ପଢିଥିବା ପାଠକୁ ସବୁଦିନ ପାଇଁ ମନେ ରଖିବାର 3 ଟି ଉପାୟ, ଜୀବନରେ କେବେ ବି ଭୁଲିବେନି (Best Study Tips)

ନମସ୍କାର ବନ୍ଧୁଗଣ , ଆମେ ସବୁ ବେଳେ ଚିନ୍ତା କରିଥାଉ ଯେ ଜଣେ ପିଲା ଅଳ୍ପ  ସମୟ ପଢୁଛି କିନ୍ତୁ ତାଙ୍କୁ ପାଠ ମନେ ରହୁଛି । ମାତ୍ର ଆପଣ ବହୁତ ସମୟ ପଢୁଛନ୍ତି କିନ୍ତୁ ଆପଣ ପାଠ କୁ ଭୁଲି ଯାଉଛନ୍ତି । ଏହା ଦ୍ଵାରା ଆପଣ ଏହା ମାନି ଯାଆନ୍ତି ଯେ ସେ ପିଲାଟି ବହୁତ ଜ୍ଞାନୀ ଏବଂ ଆପଣ ମୂର୍ଖ ଏହା ସଂପୂର୍ଣ୍ଣ ଭୁଲ ଅଟେ । କାରଣ ଏହି ଜଗତରେ ଏମିତି କିଏ ବି ନାହିଁ ଯେ ଥରେ ପଢିକି ସବୁ ଜିନିଷ କୁ ମନେ ରଖିପାରିବ ।

ଆମେ ନିଜ ମାନସିକ  ଅବସ୍ଥାକୁ ଭାବି ଭୁଲ ଚିନ୍ତା କରିଥାଉ ଯେ ଆମ ଯୋଗୁ କିଛି ହେଇପାରିବ ନାହିଁ । କିନ୍ତୁ ଏହା ଭୁଲ ଧାରଣ ଅଟେ କାରଣ ଯଦି ଆମେ ସବୁ ଜିନିଷକୁ ଥରକରେ ପଢି ମନେ ରଖିବାନେବେ ତେବେ ଆମେ ପାଗଳ ହେଇଯିବା । ତେଣୁ ଭୁଲି ଯିବା ମଧ୍ୟ ଆମ ପାଇଁ ଭଲ ହୋଇଥାଏ ଏହାକୁ ନେଇ ନିଜକୁ କମ୍ ଭାବିବା ଉଚିତ୍ ନୁହେଁ ।

ଅନ୍ୟ ପିଲା ଯଦି ଆପଣଙ୍କ ଠାରୁ ପାଠ କୁ ଖୁବ ଶୀଘ୍ର ମନେ ରଖୁଛି ତେବେ ସେ କିଛି କୌଶଳ ଜାଣିଛି ଯାହା ଦ୍ଵାରା ସେ ପାଠ କୁ ଜଳଦି ମନେ ରଖିପାରୁଛି । ଆପଣ ମଧ୍ୟ ଏହି ଉପାୟ ବିଷୟରେ ଜାଣିବେ । ତାହା ପରି ଆପଣ ମଧ୍ୟ ପାଠ କୁ ଶୀଘ୍ର ମନେ ରଖିବେ । ପ୍ରଥମ- ଉପାୟ ହେଉଛି ଆପଣ ଯଦି କୋଣସି ଚଳଚିତ୍ର ଦେଖିବାକୁ ଯାଆନ୍ତି , ତେବେ ଆପଣ ତାହାକୁ ବୁଜିବାକୁ ଚେଷ୍ଟା କରନ୍ତି ଏବଂ ଏହାକୁ ଥରେ ଦେଖି କିଛି ବର୍ଷ ଯାଏ ମନେ ରଖି ନିଅନ୍ତି , ଏହା କେମିତି ହୋଇଥାଏ ।

କାରଣ ଆପଣ ପଢିବା ଠାରୁ ଦେଖିଥିବା ଚିତ୍ର କୁ ଶିଘ୍ର ମନେ ରଖନ୍ତି । ତେଣୁ ପାଠ ପଢି ସାରିଲା ପରେ ପାଠର ବିଷୟକୁ ଚିତ୍ର ଭଳି ଦେଖନ୍ତୁ  । ଏହା କରିବା ଦ୍ଵାରା ପାଠ ଶୀଘ୍ର ମନେ ରହିଥାଏ । ଦ୍ଵିତୀୟ – ଆପଣ ଯଦି ଆପଣଙ୍କ ବନ୍ଧୁ ସହିତ କଥା ହୁଅନ୍ତି ଏବଂ ଯଦି ସେହି ବନ୍ଧୁ ସହିତ କିଛି ମାସ ପରେ କଥା ହେବେ ତେଣେ ଆପଣଙ୍କୁ ତାହା ସହିତ କଥା ହୋଇଥିବା ସମସ୍ତ ବିଷୟ ମନେ ରହିଥାଏ ।

ଏହାର କାରଣ ହେଉଛି କଥା ହେବା ଦ୍ଵାରା ଆମେ ମନେ ରଖିଥାଉ , ତେଣୁ ପାଠ ପଢୁଥିବା ସମୟରେ ପାଠ ସହିତ କଥାବାର୍ତ୍ତା ହେବା ଦ୍ଵାରା ପାଠ ଜଲଦି ମନେ ରହିଯାଏ । ତୃତୀୟ –  ଆପଣ ଦିନ ସାରା ଯାହା ପଢିଥିବେ ଶୋଇବା ପୂର୍ବରୁ ତାହାକୁ ଆଉ ଥରେ ମନେ ପକେଇ ଶୋଇବାକୁ ଯାଆନ୍ତୁ । ଯଦି ସମୟ ରହିଥାଏ ତାହାକୁ ଖାତାରେ ମନେ ପକେଇ ଲେଖିବା ଦ୍ଵାରା ଅତି  ଶୀଘ୍ର ପାଠ ମନେ ରହିଥାଏ । ତେଣୁ ଏହି ତିନୋଟି ଉପାୟ କୁ ନିଶ୍ଚିତ କରନ୍ତୁ ପଢିବା ପାଠ ସବୁ ଦିନ  ପାଇଁ ମନେ ରହିଥାଏ ।

ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *