ଆମ ଭାରତୀୟ ସଂସ୍କୃତିରେ ପୁରୁଷମାନେ ସର୍ବଦା ତାଙ୍କ ଠଉର ବୟସରେ ଛୋଟ ମହିଳାଙ୍କୁ ବିବାହ କରିବାର ପ୍ରଥା ରହିଛି । ବହୁତ କମ ପୁରୁଷ ତାଙ୍କ ଠାରୁ ବଡ ମହିଳାଙ୍କୁ ବିବାହ କରନ୍ତି । ତେବେ ଚାଣକ୍ୟ ତାଙ୍କ ନୀତିରେ ପୁରୁଷ ତା ଠାରୁ ବୟସରେ ବଡ ମହିଳାଙ୍କୁ ବିବାହ କରିବା କଲେ କଣ ଲାଭ ହୋଇଥାଏ, ସେହି ବିଷୟରେ ଉଲ୍ଲେଖ କରିଛନ୍ତି ।
ଚାଣକ୍ୟଙ୍କ ଅନୁସାରେ ବୟସରେ ବଡ ମହିଳାଙ୍କୁ ବିବାହ କରିବାର ପ୍ରଥମ ଲାଭ ହେଉଛି, ସେମାନେ ଦାୟିତ୍ଵବାନ ହୋଇଥାନ୍ତି । ତେଣୁ ପୁରୁଷକୁ ଜୀବନରେ କେବେ କୌଣସି ଦାୟିତ୍ଵ ବିଷୟରେ ଚିନ୍ତା କରିବାକୁ ପଡେ ନାହିଁ । ତାଙ୍କ ପତ୍ନୀ ନିଜେ ଖୁବ ଦାୟିତ୍ଵବାନ ହୋଇଥାନ୍ତି ଓ ସମସ୍ତ ବିଷୟ ସୂଚାରୁ ରୂପେ କରି ପାରନ୍ତି । ସେ ସମସ୍ତ ବିଷୟ ନିଜେ ସମ୍ଭାଳି ନିଅନ୍ତି ଓ ପତିଙ୍କ ଉପରେ ଚାପ ପଡିବାକୁ ଦିଅନ୍ତି ନାହିଁ ।
ବୟସରେ ବଡ ମହିଳାଙ୍କୁ ବିବାହ କରିବାର ଆଉ ଏକ ଲାଭ ହେଉଛି ଘର ଚଳାଇବା ପାଇଁ ଆପଣଙ୍କୁ ଏକାକୀ ପରିଶ୍ରମ କରିବାକୁ ପଡେ ନାହିଁ । ଦୁହେଁ ରୋଜଗାର କରିବା ହେତୁ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ । ବଡ ମହିଳାମାନେ କେବେ ପତିଙ୍କ ରୋଜଗାର ଉପରେ ନିର୍ଭର କରି ରହିବାକୁ ପସନ୍ଦ କରନ୍ତି ନାହିଁ । ଗୁରୁ ଚାଣକ୍ୟଙ୍କ ଅନୁସାରେ ଏହି ମହିଳାମାନେ ନିଜ ଖର୍ଚ୍ଚ ନିଜେ ଉଠାଇବାକୁ ପସନ୍ଦ କରନ୍ତି ଓ ଏହା ସହ ଘର ଖର୍ଚ୍ଚରେ ମଧ୍ୟ ଏମାନେ ସାହାଯ୍ୟ କରନ୍ତି ।
ସେଥିପାଇଁ ସେମାନଙ୍କୁ ବିବାହ କରିବାର ଏହି ପକ୍ଷ ମଧ୍ୟ ଯୋଗ୍ୟ ବୋଲି ମନାଯାଏ । ବୟସରେ ବଡ ମହିଳାମାନେ ତାଙ୍କ ଜୀବନସାଥୀ ଓ ପରିବାର ଲୋକଙ୍କ ସହ ଖୁସି ପୂର୍ବକ ଓ ବିଶ୍ଵସ୍ତ ଭାବେ ସମ୍ପର୍କ ତୁଲାନ୍ତି । ଏମାନେ ସର୍ବଦା ନିଜ ସମ୍ପର୍କ ଗୁଡିକୁ ସର୍ବୋପରି ରଖନ୍ତି ଓ ଏପରି ମହିଳା ଥରେ ବିବାହ ବନ୍ଧନରେ ବାନ୍ଧି ହେଲେ କେବେ ମଧ୍ୟ ହାତ ଛାଡି ଯାଆନ୍ତି ନାହିଁ କି ଧୋ-କା ମଧ୍ୟ କରନ୍ତି ନାହିଁ ।
ଚାଣକ୍ୟ ଆହୁରି ମଧ୍ୟ କୁହନ୍ତି ଯେ ବୟସରେ ବଡ ମହିଳାମାନେ ଖୁବ ଆତ୍ମନିର୍ଭର ହୋଇଥାନ୍ତି । ଏମାନଙ୍କୁ ବିବାହ କରିବାର ସବୁଠୁ ବଡ ଲାଭ ହେଉଛି ସେମାନେ ପ୍ରତ୍ଯେକ ଛୋଟ ବଡ କାର୍ଯ୍ୟ ପାଇଁ ନିଜ ପତିଙ୍କ ଉପରେ ନିର୍ଭର କରନ୍ତି ନାହିଁ । ବରଂ ନିଜ କାର୍ଯ୍ୟ ନିଜେ କରିବା ସହ ତାଙ୍କ ପତି ଓ ପରିବାର ଲୋକଙ୍କର ଧ୍ୟାନ ମଧ୍ୟ ରଖନ୍ତି ।
ସେଥିପାଇଁ ବୟସରେ ବଡ ମହିଳାଙ୍କୁ ବିବାହ କଲେ ସବୁବେଳେ ସୁଖଦ ଅନୁଭବ ପ୍ରାପ୍ତ ହୋଇଥାଏ । ଏମାନଙ୍କୁ ବିବାହ କରିବା ଦ୍ଵାରା ବୈବାହିକ ଜୀବନର ସମସ୍ତ ଦାୟିତ୍ଵ ଓ ଚିନ୍ତା କେବଳ ଆପଣଙ୍କୁ ଉଠାଇବାକୁ ପଡେ ନାହିଁ । ବରଂ ଅନେକ ମାତ୍ରାରେ ଆପଣଙ୍କ ଦାୟିତ୍ଵ କମିଯାଏ ଓ ସୁଖୀ ଜୀବନ ପ୍ରାପ୍ତ ହୋଇଥାଏ ।