ଅନ୍ୟର ଘରକୁ ଗଲେ ଭୁଲ ରେ ମଧ୍ୟ କରନ୍ତୁ ନାହିଁ ଏହି କାମ- Chanakya Niti

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଏକ ମହାନ ଜ୍ଞାନୀ ଥିଲେ ସେ ତାଙ୍କ ନୀତିରେ ଏପରି କିଛି ଭଲ କଥା କହିଛନ୍ତି ଯାହା ମଣିଷ ଜୀବନ ପାଇଁ ବହୁ ଉପଯୋଗୀ ଅଟେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଅତିଥି ବା କୂଣିଆ ମାନଙ୍କ ପାଇଁ କିଛି ମହତ୍ବପୂର୍ଣ୍ଣ କଥା ନେଇ ଆସିଛୁ ।

ଯାହା ଆମ ମାନଙ୍କ ପାଇଁ ଜାଣିବା ନିହାତି ଆବଶ୍ୟକ । ବନ୍ଧୁଗଣ ଚାଣକ୍ୟ ନିଜ ନୀତି ଗ୍ରନ୍ଥରେ କୂଣିଆ ବା ଅତିଥି ମାନଙ୍କ ପାଇଁ କିଛି ନୀତି ବିଷୟରେ ଉଲ୍ଲେଖ କରିଛନ୍ତି ଯାହାକୁ ସମସ୍ତେ ମାନି ଚାଲିବା ନିହାତି ଆବଶ୍ୟକ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସବୁ ନୀତି ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ନୀତି ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଚାଣକ୍ୟ ନୀତି ଅନୁସାରେ ଯେଉଁ ରାଜା ନିଜ ପ୍ରଜା ମାନଙ୍କୁ ରକ୍ଷା କରିବାର ସାମର୍ଥ୍ୟ ରଖିନଥିବ ଦେ ଭଳି ରାଜାଙ୍କୁ ଇଛା ନଥିଲେ ମଧ୍ୟ ପ୍ରଜା ମାନେ ଛାଡି ଚାଲିଯାଇଥାନ୍ତି । ଯଦି ବି ରାଜା ଦୟାଳୁ ବା ଭଲ ସ୍ଵଭାବର ହୋଇଥାନ୍ତି ହେଲେ ତାଙ୍କ ପାଖରେ ପ୍ରଜା ମାନଙ୍କୁ ରକ୍ଷା କରିବାର ସାମର୍ଥ୍ୟ ନଥାଏ ତା ହେଲେ ମଧ୍ୟ ପ୍ରଜା ମାନେ ରାଜାଙ୍କୁ ଛାଡି ଚାଲିଯାଇଥାନ୍ତି ।

୨. ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଯେଉଁ ଗଛ ଶୁଖିଯାଏ, ପତ୍ର ଝଡିଯାଏ ଓ ଫଳ ଗୁଡିକ ଝଡିଯାଏ ସେହିଭଳି ଗଛ ଗୁଡିକରେ ପକ୍ଷୀ ମାନେ ରହିନଥାନ୍ତି । ଶୁଖିଲା ଗଛକୁ ପକ୍ଷୀ ମାନେ ତ୍ୟାଗ କରି ଛାଡି ଚାଲିଯାଇଥାନ୍ତି । ଯଦି ବି ସେହି ଗଛ ପକ୍ଷୀ ମାନଙ୍କୁ ପୂର୍ବରୁ ଅନେକ ଫଳ ଓ ଛାୟା ଦେଇଥିଲା ହେଲେ ବର୍ତ୍ତମାନ ସେହି ଗଛ ଥୁଣ୍ଟା ହୋଇଯିବାରୁ ପକ୍ଷୀ ମାନେ ଛାଡି ଚାଲିଯାଇଥାନ୍ତି ।

୩. ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଯଦି କୌଣସି ଅତିଥି ଆପଣଙ୍କ ଘରକୁ ଆଉଛନ୍ତି ତା ହେଲେ ସେ ନିଜ କାମ ସାରିବା ପରେ ଆପଣଙ୍କ ଘର ତୁରନ୍ତ ଛାଡିବା ଉଚିତ । ଯଦି ବନ୍ଧୁଗଣ ଆପଣ ଅତିଥି ହୋଇ କାହା ଘରକୁ ଯାଉଛନ୍ତି ତା ହେଲେ ସେହି ସ୍ଥାନରେ କିଛି ସମୟ ବିଶ୍ରାମ ନେବା ଉଚିତ । ଅତିଥି ମାନଙ୍କୁ କୌଣସି ଗୃହସ୍ତର ମଜା ନେଇ ଫାଇଦା ଉଠାଇବା ଉଚିତ ନୁହେଁ । ନିର୍ଲଜ ଓ ନିସଙ୍କୋଚ ହୋଇ ଅନ୍ୟ କାହା ଘରେ ଅଧିକ ଦିନ ପର୍ଯ୍ୟନ୍ତ ରହିବା ଅଶୋଭନୀୟ ଅଟେ ।

ଯେଉଁ ବ୍ୟକ୍ତି ଏପରି କରିଥାଏ ସେ ନିଜର ସମ୍ମାନ ନିଜେ ହିଁ ନଷ୍ଟ କରିଥାଏ । ଏପରି ଲୋକମାନଙ୍କୁ ଭବିଷ୍ୟତରେ ଅନ୍ୟ ଲୋକମାନେ ଅତିଥି ରୂପେ ଆମନ୍ତ୍ରଣ କରିନଥାନ୍ତି । ସେଥିପାଇଁ ଚାଣକ୍ୟ କୁହନ୍ତି ଯଦି ଆପଣ କୌଣସି ଘରକୁ ଅତିଥି ହୋଇ ଯାଉଛନ୍ତି ତା ହେଲେ ଆପଣ ଶୀଘ୍ର ନିଜ କାମ ଶେଷ କରି ସେହି ଘରକୁ ତ୍ୟାଗ କରିବା ଉଚିତ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *