ଆସନ୍ତା ମାର୍ଚ୍ଚ 2 ତାରିଖରେ ପବିତ୍ର ସୁଦଶା ବ୍ରତ ! ନୂଆ ବ୍ରତୀ ମାନେ କରିବେ କି ନାହି ? ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ବନ୍ଧୁଗଣ ପ୍ରତିବର୍ଷ ସୁଦଶା ବ୍ରତ ପଡିଥାଏ । ସୁଦଶା ବ୍ରତ ହେଉଛି ମା ଲକ୍ଷ୍ମୀଙ୍କ ପ୍ରିୟ ପର୍ବ । ଏହା ପ୍ରତେକ ବର୍ଷ ଗୁଡୁବାର ଦିନ ପଡିଥାଏ । ଶୁକ୍ଲ ପକ୍ଷ ଦଶମୀ ତିଥିରେ ପଡିଥାଏ ସୁଦଶା ବ୍ରତ ପଡିଥାଏ । କିନ୍ତୁ କିଛି ବର୍ଷକୁ ଥରେ ନୂଆ ସୁଦଶା ବ୍ରତ ପଡିଥାଏ । ଯାହା ନବ ବିବାହିତା ମହିଳା ମାନେ କରିବା ଉଚିତ । ଆଜି ଆମେ ଆପଣଙ୍କୁ କହିବୁ ଏହି ବର୍ଷ ସୁଦଶା ବ୍ରତ ନବ ବିବାହିତା କରିପାରିବେ କି ନାହି ।

ଚଳିତ ବର୍ଷ ମାର୍ଚ୍ଚ 2 ତାରିଖରେ ପଡୁଛି ନୂଆ ସୁଦଶା ବ୍ରତ । ଏହି ଦିନ ଫଗୁ ଦଶମୀ, ଶ୍ରୀ ମନ୍ଦିରର ପ୍ରତିଷ୍ଠା ଦିବସ ପଡୁଛି । ପୁରୁଣା ବ୍ରତୀ ମାନେ ଏହି ଦିନ ପୂଜା କରିବା କଷ୍ଟକର ଆଉ ନୂଆ ବ୍ରତୀ ମାନେ ନୂଆ ସୁଦଶା ବ୍ରତ କରିପାରିବେ ନାହି । କାରଣ ଦିନ 6ଟା 40 ଯାଏଁ ପୂଜା ରହିଛି ଯାହା ଅସଲି ଖଡିରତ୍ନ ପଞ୍ଜିକାରେ ପ୍ରକାଶ ପାଇଛି । ଯେଉଁ ମାନେ ପୁରୁଣା ବ୍ରତ କରିଥାନ୍ତି ସେମାନେ ଚାହିଁଲେ କରି ପାରିବେ । କିନ୍ତୁ ନୂଆ ବ୍ରତୀ ମାନେ ସଂକଳ୍ପ କରିକି ବ୍ରତ କରିବାକୁ ପଡିବ ତେଣୁ ଏତେ କମ ସମୟରେ କରିବା ସମ୍ଭବ ନୁହେଁ ।

ଯେ ହେତୁ 6ଟା 40 ପରେ ଦଶମୀ ସଋ ଏକାଦଶୀ ଆରମ୍ଭ ହେଉଛି ତେଣୁ ଏହି ଦିନ ସିମ୍ବ ଖାଇବା ଉଚିତ ନୁହେଁ । ସେଦିନ ସୁଇର୍ଜ୍ୟ ଉଦୟର ସମୟ ହେଉଛି 6ଟା ବାଜି 7 ମିନିଟ ରେ । ତା ପରେ ଆପଣ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେଇ ପାରିବେ । ତା ପରେ ଆପଣ ମା ଲକ୍ଷ୍ମୀ ଙ୍କ ବ୍ରତ ପୂଜା କରି ପାରିବେ ।

କେବଳ ସମୟ ସାରିବା ଆଗରୁ ମା ଙ୍କର ପ୍ରତିଷ୍ଠା କରି ନେବା ଉଚିତ । ଆପଣଙ୍କୁ ପୂର୍ବ ଦିନ ରାତିରୁ ପୂଜା ପାଇଁ ଯାହା ବି ସାମଗ୍ରୀ ଦରକାର ତାହା ସଜାଡିବା ଉଚିତ । ଆପଣ ହରିଡା, ବାହାଡା, ହଳଦୀ, ସୁଦଶା ବ୍ରତ ରଖି କି ପୂଜା କରି ପାରିବେ । ଏହି ବ୍ରତରେ 10ଟି ଫଳ ରେ ପଣା ତିଆରି କରି ମା ଲକ୍ଷ୍ମୀ ଙ୍କୁ ଭୋଗ ଲଗାଇ ପାରିବେ ।

ଯଦି ଆପଣଙ୍କର କିଛି ଅସୁବିଧା ଅଛି ତେବେ 10ଟି କଦଳୀ କୁ ଖଣ୍ଡ କରି ମିଶ୍ରି ମିଶାଇ ମା ଙ୍କୁ ଭୋଗ ଲଗାଇ ପାରିବେ । ଏହି ଦିନ 10 ପ୍ରକାରର ପିଠା ମଧ୍ୟ ମା ଙ୍କୁ ଅର୍ପଣ କରାଯାଏ । ଏହା ସହ ବହି ସ୍ତୁତି କରି ନେବା ଉଚିତ । ଦଶମୁଖା ଦୀପ ରେ ମା ଙ୍କର ଆଳତି କରିବା ଉଚିତ ।

ଏହା ସହ ଅକ୍ଷତ, ଫୁଲ ସବୁ କିଛି ଆପଣ ପୂର୍ବ ଦିନ ରାତିରୁ ସଜାଡି ରଖି ନେବା ଆଉଚିତ । ଏହି ଦିନ ଅର୍ଣ୍ଣ ଭୋଜନ କରିବା ଉଚିତ ନୁହେଁ । ଯେଉଁ ମାନେ ଏକାଦଶୀ ବ୍ରତ କରନ୍ତି ସେମାନେ ଶୁକ୍ରବାର ଦିନ ପାଳନ କରିବେ । ଏହି ଦିନ ଦସ ମଣ୍ଡା ମା ଙ୍କୁ ଭୋଗ ଲଗାଇ ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *