତାକୁ ଆଥ୍ରାଇଟିସ ପ୍ରଭାବିତ ସ୍ଥାନରେ ଲଗାଇ ରାତି ସାରା ରଖନ୍ତୁ, ଦେଖିବେ ବହୁତ ଆରମ ମିଳିବ । ଏହାକୁ ଫୁଟାଇ କାଢା ବନେଇ ମଧ୍ୟ ପିଇ ପାରିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *