Ajira Anuchinta- ଶୋଇଲା ବେଳେ ସାପ ସ୍ଵପ୍ନ କାହିଁକି ଆସିଥାଏ ? କଣ ଦେଇଥାଏ ସଙ୍କେତ ?

ଆଜିର ଜଗତରେ ଆମକୁ ବହୁତ ପ୍ରକାରର ରୋଗ ଓ ଅସୁବିଧା ହୋଇଥାଏ । ଏହାର ଉପକରଣ ପାଇଁ ଆମେ ଅନେକ ଔଷଧ ର ସେବନ କରୁ ମାତ୍ର କିଛି କାମ ଦେଇନଥାଏ । ଅନେକ ସମୟରେ ଆମେ ବିଭିନ୍ନ ସ୍ଵପ୍ନ ଦେଖି ଥାଉ ଯାହା ଆମକୁ ବହୁତ ଭୟଭୀତ କରିଥାଏ । କିନ୍ତୁ ଆମେ ଜାଣିନ ଥାଉ ଯେ କ’ଣ କରିବା ଦ୍ଵାରା ଏଭଳି ସ୍ଵପ୍ନ ଆସିବା ବନ୍ଦ ହୋଇଯିବ । କିନ୍ତୁ ମୁ ଆଜି କିଛି ସାଧାରଣ ସମସ୍ୟାର ସମାଧାନ ସମ୍ବନ୍ଧୀୟ ବିଷୟ କହିବି ।

ଯଦି ଆପଣଙ୍କୁ  ଗ୍ୟାସ ସମସ୍ୟା ହୋଇଥାଏ । ଯେତେ ଔଷଧ ସେବନ କରିବା ଦ୍ଵାରା ମଧ୍ୟ ଏହା କମି ନ ଥାଏ , ତେବେ ଆପଣମାନେ ଖାଇବା ପୂର୍ବରୁ ଦିନକୁ ତିନି ଥର ଅଦା ସହ ସୈନ୍ଧବ ଲବଣ ମିଶେଇ ପାଟିରେ ପକେଇ ଏହାକୁ ଚୋବେଇ ନିଅନ୍ତୁ । ଦେଖିବେ ଏହା ଦ୍ଵାରା ଆପଣଙ୍କର ଗ୍ୟାସ ସମସ୍ୟା ଦୂର ହୋଇଥାଏ । ଅମାବ୍ୟାସ , ସ॰କ୍ରାନ୍ତି , ଏକାଦଶି ବା ଯେଉଁ ଦିନ ଜନ୍ମ ଗ୍ରହଣ କରିଥାନ୍ତି ସେହି ଦିନ ମାନଙ୍କରେ ଚୁଟି ବା ଦାଢି କାଟିବେ ନାହିଁ  ।

ଏହା ଆପଣଙ୍କ ପାଇଁ ଅମଙ୍ଗଳ ହୋଇଥାଏ , ଯଦି ଏହାକୁ ମାନିଥାନ୍ତି  ତେବେ ଆପଣଙ୍କର ମଙ୍ଗଳ ହୋଇଥାଏ । ରାତିରେ ଶୋଇବା ସମୟରେ ଦର୍ପର୍ଣ ଉପରେ ଏକ ଧଳା କନା ପକେଇବେ । କାରଣ ରାତ୍ରି ସମୟରେ ଦର୍ପଣକୁ ଖୋଲା ରଖିବା ଅମଙ୍ଗଳ ହୋଇଥାଏ । ଶନିବାର ଦିନ କ୍ଷୀର ର ସେବନ କରିବେନି ଯେଉଁ ମାନଙ୍କ ଏହା ଅଭ୍ୟାସ  ହୋଇଥାଏ ସେମାନେ ମଧ୍ୟ ପିଇବେ ନାହିଁ ଓ ରବିବାର ଦିନ ଗୁଢ ଖାଇବେ ନାହିଁ , ମଙ୍ଗଳବାର ଦିନ ମୂଳା ଖାଇବେନି ଓ ବୁଧବାର ଦିନ ଆଖୁ ଖାଇବେନି  ।

ଯଦି ଏହି ପାଞ୍ଚଟି ଜିନିଷ ମାନେ ରଖିବେ ନା ତେବେ ଆପଣଙ୍କ ଶରୀର , ଘର ଓ ଜୀବନ ପାଇଁ ବହୁତ ମଙ୍ଗଳ ହୋଇଥାଏ । ଯଦି ଆପଣ ସାପ ସ୍ଵପ୍ନ ଦେଖୁଛନ୍ତି ଆପଣଙ୍କୁ ସାପ କାମୁଡିଲା ବା ଅନ୍ୟ କାହା ଘର କୁ ସାପ ଯିବା ଆଦି ଦେଖିଥାନ୍ତି , ତେବେ ସମ୍ବର ଶିଙ୍ଘ ଙ୍କୁ ନିଜର ଶୋଇବା ଘରେ ରଖନ୍ତୁ । ଆପଣଙ୍କୁ ଆଉ  ସାପ ସ୍ଵପ୍ନ ଆସିବା ନାହିଁ । ଯଦି ଆପଣ ଅଜଣା ରେ ବିଷାକ୍ତ ସାପ   ଉପରେ ଯଦି ଚଡି ଯାଇ ଥାନ୍ତି , ତେବେ ମଧ୍ୟ ଆପଣଙ୍କୁ ସାପ କାମୁଡିବ ନାହିଁ ।

ଲାଜକୁଲି ଲତାର ଚେର ଯଦି ଖଣ୍ଡେ ଅଣ୍ଟାରେ ମାରିଦେବେ । ଯଦି ଆପଣ ମହୁମାଛି ଫେଣରେ ଯଦି ହାତ ଦେଇଦେବେ ତେବେ ବି ମହୁମାଛି କାମୁଡିବେ ନାହିଁ । ତୃତୀୟ ତିଥିରେ କେବେ ପୋଟଳ ଖାଆନ୍ତୁ ନାହିଁ । ନଚେତ୍ ଆପଣ ମୂର୍ଖ ହେଇଯିବେ । ଘର ର ଛୋଟ ଛୁଆ ଯେତେ ବେଳେ ଅଧିକ କାନ୍ଦିଥାନ୍ତି ଏହାକୁ କାନ୍ଦୁରା ରୋଗ କୁହାଯାଏ ।

ଏହାର ଉପକରଣ ପାଇଁ ଛୁଆ ଟି ଯେଉଁ ଖଟରେ ଉପରେ ମୟୂର ପୁଚ୍ଛ କୁ ଘୋଷି ଦିଅନ୍ତୁ । ଦେଖିବେ ଛୁଆ  ଆଉ କାନ୍ଦିବା ବନ୍ଧ କରିଦେଇଥାଏ । ବନ୍ଧୁଗଣ ଏହାକୁ ଆପଣ କରନ୍ତୁ ଓ ଲାଭ ପାଆନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *