ମୁଣ୍ଡରେ ଲଗେଇ ଶୋଇ ପଡନ୍ତୁ, ଗୋଟେ ବି ଉକୁଣୀ ରହିବେ ନାହିଁ ! Home Remedies for Lice

ବନ୍ଧୁଗଣ ଅନେକ ପିଲାଙ୍କ ମୁଣ୍ଡରେ ଉଙ୍କୁଣୀ ସାଧାରଣତଃ ହୋଇଯାଇଥାଏ । ଉଙ୍କୁଣୀ ମାନେ ମୁଣ୍ଡରେ ହେବା ଫଳରେ ମୁଣ୍ଡରୁ ସେମାନେ ରକ୍ତ ଶୋଷି ନେଇଥାନ୍ତି । ତେବେ ଚୁଟିକୁ ଭଲ ଭାବେ ସଫାସୁତୁରା କରି ନରଖିବା ଦ୍ଵାରା ଏହି ଉଙ୍କୁଣୀ ସବୁ ଅଧିକ ସଂଖ୍ୟାରେ ମୁଣ୍ଡରେ ହେଇଯାଇଥାଏ । ତେବେ ଯେଉଁମାନେ ଉଙ୍କୁଣୀ ଓ ରୂପୀ ଭଳି ସମସ୍ଯା ପାଇଁ ଚିନ୍ତିତ ରହିଥାନ୍ତି । ତେବେ ତାଙ୍କ ମାନଙ୍କ ପାଇଁ ଆଜି ବହୁତ ଭଲ ଏକ ଘରୋଇ ଉପଚାର ନେଇ ଆସିଛୁ । ଯେଉଁ ଉପାୟ ଦ୍ଵାରା ମୁଣ୍ଡରୁ ଗୋଟି ଗୋଟି କରି ସବୁ ଉଙ୍କୁଣୀ ସଫା ହୋଇଯିବ ।

ତେବେ ଉଙ୍କୁଣୀ ମାରିବା ପାଇଁ ଆପଣଙ୍କୁ ଯେଉଁ ଉପାୟ କରିବାକୁ ପଡିବ । ସେଥିପାଇଁ ଆପଣଙ୍କୁ ଅଦା ଓ ଲେମ୍ବୁର ଆବଶ୍ୟକତା ପଡିବ । ପ୍ରଥମେ ଏକ ଅଦା ଆଣି ତାହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ତାପରେ ସେହି ଅଦା ପେଷ୍ଟରୁ ଏକ ଚାମଚ ପେଷ୍ଟ କାଢି ଏକ ପାତ୍ରରେ ରଖନ୍ତୁ । ତାପରେ ସେହି ଅଦା ପେଷ୍ଟରେ 2 ଚାମଚ ଲେମ୍ବୁ ରସ ମିଶାନ୍ତୁ । ତାପରେ ଉଭୟ ଯାକ ସାମଗ୍ରୀକୁ ଭଲ ଭାବେ ମିଶାଇ ଦିଅନ୍ତୁ । ତାପରେ ସେହି ଅଦା ଓ ଲେମ୍ବୁର ମିଶ୍ରଣକୁ ନେଇ ନିଜ ମୁଣ୍ଡର ଚୁଟିରେ ଲଗାନ୍ତୁ ।

ଏହାକୁ ଲଗାଇବାର ପ୍ରାୟ 20 ମିନିଟ ପର୍ଯ୍ୟନ୍ତ ତାହାକୁ ମୁଣ୍ଡରେ ରହିବା ପାଇଁ ଦିଅନ୍ତୁ । ଯେତେବେଳେ ଏହା ଶୁଖିଯିବ । ଆପଣ ସାଧାରଣ ପାଣି ସହାୟତାରେ ନିଜର ଚୁଟିକୁ ଭଲ ଭାବେ ଧୋଇ ଦିଅନ୍ତୁ । ସପ୍ତାହରେ ଏହାକୁ 2 ଥର କରି ନିଜ ମୁଣ୍ଡରେ ପ୍ରୟୋଗ କରନ୍ତୁ । ଏହିଭଳି ଭାବେ କିଛି ଥର କରିବା ପରେ ଆପଣଙ୍କ ମୁଣ୍ଡରେ ଯେତେ ବି ଉଙ୍କୁଣୀ ଥାଉ ନା କାହିଁକି ?

ଉଙ୍କୁଣୀ ଭଳି ସମସ୍ଯା ଆପଣଙ୍କ ମୁଣ୍ଡରୁ ସବୁ ଦିନ ପାଇଁ ଗାୟବ ହୋଇଯିବ । ମୁଣ୍ଡରୁ ଉଙ୍କୁଣୀ କାଢିବା ପାଇଁ ତୁଳସୀ ପତ୍ର ଦ୍ଵାରା ମଧ୍ୟ ଆଉ ଏକ ଉପାୟ ଆଜି ଆମେ ଆପଣଙ୍କୁ କହିବୁ । ସେଥିପାଇଁ ଆପଣ କିଛି ତୁଳସୀ ପତ୍ର ନେଇ ତାହାକୁ ବାଟି ତାହାର ପେଷ୍ଟ ପ୍ରସ୍ତୁତ କରନ୍ତୁ ।

ତାପରେ ସେହି ପେଷ୍ଟକୁ ମୁଣ୍ଡରେ ଲଗାଇ 15 ରୁ 20 ମିନିଟ ରଖିବା ପାଇଁ ପାଣିରେ ଚୁଟିକୁ ଧୋଇ ଦିଅନ୍ତୁ । ଏହା ମଧ୍ୟ କିଛି ଥର ମୁଣ୍ଡରେ ଟ୍ରାଏ କରିବା ପରେ ମୁଣ୍ଡରୁ ସବୁ ଉଙ୍କୁଣୀ ସଫା ହୋଇଯିବେ । ଏହା ପ୍ରାକୃତିକ ଉପାୟ ହୋଇଥିବାରୁ ଏହା ଦ୍ଵାରା ଆପଣଙ୍କ ଉଙ୍କୁଣୀ ସଫା ହୋଇବା ସହ ଚୁଟିକୁ କୌଣସି କ୍ଷତି ପହଞ୍ଚି ନଥାଏ ।

ଆଶା କରୁଛୁ । ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିବ । ଏହିଭଳି ନୂଆ ନୂଆ ଅପଡେଟ ପାଇବା ପାଇଁ ଆମ ସହ ଯୋଡି ହୋଇ ରହିଥାନ୍ତୁ । ଏଥିସହ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *