ପ୍ରତ୍ଯେକ ବ୍ୟକ୍ତି ଚାହାନ୍ତି ତାଙ୍କ ବୈବାହିକ ଜୀବନ ସୁଖମୟ ହେଉ । ହିନ୍ଦୁ ଧର୍ମରେ ବିବାହ କରିବା ପୂର୍ବରୁ କୁଣ୍ଡଳୀର ଧ୍ୟାନ ରଖାଯାଏ । ଜ୍ଯୋତିଷ ଶାସ୍ତ୍ରରେ ଥିବା ରାଶି ଚକ୍ର ଅନୁଯାୟୀ ୧୨ଟି ରାଶି ରହିଛି ।
ସେଥି ମଧ୍ୟରୁ ବ୍ଯକ୍ତିର ରାଶିର ଆଧାରରେ ବ୍ଯକ୍ତିର ଭବିଷ୍ୟତ ଓ ସ୍ଵଭାବ ବିଷୟରେ ଜାଣି ହୁଏ । ଭଲ ଜୀବନସାଥୀ ପାଇବାକୁ ସମସ୍ତେ ଆଶା ରଖନ୍ତି । ଆଜି ଆମେ ଆପଣଙ୍କୁ ଏପରି ୩ଟି ନାମର ଯୋଡ଼ିଙ୍କ ବିଷୟରେ କହିବୁ ଯେଉଁ ମାନଙ୍କ ବୈବାହିକ ଜୀବନ ଖୁବ ସୁଖମୟ ହୋଇଥାଏ । ଏହି ଯୋଡି ମାନେ କେବେ ମଧ୍ୟ ପରସ୍ପର ସହ ଝଗଡା କରନ୍ତି ନାହିଁ ବରଂ ପ୍ରେମରେ ଜୀବନ ଅତିବାହିତ କରନ୍ତି ।
M ଓ K ନାମର ଯୋଡି
ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହି ନାମର ଯୋଡ଼ିଙ୍କ ବୈବାହିକ ଜୀବନ ଖୁବ ସୁଖମୟ ହୋଇଥାଏ । ଏହି ନାମର ଯୋଡି ପରସ୍ପର ସହ ଖୁବ ପ୍ରେମରେ ରୁହନ୍ତି ଓ ଦୁଇ ଜଣ ହିଁ ଜୀବନକୁ ଖୋଲିକରି ବଞ୍ଚିବାକୁ ପସନ୍ଦ କରନ୍ତି । ଏମାନଙ୍କ ମଧ୍ୟରେ କେବେ ମଧ୍ୟ ମନୋମାଳିନ୍ୟ ହୋଇ ନ ଥାଏ । ଏହି ନାମର ଯୋଡି ମାନେ ନିଜ ସମ୍ପର୍କକୁ ଠିକ ଭାବେ ନିଭାଇବାରେ ନିପୁଣ ହୋଇଥାନ୍ତି । ଏମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ପ୍ରେମ ହେତୁ ଏମାନେ ସର୍ବଦା ପରସ୍ପର ସହ ଖୁସିରେ ରୁହନ୍ତି ।
S ଓ T ନାମର ଯୋଡି
ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହି ନାମର ଯୋଡ଼ିଙ୍କ ଦାମ୍ପତ୍ୟ ଜୀବନ ଖୁସିରେ ଭରପୁର ରହିଥାଏ । ଏହି ଯୋଡିମାନେ ନିଜ ଜୀବନସାଥୀଙ୍କ ଖୁସି ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାନ୍ତି । ଏହି ଦୁଇ ଜଣ ହିଁ ପରିଶ୍ରମୀ ଓ ବିଶ୍ଵସ୍ତ ସ୍ଵଭାବର ହୋଇଥାନ୍ତି । ଏମାନେ ଖୋଲ ବିଚାର ସହ ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି ଓ ସମ୍ପର୍କ ପ୍ରତି ଏମାନେ ଖୁବ ବିଶ୍ବସ୍ତ ଓ ଯତ୍ନଶୀଳ ହୋଇଥାନ୍ତି । ଏମାନେ ଜୀବନସାଥୀଙ୍କ ସହ ତାଙ୍କ ପରିବାରର ମଧ୍ୟ ଖୁବ ସମ୍ମାନ କରନ୍ତି ଓ ସେମାନଙ୍କ ଭଲ ଭାବେ ଯତ୍ନ ନିଅନ୍ତି ।
V ଓ K ନାମର ଯୋଡି
ଏହି ଯୋଡିଙ୍କ ବିଷୟରେ କୁହାଯାଏ ଯେ ଏମାନେ ସବୁଠୁ ଭଲ ଯୋଡି ହୋଇଥାନ୍ତି । ଏମାନେ ଦୁହେଁ ନିଜ ଜୀବନସାଥୀଙ୍କ ଖୁବ ଭଲ ଧ୍ୟାନ ରଖନ୍ତି । ଏହି ନାମର ଯୋଡି କେବେ ମଧ୍ୟ ନିଜ ଜୀବନସାଥୀଙ୍କ ହାତ ଛାଡନ୍ତି ନାହିଁ । ଏହି ଦୁଇ ଜଣ ପରସ୍ପର ପ୍ରତି ଖୁବ ବିଶ୍ଵସ୍ତ ହେବା ସହ ଏମାନେ ଖୁବ ଭରସାଯୋଗ୍ୟ ମଧ୍ୟ ହୋଇଥାନ୍ତି ।
ଜୀବନସାଥୀଙ୍କ ପରିବାର ପ୍ରତି ମଧ୍ୟ ଏମାନେ ନିଜ ଦାୟିତ୍ଵ ସୂଚାରୁ ରୂପେ ତୁଲାନ୍ତି ଓ ପରସ୍ପରକୁ ମଧ୍ୟ ଖୁବ ସମ୍ମାନ ଦିଅନ୍ତି । ଏମାନଙ୍କ ମଧ୍ୟରେ ଉତ୍ତମ ବୁଝମଣା ରହିଥିବାରୁ ମନୋମାଳିନ୍ୟ ହୁଏ ନାହିଁ ଓ ଏମାନେ ପରସ୍ପରକୁ ଖୁବ ପ୍ରେମ ମଧ୍ୟ କରନ୍ତି । ସେଥିପାଇଁ ଖୁସିରେ ରୁହନ୍ତି ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।