Swapna Shastra- ସ୍ଵପ୍ନରେ ସାପ ଦେଖିବାର ଅର୍ଥ ! ମିଳିଥାଏ ଏହି 5 ସଙ୍କେତ

ନମସ୍କାର ବନ୍ଧୁଗଣ, ମଣିଷ ଦେଖୁଥିବା ସ୍ଵପ୍ନର ଅନେକ କାରଣ ରହିଥାଏ । ଯାହା ମଣିଷ ପକ୍ଷେ ବୁଝିବା ସମ୍ଭବ ହୋଇନଥାଏ ତେଣୁ ମଣିଷ ଦେଖୁଥିବା ସ୍ଵପ୍ନକୁ ଅଣଦେଖା କରିଦେଇଥାନ୍ତି । ସ୍ଵପ୍ନ ଆମକୁ ଆମ ଆଗାମୀ ସମୟର ସୂଚନା ଦେଇଥାଏ । ଯଦି ଆମେ ତାହାକୁ ବୁଝିପାରିବା ତେବେ ଆଗାମୀ ସମୟ ସମ୍ପର୍କରେ ସହଜରେ ଅବଗତ ହୋଇପାରିବେ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଯଦି ଆପଣ ସ୍ଵପ୍ନରେ ସାପ ଦେଖନ୍ତି,

ତେବେ ଏହାର ଅର୍ଥ କଣ ଅଟେ ଏହା ସହିତ ଆହୁରି ଅନେକ କିଛି ସ୍ଵପ୍ନର ଅର୍ଥ ଆଉ ଡେରି ନକରି ଆସନ୍ତୁ ଜାଣିବା । 1- ଯଦି ଆପଣଙ୍କ ସ୍ଵପ୍ନରେ ନଦୀ, ବଣ, ଜଙ୍ଗଲ ଇତ୍ୟାଦି ଦେଖନ୍ତି ତେବେ ଏହାର ଅର୍ଥ ହୋଇଥାଏ ବହୁତ ଶୀଘ୍ର ଆପଣଙ୍କ ଜୀବନରେ କିଛି ବଡ ଖୁସି ଖବର ଆସିବାକୁ ଯାଉଛି । କିନ୍ତୁ ଯଦି ଆପଣ ଏହି ସ୍ଵପ୍ନ ସମ୍ପର୍କରେ କାହାକୁ ଜଣାଇ ଦେବେ ତ ତେବେ ଏହାର ପ୍ରଭାବ କମିଯାଇଥାଏ ।

2- ବେଳେ ବେଳେ ଆମେ ନିଜର କିମ୍ବା କୌଣସି ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁର ସ୍ଵପ୍ନ ଦେଖିଥାଉ । ଏଭଳି ସ୍ଵପ୍ନ ଦେଖିବା ଫଳରେ ଆମେ ବହୁତ ଭୟଭୀତ ହୋଇଯାଇଥାଉ । ଆପଣ ଏହି ସ୍ଵପ୍ନ ଦେଖି ଡରିବା ଉଚିତ ନୁହେଁ କାରଣ ମୃତ୍ୟୁର ସ୍ଵପ୍ନ ଆପଣଙ୍କ ସମସ୍ୟା ସବୁ ଅନ୍ତ ହେବାର ସଙ୍କେତ ଦେଇଥାଏ ।

3-  ସ୍ଵପ୍ନରେ ଯଦି ଆମେ ସାପ ଦେଖିଥାଉ ତେବେ ଡରିଯାଉ । କିନ୍ତୁ ଯଦି ଆପଣଙ୍କ ସ୍ଵପ୍ନରେ ସାପ ଆସେ ତେବେ ଆପଣ ଡରିବା ଆବଶ୍ୟକ ନାହିଁ କାରଣ ଏହା ଆପଣଙ୍କ ଜୀବନରେ ସଫଳତା ଆସିବା ସହ ବ୍ୟାପାର ବ୍ୟବସାୟରେ ଅଧିକ ଲାଭ ହେବାର ସୂଚନା ଦେଇଥାଏ । ତେଣୁ ସ୍ଵପ୍ନରେ ସାପ ଦେଖିବା ଦ୍ଵାରା ଆପଣଙ୍କୁ ଧନ ଲାଭର ସମ୍ଭାବନା ରହିଥାଏ । ଆପଣ ଦେଖୁଥିବା ଏହି ସ୍ଵପ୍ନକୁ କାହାକୁ କହିବା ଉଚିତ ନୁହେଁ । ଏହାଦ୍ଵାରା ଅନ୍ୟ ଲୋକଙ୍କ ନଜର ଲାଗିଥାଏ ଆପଣଙ୍କ ଖୁସି ଉପରେ ଆଉ ସ୍ଵପ୍ନ କାର୍ଯ୍ୟକାରୀ ହୋଇନଥାଏ ।

4- ଆମକୁ ବେଳେବେଳେ ସ୍ଵପ୍ନରେ ସ୍ଵୟଂ ଭଗବାନ ଦର୍ଶନ ଦେଇଥାନ୍ତି । ଆପଣ ଯେଉଁ ଭଗବାନଙ୍କୁ ଯେଉଁ ପ୍ରକାରେ ବି ଦେଖନ୍ତୁ ନା କାହିଁକି ଏହାର ଅର୍ଥ ହୋଇଥାଏ ଆପଣଙ୍କ ଜୀବନରେ ବହୁତ ଶୀଘ୍ର ଖୁସି ଆସିବା ପାଇଁ ଯାଉଛି । ସ୍ଵପ୍ନରେ ଭଗବାନଙ୍କ ଦର୍ଶନ କୌଣସି ବଡ ସଫଳତା ମିଳିବାର ସଙ୍କେତ ହୋଇଥାଏ ।

ତେଣୁ ଆପଣ ନିହାତି ଭାବରେ ମନେ ରଖନ୍ତୁ ଭଗବାନଙ୍କ ସ୍ଵପ୍ନ ଦେଖିବାର ଅର୍ଥ ଆପଣଙ୍କୁ ଆଗକୁ କୌଣସି ନା କୌଣସି ଖୁସି ଖବର ମିଳିବ । ତେଣୁ ଆପଣ ଦେଖିଥିବା ଏହି ସ୍ଵପ୍ନ ସମ୍ପର୍କରେ ବି କାହାକୁ କହିବା ଉଚିତ ନୁହେଁ । ଦେଖୁଥିବା ସ୍ଵପ୍ନକୁ ନିଜ ଭିତରେ ରଖି ଫଳ ମିଳିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *