Vastu Shastra- ଏହି 3 ପ୍ରକାର ତୁଳସୀ ଗଛ ଭୁଲରେ ବି ଘରେ ଲଗାନ୍ତୁ ନାହିଁ, ଘର ଛାଡି ଚାଲି ଯାଆନ୍ତି ମା’ ଲକ୍ଷ୍ମୀ

ନମସ୍କାର ବନ୍ଧୁଗଣ, ସମସ୍ତ ହିନ୍ଦୁ ଘରର ଲୋକଙ୍କ ଅଗଣାରେ ତୁଲସୀ ଗଛଟିଏ ନିଶ୍ଚୟ ଥାଏ । କାରଣ ତୁଲସୀ ଗଛକୁ ଦେଖି ବାହାରକୁ ଯିବା ଶୁଭ ହୋଇଥାଏ । ତୁଲସୀ 5 ପ୍ରକାରର ରହିଛି । କିନ୍ତୁ ଘରେ ସବୁ ତୁଲସୀ ଗଛ ଲଗାଯାଏ ନାହିଁ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଆପଣ ଆପଣଙ୍କ ଘରେ କେଉଁ ତୁଲସୀ ଲଗାଇବା ଭଲ ହୋଇଥାଏ ଏବଂ କେଉଁ ତିନି ପ୍ରକାରର ତୁଲସୀ ଭୁଲରେ ମଧ୍ୟ ଲଗାଇବା ଉଚିତ ହୋଇନଥାଏ । ଆଉ ଡେରି ନକରି ଆସନ୍ତୁ ଜାଣିବା ।

ତୁଲସୀ ପାଞ୍ଚ ପ୍ରକାରର ହୋଇଥାଏ ତାହା ହେଉଛି, ରାମ ତୁଳସୀ, ଶ୍ୟାମ ତୁଳସୀ, ବନ ତୁଳସୀ, ବିଷ୍ଣୁ ତୁଳସୀ ବା ଶ୍ଵେତ ତୁଳସୀ ଏବଂ ନିମ୍ବ ତୁଳସୀ । ଆମ ଘରେ ସାଧାରଣତଃ ରାମ ତୁଳସୀ କିମ୍ବା ଶ୍ୟାମ ତୁଳସୀ ଲଗାଯାଇଥାଏ । ଶାସ୍ତ୍ର ଅନୁଯାୟୀ ରାମ ତୁଳସୀ ଏବଂ ଶ୍ୟାମ ତୁଳସୀ ଛଡା ଆଉ କୌଣସି ତୁଳସୀ ଘରେ ଲଗାଇବା ଉଚିତ ନୁହେଁ ।

ରାମା ତୁଲସୀକୁ ଆପଣ ସହଜରେ ଚିହ୍ନି ପାରିବେ । ଏହାର ପତ୍ର ହାଲକା ସବୁଜ ରଙ୍ଗର ହୋଇଥାଏ । ଏହାର ମଞ୍ଜି ଫୁଲ୍କା ଫୁଲ୍କା ହୋଇଥାଏ । ଏହାର ଡାଳ ଧଳା ହୋଇଥାଏ । ଏବଂ ଏହାର ଶାଖା  ଶ୍ଵେତ ରଙ୍ଗର ହୋଇଥାଏ । ଆୟୁର୍ବେଦ ଅନୁଯାୟୀ ଏହି ତୁଳସୀରେ ସବୁଠାରୁ ଅଧିକ ଔଷଧୀୟ ଗୁଣ ରହିଥାଏ । ସମସ୍ତ ତୁଳସୀ ମଧ୍ୟରୁ ଏହାକୁ ଅଧିକ ପବିତ୍ର ମନାଯାଏ ।

ଏହି ତୁଲସୀକୁ ଆପଣଙ୍କୁ ଘରର ଉତ୍ତର ପୂର୍ବ ଦିଗରେ ଲଗାଇବା ଉଚିତ । ଶ୍ୟାମ ତୁଳସୀ ଗଛର ପତ୍ର ହାଲକା ଜାମୁ ରଙ୍ଗର ହୋଇଥାଏ । ଏହାର ପତ୍ର 1 ରୁ 2 ଇଞ୍ଚ ଲମ୍ବା  ଏବଂ ଅଣ୍ଡାକାର ଆକୃତିର ହୋଇଥାଏ । ତେଣୁ ଆପଣ ଏହି ତୁଳସୀ ମଧ୍ୟ ଆପଣଙ୍କ ଘରେ ଲଗାଇ ପାରିବେ । ପୂଜା ଠାରୁ ଅଧିକ ଶୁଭ ହୋଇଥାଏ ଏହାକୁ ଔଷଧୀୟ ଭାବରେ ବ୍ୟବହାର କରିବା ।

ଯଦି ତୁଳସୀ ଗଛରେ ବହୁତ ଅଧିକ ମଞ୍ଜି ହେବାକୁ ଲାଗେ ତେବେ ତାହା ସ୍ଥାନରେ ନୂଆ ତୁଳସୀ ଲଗାଇବା ଉଚିତ । କାରଣ ଏହି ସମୟରେ ତୁଳସୀ ଅଧିକ କଷ୍ଟରେ ଥାଏ । ତେଣୁ ତୁଳସୀର କଷ୍ଟ ପ୍ରଭାବ ଆପଣଙ୍କ ଘର ଉପରେ ପଡିଥାଏ ଯାହାଫଳରେ ଆପଣଙ୍କ ଘରେ ବହୁତ ଅସୁବିଧା ଦେଖିବାକୁ ମିଳିଥାଏ ।

ତେଣୁ ଆପଣଙ୍କୁ ନୂଆ ତୁଳସୀ ଲଗାଇବା ଆବଶ୍ୟକ । ତେଣୁ ଆପଣଙ୍କୁ ଆପଣଙ୍କ ଘରେ ଏହି ଦୁଇଟି ତୁଳସୀ ଛଡା ବାକି ତିନୋଟି ତୁଳସୀ ଲଗାଇବା ଅନୁଚିତ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *