ଆଜି ଘରର ଏହି ଜାଗାରେ ରଖି ଦିଅନ୍ତୁ ଅଳ୍ପ ଲୁଣ, ଏତେ ଟଙ୍କା ଆସିବ ଯେ ଆପଣ ସମ୍ଭାଳି ପାରିବେନି- Vastu Shastra

ଲୁଣର ଆମ ଜୀବନରେ ବହୁତ ଉପଯୋଗ ରହିଛି । ଡାଲି ଓ ତରକାରୀରେ ଲୁଣ ଅଧିକ ବା କମ ହୋଇଗଲେ ସେ ଜିନିଷ ଖରାପ ହୋଇଯାଇଥାଏ । ଏହି ଲୁଣ ଆମ ଆୟୁଷ ବଢାଇଥାଏ ଓ କମାଇ ମଧ୍ୟ ଥାଏ । ଲୁଣର ଉପଯୋଗ କରିବା ବହୁତ କମ ଲୋକ ଜାଣିଛନ୍ତି । ଆସନ୍ତୁ ଜାଣିବା ଲୁଣର କିଛି ଚମତ୍କାରିତା ବିଷୟରେ ଜାଣିବା । ଏହାକୁ କମରେ ଲଗାଇଲେ ଆପଣ ବହୁତ ଖୁସିରେ ଓ ଶାନ୍ତିରେ ରହିବେ । ଲୁଣ ଅନେକ ପ୍ରକାରର ହୋଇଥାଏ ।

ଯେମିତିକି ସୈନ୍ଧବ ବା ପାହାଡି ଲୁଣ, ସମୁଦ୍ର ଲୁଣ, କଳା ଲୁଣ ଓ ସାଧାରଣ ଲୁଣ ଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଲୁଣ କୁ ଚନ୍ଦ୍ର ଓ ଶୁକ୍ରର ପ୍ରତିନିଧି ବୋଲି କୁହଯାଇଥାଏ । ଏହି ଲୁଣ କୁ ମଧ୍ୟ କେତେକ ଲୋକେ ରାହୁଙ୍କ ପ୍ରତିନିଧି ମଧ୍ୟ ମାନିଥାନ୍ତି ।

ଆମ ଜୀବନରେ ବହୁତ କିଛି ଅଜଣା କଥା ଓ ଶାସ୍ତ୍ର ସହିତ କିଛି ଅଜଣା କଥା ଆମକୁ ଲାଭ ଦେଇଥାଏ । ଆପଣ ଏହାକୁ କରିବା ଦ୍ୱାରା ଆପଣ ଆପଣଙ୍କ ଘରୁ ନକାରାତ୍ମକ ଉର୍ଜାକୁ ବାହାର କରିଦେଇ ପାରିବେ । ଏହି ନକାରାତ୍ମକ ଉର୍ଜା ଆପଙ୍କ ଘରେ ବହୁତ ପ୍ରଭାବ ପକାଇଥାଏ । ଆପଙ୍କ ଘରେ ମାନସିକ ଚିନ୍ତା ବଢିବା ସହିତ ଆଯଥା ଧନ ହାନି ମଧ୍ୟ ହୋଇଥାଏ । ଏହି ଲୁଣରେ ଏପରି ଏକ ଅଦ୍ଭୁତ ଶକ୍ତି ରହିଛି ଯାହା ଦ୍ୱାରା ଆପଣ ଆପଣଙ୍କ ଘରୁ ସେହି ନକାରାତ୍ମକ ଉର୍ଜାକୁ କାଢ଼ିପାରିବେ ।

ପ୍ରଥମେ ଆପଣ କିଛି ଲୁଣ ଆଣନ୍ତୁ । ତାପରେ ଗୋଟିଏ ଲାଲ କପଡା ଆଣନ୍ତୁ । ସେହି ଲାଲ କପଡାରେ ଲୁଣକୁ ବାନ୍ଧି ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗି ଦିଅନ୍ତୁ । ଏହାଦ୍ବାର ଘର ଭିତରକୁ ନକାରାତ୍ମକ ଉର୍ଜା ପ୍ରବେଶ କିରି ପାରିନଥାଏ ଓ କାହାର ନଜର ମଧ୍ୟ ଲାଗିନଥାଏ ।

ଏହି ଲାଲ କପଡାକୁ ଯଦି ଆପଣ ଆପଣଙ୍କ ଧନ ରଖିବା ସ୍ଥାନରେ ଟାଙ୍ଗାଇ ଦେବେ ତେବେ ଆପଣଙ୍କ ଧନର ଦୁଇଗୁଣା ଉନ୍ନତି ହୋଇଥାଏ । ଯଦି ଆପଣ କୌଣସି କାଚ ପତ୍ରରେ କିଛି ଲୁଣ ନେଇ ଆପଣଙ୍କ ବାଥରୁମରେ ରଖିଦିଅନ୍ତି ତେବେ ଆପଣଙ୍କ ଘରର ବାସ୍ତୁ ମଧ୍ୟ ଠିକ ରହିଥାଏ ।

ଯଦି ଘରର ଯେ କୌଣସି କୋଣରେ ଗୋଟିଏ କାଚ ପାତ୍ରରେ କିଛି ଲୁଣ ରଖି ଦିଅନ୍ତି ତେବେ, ଆପଣଙ୍କ ଘର ମୁଖ୍ୟ ଲୋକର ସବୁ ଦୋଷ କଟିଯାଇଥାଏ । ଯଦି ଆପଣ ବ୍ୟବହାର କରୁଥିବା ଲୁଣକୁ ଲୁହା ବା ଷ୍ଟିଲ ପାତ୍ରରେ ରଖୁଛନ୍ତି ତାହାଲେ ତାହାଲେ ଏହା ବହୁତ ଖରାପ ଅଟେ । କାରଣ ଲୁଣ ଚନ୍ଦ୍ରମା ଓ ଲୁହା ଶନି ହେତୁ ଏହା ଘରର ବହୁତ ଘାତକ ସିଦ୍ଧ ହୋଇଥାଏ । ଏହାଦ୍ୱାରା ଘରେ ରୋଗ ଓ ଶୋକ ଲାଗିରହିବା ସହିତ ଘରେ ଅଯଥା ଖର୍ଚ୍ଚ ବଢିଯାଇଥାଏ । ଲୁଣକୁ ଆପଣ ପ୍ଲାଷ୍ଟିକ ପାତ୍ର ବା କାଚ ପାତ୍ରରେ ମଧ୍ୟ ରଖିପାରିବେ ।

ଯଦି ଲୁଣ ତଳେ ଢାଳି ହୋଇଯାଏ ତେବେ ଆପଣଙ୍କ ଚନ୍ଦ୍ର ଓ ଶୁକ୍ର ଉଭୟ କମଜୋର ହୋଇଯାଇଥାନ୍ତି । ଯାହାଦ୍ୱାରା ଆପଣଙ୍କ ଘରୁ ମାତା ଲକ୍ଷ୍ମୀ ଛାଡି ଚାଲିଯାଇଥାନ୍ତି । ଯାହା ଫଳରେ ଆପଣଙ୍କ ଘରେ ଋଣ ଭାର ବଢିଯାଇଥାଏ । ଏହାସହିତ ରୋଷେଇ କଲାବେଳେ କେବେବି ଲୁଣ ପକେଇ ସାରି ତରକାରୀ ଚାଖନ୍ତୁ ନାହିଁ, ଏହାଦ୍ୱାରା ରୋଷେଇର ପବିତ୍ରତା ନଷ୍ଟ ହୋଇଥାଏ ।

ଏହାକୁ ଠାକୁରଙ୍କୁ ଅର୍ପଣ କରି ବାଢନ୍ତୁ । ନଚେତ ଘରେ ଦାରିଦ୍ରତା ମାଡ଼ି ଆସିଥାଏ । ଘରୁ ଯଦି ଦାରିଦ୍ରତା ଦୁର କରିବାକୁ ଚାହାନ୍ତି, ତେବେ ଗୁରୁବାର ବ୍ୟତୀତ ଅନ୍ୟ ଦିନ ଘର ପୋଛା କଲାବେଳେ ପାଣିରେ କିଛି ସମୁଦ୍ର ଲୁଣ ପକାଇ ପୋଛା କରନ୍ତୁ । ଏହାଦ୍ୱାରା ଘରେ ଲକ୍ଷ୍ମୀ ବାସ କରିଥାନ୍ତି । କିନ୍ତୁ ମନେରଖି ଗୁରୁବାର ଦିନ କେବେବି ଲୁଣ ପକାଇ ଘର ପଛନ୍ତୁ ନାହିଁ ।

ଲେଖାଟି ପସନ୍ଦ ଆସିଥିଲେ ଲାଇକ ଓ ଶେୟାର କରି ଦିଅନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *