ତୁଳସୀ ବୃକ୍ଷ ମୂଳର ମାଟି ମଥାରେ ମାରିଲେ କେଉଁ ଫଳ ମିଳିଥାଏ ? Tulasi Jal Arpan

ବନ୍ଧୁଗଣ ଅନେକ ପୁରାଣ ଶାସ୍ତ୍ରରେ ତୁଳସୀ ବୃକ୍ଷର ମାହାତ୍ମ୍ୟ ବିଶେଷ ଭାବେ ବର୍ଣ୍ଣନା କରାଯାଇଛି । ପ୍ରଚଳିତ ଗ୍ରନ୍ଥ ଅନୁସାରେ ସମୁଦ୍ର ମନ୍ଥନ ସମୟରେ ଯେଉଁ ଅମୃତ ପୃଥିବୀରେ ପଡିଥିଲା । ସେଥିରୁ ତୁଳସୀର ଉତ୍ପତ୍ତି ହୋଇଥିଲା । ବ୍ରହ୍ମଦେବ ତାହାକୁ ଭଗବାନ ନାରାୟଣଙ୍କୁ ସମର୍ପଣ କରିଥିଲେ । ଏହି ତୁଳସୀ ବୃକ୍ଷ ସମସ୍ତ ହିନ୍ଦୁ ଲୋକଙ୍କ ଘର ଅଗଣାରେ ରହି ପୂଜା ପାଉଥାଏ । ତୁଳସୀ ବୃକ୍ଷ କେବଳ ଗୋଟେ ସାଧାରଣ ବୃକ୍ଷ ହୋଇନଥାଏ । ବଂର ସନାତନ ଧର୍ମରେ ଏହାକୁ ମାଆର ଦରଜା ଦିଆଯାଇଅଛି ।

ତୁଳସୀ ବୃକ୍ଷର ପତ୍ରରେ ଭଗବାନ ନାରାୟଣ ବାସ କରିଥାନ୍ତି । ତୁଳସୀ ବୃକ୍ଷ ଯେଉଁ ଘରେ ରହିଥାଏ । ସେହି ଘରେ ଆଧ୍ୟାତ୍ମିକ ଉନ୍ନତି ହୋଇଥାଏ । ଏଥିସହ ଆର୍ଥିକ ଉନ୍ନତି ମଧ୍ୟ ହୋଇଥାଏ । ତୁଳସୀ ଗଛ ଲାଗିଥିବା ମାଟିରେ ସମସ୍ତ ତୀର୍ଥର ବାସ ବୋଲି ମାନାଯାଇଥାଏ । ତୁଳସୀ ବୃକ୍ଷର ମୂଳରେ ମାଆ ଲକ୍ଷ୍ମୀଙ୍କର ବାସ ରହିଥାଏ । ତେବେ ଏହି ବିଶେଷ ବୃକ୍ଷ ସମ୍ପର୍କରେ ଚାଲନ୍ତୁ ବିସ୍ତାର ଭାବେ ଜାଣିବା ।

1- ଯଦି କୌଣସି ବ୍ୟକ୍ତି ଲଗାତର ମାସେ ପର୍ଯ୍ୟନ୍ତ ତୁଳସୀ ପତ୍ର, ଲଡୁ କି ମୋଦକ ବା କୌଣସି ପ୍ରକାର ମିଠା ତୁଳସୀ ପତ୍ର ସହିତ ପ୍ରଭୁ ହନୁମାନଙ୍କୁ ଚଢାଇଥାଏ । ସେହି ବ୍ୟକ୍ତିର କୌଣସି ଏକ ମନବାଞ୍ଛା ଅତି ଶୀଘ୍ର ପୂରଣ ହୋଇଥାଏ ।

2- କିଛି ଲୋକ ଆର୍ଥିକ ସମସ୍ଯା ଅର୍ଥାତ କରଜ ବୋଝ ପାଇଁ ଅଧିକ ଚିନ୍ତାରେ ରହିଥାନ୍ତି । କିଛି ଲୋକଙ୍କର ବିବାହରେ ବାଧା ବାରମ୍ବାର ଦେଖାଯାଉଥାଏ । ତୁଳସୀ ବୃକ୍ଷର ମଞ୍ଜରୀ କାଢିଲେ । ଜୀବନରେ ଯାହା ବି ସମସ୍ଯା ରହିଛି । ତାହା ତୁରନ୍ତ ଦୂର ହୋଇଯାଇଥାଏ ।

3- ଯେଉଁ ବ୍ୟକ୍ତିର ଜୀବନରେ ସମସ୍ଯା ଲାଗି ରହୁଥାଏ । ସେହି ବ୍ୟକ୍ତିଙ୍କୁ ତୁଳସୀ ମଞ୍ଜରୀ ଝାଡିବା ଜରୁରୀ ହୋଇଥାଏ । ଯାହା ଦ୍ଵାରା ସେହି ଲୋକଙ୍କର ସମସ୍ଯାର ସମାଧାନ ତାଙ୍କୁ ବହୁତ ଶୀଘ୍ର ପ୍ରାପ୍ତ ହୋଇଥାଏ ।

4- ତୁଳସୀ ମୂଳର ଅଳ୍ପ ମାଟି, ତୁଳସୀ ବୃକ୍ଷର ଶୁଖି ପଡିଥିବା ପତ୍ର ଏଥିସହ ଅଳ୍ପ ମଞ୍ଜରୀ ଏହି 3 ଟି ଯାକ ସାମଗ୍ରୀକୁ ସ୍ନାନ କରୁଥିବା ପାଣିରେ ପକାଇ ସ୍ନାନ କରିଲେ । ତେବେ ସେହି ବ୍ୟକ୍ତିର ଜୀବନରେ ଯେଉଁ ସବୁ ଦୋଷ ଲାଗିଥାଏ । ତାହା ଦୂର ହୋଇଥାଏ । ଏପରି ବ୍ୟକ୍ତି ଜୀବନରେ ବହୁତ ଆଗକୁ ବଢି ଉନ୍ନତି କରିଥାଏ । ତୁଳସୀର ମାଟିର ପ୍ରଭାବ ବହୁତ ଅଧିକ ରହିଥାଏ ।

5- ତୁଳସୀ ମାଟିକୁ ଆଣି ତିଳକ କରି ଲଗାଇଲେ । ଆପଣ ଯେଉଁ ବି କ୍ଷେତ୍ରରେ କାମ କରୁଥାନ୍ତୁ । ସେହି କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ତୁଳସୀ ମାଟିର ତିଳକ ଲଗାଇଲେ । ବ୍ୟକ୍ତିର ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯାଇଥାଏ ।

ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ବହୁ ମାତ୍ରାରେ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *