ଅତ୍ୟଧିକ ପତଳା ଶରୀର ପାଇଁ ଚିନ୍ତିତ ଅଛନ୍ତି କି ? ପତଳା ରୁ ମୋଟା ହେବା ପାଇଁ ଚାହାଁନ୍ତି କି ? ଖାଆନ୍ତୁ ଏହି ଜିନିଷ 

ନମସ୍କାର ବନ୍ଧୁଗଣ, ପତଳା ହୋଇ ଜୀବନ ବିତାଇବା ବହୁତ ମାନସିକ ଚିନ୍ତା ଦେଇଥାଏ । କାରଣ ରୂପ ତ ଭଲ ଦେଖା ନଥାଏ ଏହା ସହିତ ଲୋକ ମାନଙ୍କର ମଜାର ପାତ୍ର ମଧ୍ୟ ସର୍ବଦା ହେବାକୁ ପଡିଥାଏ । ଯାହାଫଳରେ ସବୁବେଳେ ମନରେ ଦୁଶ୍ଚିନ୍ତା ଲାଗି ରହିଥାଏ ମୋଟା ହେବା କଥାକୁ ନେଇ । ତେଣୁ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ସହଜରେ ପତଳା ରୁ ମୋଟା ହେବାର ସହଜ ଉପାୟ । ତେବେ ଆଉ ଡେରି ନକରି ପତଳା ରୁ ମୋଟା ହୋଇ କିପରି ସୁନ୍ଦର ଦିଶିବେ ଜାଣନ୍ତୁ ଉପାୟ ।

ଏଥିପାଇଁ ଆପଣଙ୍କ ପାଇଁ ଶାଗୁ ଦାନା ବେସ ଉପଯୋଗୀ ଅଟେ । ଶାଗୁକୁ ଆପଣ 10 ମିନିଟ ପାଇଁ ପାଣିରେ ଭିଜାଇ ରଖନ୍ତୁ। ତେବେ ଆପଣ ଗ୍ୟାସରେ ଏକ ପାତ୍ର ବସାଇ ସେଥିରେ ଏକ ଗ୍ଳାସ ପାଖା ପାଖି ପାଣି ଢାଳନ୍ତୁ । ଏବେ ଆପଣ ଏଥିରେ ଭିଜାଇ ରଖିଥିବା ଶାଗୁ ଦାନାରୁ 3 ରୁ 4 ଚାମଚ ପକାନ୍ତୁ । ଶାଗୁ ପକାଇବା ପରେ ଆପଣ ଗ୍ୟାସର ଆଞ୍ଚକୁ ବଢାଇବା ଜରୁରୀ ।

ଏହାପରେ ଆପଣ ଏଥିରେ ଦୁଇ ଚାମଚ ଚିନି ପକାନ୍ତୁ । ଏବେ ଆପଣ ଏଥିରେ ଅଳ୍ପ ଲୁଣ ପକାନ୍ତୁ । ଏବଂ ଅଧ କପ କ୍ଷୀର ଏଥିରେ ପକାନ୍ତୁ । ଖିରୀ ପ୍ରସ୍ତୁତ କରିବା ଭଳି ଆପଣ ଏହିଭଳି ଶାଗୁ ଦାନାର କ୍ଷୀରୀ ପ୍ରସ୍ତୁତ କରି ପ୍ରତିଦିନ 15 ଦିନ ପର୍ଯ୍ୟନ୍ତ ଖାଆନ୍ତୁ । ଏହାପରେ ଆପଣ ଶାଗୁ ଦାନାର ଖିରୀରେ କାଜୁ ଖିସମିସ ପକାନ୍ତୁ ।

ଶାଗୁ ଦାନାର ଖିରୀ ପ୍ରସ୍ତୁତ ହେବା ପାଇଁ ଆପଣଙ୍କୁ ଅତିବେଶିରେ 3 ରୁ 4 ମିନିଟ ସମୟ ଲାଗିବ । ଖିରୀ ପ୍ରସ୍ତୁତ ହୋଇସାରିବା ପରେ ଆପଣ ଖିରୀକୁ ଏକ ପାତ୍ରକୁ ବାହାର କରନ୍ତୁ । ଏବଂ ସେଥିରେ ଦୁଇଟି ଖଣ୍ଡ କଟା କଞ୍ଚା ଆଳୁ ପକାନ୍ତୁ । ଆପଣ ଏଥିରେ ଆଳୁ ପକାଇବା ଦ୍ଵାରା ଆପଣଙ୍କ ସ୍ଵାଦ ବିଲକୁଲ ମଧ୍ୟ ଖରାପ ହେବ ନାହିଁ । ଆରାମରେ ଆପଣ ତାହାକୁ ଖାଇ ପାରିବେ ।

15 ଦିନ ଯାଏ ଆପଣ ସକାଳୁ ସକାଳୁ ଉଠିବା ପରେ ବ୍ରେକଫାଷ୍ଟରେ ଖାଆନ୍ତୁ । ଏହାକୁ ଆପଣ ଖାଇବା ଦ୍ଵାରା 15 ଦିନ ଭିତରେ ଆପଣଙ୍କ ଓଜନ 2 ରୁ 3 କେଜି ନିହାତି ଭାବରେ ବଢିଯିବ । ତେଣୁ ଆପଣଙ୍କ ଠାରେ ଯଦି ପତଳା ହେବାର ସମସ୍ୟା ରହିଥାଏ ତେବେ ଆପଣ ବହୁତ ଶସ୍ତାରେ ଆପଣଙ୍କ ଘରେ ପ୍ରସ୍ତୁତ କରି ଆପଣଙ୍କ ପ୍ରତି ଦିନର ଖାଦ୍ୟ ଭାବରେ ଖାଇପାରିବେ ।

ଯାହାଫଳରେ ଆପଣ ବହୁତ ଶୀଘ୍ର ଆପଣଙ୍କ ଓଜନ ବଢାଇ ପାରିବେ । ଶାଗୁରେ ରହିଥିବା ସମସ୍ତ ଫାଇଦାକୁ ଆପଣ ଏହିଭଳି ଭାବରେ ନିଶ୍ଚୟ ଉଠାନ୍ତୁ ଏବଂ ଓଜନ ବଢାନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *