Krishna Vani- ଯେତେ ବି ଖରାପ ସମୟ ଆସୁ ନା କାହିଁକି ଡରନ୍ତୁ ନାହିଁ… ବାସ୍ ମୋର ଏଇ କଥା ମନେ ରଖନ୍ତୁ  

ନମସ୍କାର ବନ୍ଧୁଗଣ , ମଣିଷ ଖରାପ ସମୟରେ ଡରି କୁ ପଛ ଗୁଞ୍ଚା କରିଥାଏ । ମାତ୍ର ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି , ଯେ ଖରାପ ସମୟରେ କେବେ ବି ଡରନ୍ତୁ ନାହିଁ । କେବଳ ଏଇ କଥା ବ୍କୁ ମନେ ରଖନ୍ତୁ । ଏହି ସଂସାରରେ  ଭଲ ଲୋକଙ୍କର ଭଗବାନ ପରୀକ୍ଷା  ନେଇଥାନ୍ତି କିନ୍ତୁ ସେମାନଙ୍କୁ  କେବେ ବି ଏକଲା ଛାଡନ୍ତି ନାହିଁ , ସବୁବେଳେ ପାଖରେ ରହିଥାନ୍ତି । ମାତ୍ର ଖରାପ ବ୍ୟକ୍ତିମାନଙ୍କୁ ସେବୁ କିଛି ପ୍ରଦାନ କରିଥାନ୍ତି , କିନ୍ତୁ ସେମାନଙ୍କ ସହିତ ଥାଆନ୍ତି ନାହିଁ ।

ଜୀବନରେ ଦୁଇଜଣ ଲୋକ ଆପଣଙ୍କ ସାଥିରେ ଥିବା ଦରକାର ଜଣେ  ଶ୍ରୀକୃଷ୍ଣ ପରି , ଯିଏ କି ଯୁଦ୍ଧ ନ  କରି ଆପଣଙ୍କ ଜିତିବା ସୁନିଶ୍ଚିତ କରାଏ ଏବଂ ଆଉ ଜଣେ କର୍ଣ୍ଣ ପରି , ଯିଏ ଜାଣିଥାଏ ହାରିବା ସୁନିଶ୍ଚିତ ହେଲେ ମଧ୍ୟ ସାଥିରେ ଥାଏ । ଶ୍ରୀ କୃଷ୍ଣ କହୁଛନ୍ତି ଯେ ମୁଁ କାହାରି  ଭାଗ୍ୟ କୁ ନିର୍ଣ୍ଣୟ କରେ ନାହିଁ ଆଉ କାହାକୁ କର୍ମ ଫଳ ଦିଅ ନାହିଁ ।

ଯିଏ ଯେମିତି କର୍ମ କରେ , ସେମିତି ହିଁ ଫଳ ପାଏ । ତେଣୁ ଭଲ କର୍ମ କଲେ ଭଲ ଫଳ ଆଉ ଖରାପ କର୍ମ କାଲେ ଖରାପ ଫଳ ମିଳେ । ମୁଁ ସମସ୍ତ ପ୍ରାଣୀଙ୍କୁ ସମାନ ରୂପରେ ଦେଖେ ନା କାହାକୁ ମୁଁ କମ ପ୍ରେମ କରେ ନା କାହାକୁ ଅଧିକ । କିନ୍ତୁ ଯିଏ ମୋର ପ୍ରେମ ପୂର୍ବକ ଆରାଧନା କରେ ସେ ହିଁ ମୋ ଭିତରେ ରହେ ଆଉ ମୁଁ ତାହାର ଧ୍ୟାନ  ରଖେ ।

ତେଣୁ ଆମକୁ ସବୁ ସମୟ ରେ ଇଶ୍ଵରଙ୍କ ଠାରେ ବିଶ୍ଵାସ ରଖିବା ଦ୍ଵାରା କଷ୍ଟ ସମୟରେ ତାହାଙ୍କ ପାଖ କୁ ଯାଇ ପୂଜା ଆରାଧନା କରିବା ଦ୍ଵାରା ସେହି ଖରାପ ସମୟ ଭିଆତରେ ମଧ୍ୟ ଭଲ ବିଷୟ ଟି ଆପଣଙ୍କ ପାଇଁ ଲୁଚି କି ରହିଥାଏ । ବ୍ୟକ୍ତି ନିଜ ବିଚାରରେ ନିର୍ମିତ ଏକ ପ୍ରାଣୀ ସେ ନିଜକୁ ଯେମିତି ଚିନ୍ତା କରେ ସେମିତି ହିଁ ତିଆରି ହୁଏ । ବ୍ୟକ୍ତି କୁ ଖୁସି ସେତେବେଳେ ମିଳିବ ଯେବେ ସେ ଯାହା ଭାବୁଛି , ଯାହା କହୁଛି ଆଉ ଯାହା କରୁଛି ତାହା ଏକ  ହୋଇଥାଏ ।

ନିନ୍ଦା କୁ ଡରି ନିଜତର ଲକ୍ଷଠୁ ଦୂରେଇ ଯାଆନ୍ତୁ ନାହିଁ କାହିଁକି ନା , ଲକ୍ଷ୍ୟ ହାସଲ ହେଲା କ୍ଷଣି ନିନ୍ଦା କରିବା ଲୋକଙ୍କ ରାୟ ବଦଳିଯାଏ । ନିଜକୁ କେବେ ବି ଦୁର୍ବଳ ଭାବ ନାହିଁ ଯଦି ତୁମେ ପଡିଯାଉଛ , ପୂଣ୍ୟ ବାର ଉଠିବାକୁ ଚେଷ୍ଟା କର , ଲଢ ପୁରା ନିଷ୍ଠାର ସହ ନିଜର କର୍ମ କର ବାକି ସବୁ ଭଗବାନଙ୍କ ଉପରେ ଛାଡି ଦିଅ । କାରଣ ଠିକ ସମୟରେ ଇଶ୍ଵର ଆମର କର୍ମ ର ଶୁଭ ଫଳ ଦେଇଥାନ୍ତି । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *