Ajira Anuchinta- ଘରେ ଧନର ଅଭାବ ହେବାର କାରଣ କଣ ?

ନମସ୍କାର ବନ୍ଧୁଗଣ , ମଣିଷ ଜୀବନରେ ଦିନ ରାତି ପରିଶ୍ରମ କରିଥାଏ । ତାହାର ଗୋଟିଏ କାରଣ ହୋଇଥାଏ ଧନ ଯେଇ ଯେତେ ଵ କଷ୍ଟ କରୁ ଘରର ସମସ୍ତ ବ୍ୟକ୍ତି ଚାହାନ୍ତି ଯେ ତାଙ୍କ ଘରେ ମା ‘ ଲକ୍ଷ୍ମୀଙ୍କ ବସ ରହୁ ଏବଂ ଘରେ ଧନର ଅଭାବ ନ ହେଉ । କିନ୍ତୁ ଅନେକ ପରିସ୍ଥିତିରେ ଆମର ଧନର ଅଭାବ ହୋଇଇଥାଏ । ଆମେ ଆମ ଦୈନନ୍ଦିକ ଜୀବନରେ ଜଣା ଅଜଣା ରେ ବହୁତ ଗୁଡିଏ ଭୁଲ କାମ କରିଦେଇଥାଉ ।

ଯାହା ଫଳରେ ଆମ ଘରେ ଧନର ଅଭାବ ଦେଖାଯାଇଥାଏ । ଘର ର ଧନର ଅଭାବ ହେବାର କାରଣ କଣ ଏବଂ ଏହାକୁ ଦୂର କରିବାର କିଛି ଉପାୟ । ଏହାକୁ ନିହାନ୍ତି କରନ୍ତୁ ଏବଂ ଏହା ଦ୍ଵାରା  ଆପଣଙ୍କ ଅଭାବ ଦୂର ହୋଇଥାଏ । ଯଦି ଆପଣଙ୍କ ଘରକୁ  ଭିକାରି ଟିଏ ଆସିଥାଏ ତେବେ ତାହାକୁ ବେକେ ବି ଖାଲି ହାତରେ ପଠାନ୍ତୁ ନାହିଁ । ଯଦି ଆପଣ ଭିକାରି କୁ ଖାଲି ହାତରେ ପଠାଇ ଦିଅନ୍ତି ତେବେ ଏହା ସବୁ ଠାରୁ ବଡ ଭୁଲ ହୋଇଥାଏ ।

ଧନ କେବେ ବି ଆପଣଙ୍କ ଘରେ ରହିବ ନାହିଁ । ଯେତେ ଉପାର୍ଜନ କରିଲେ ମଧ୍ୟ ତାହା ନ ରହି କର୍ଚ ହୋଇଯାଇଥାଏ । ଯେଉଁ ଘର ମାନଙ୍କ ରେ ସ୍ତ୍ରୀମାନଙ୍କୁ ସମ୍ମାନ ଦିଆଯାଏ ନାହିଁ । ଘର ର ମା ‘ ବୋହୁ ମାନଙ୍କୁ ସମ୍ମାନ ଦେଉନଥିବା ଘରେ ମା ‘ ଲକ୍ଷ୍ମୀ ରହିନଥାନ୍ତି । ତେଣୁ ସେହି ଘର ମାନଙ୍କରେ ଧନ ର ଅଭାବ ପରିଲକ୍ଷିତ ହୋଇଥାଏ ।

ଏହା ଛଡା ଯେଉଁ ଘର ମାନଙ୍କରେ ବାପା ମା ଙ୍କୁ ସମ୍ମାନ ଦିଆଯାଏ ନାହିଁ ସେମାନଙ୍କୁ ଖାଇବାକୁ ନ ଦେହି ଘରୁ ବାହାର କରାଯାଇଥାଏ । ସେହି ଘରମାନଙ୍କ ରେ ଧନ ର  ଆଗମନ କଦାପି ହୋଇଥାଏ । ଯେଉଁ ଘରମାନଙ୍କରେ ଛୋଟ ପିଲାମାନଙ୍କୁ ଅନୁଚିତ ବା ବିନା କାରଣରେ ଦଣ୍ଡ , ମାରପିଟ କରାଯାଇଥାଏ ,ସେହି ଘରମାନଙ୍କରେ ଧନ ଅଭାବ ଦେଖାଯାଇଥାଏ ଏବଂ ଧନ ଆସିଲେ ମଧ୍ୟ ଯେକୋଣସି ବାଟେ ବାହାରକୁ ପଳେଇଯାଇଥାଏ ।

ଯଦି କୋଣସି ଘରେ ବନ୍ଧୁ ବାନ୍ଧବ ଆସନ୍ତି ନାହିଁ ସେହି ଘରେ ମଧ୍ୟ ଧନ ବୃଦ୍ଧି ହୋଇନଥାଏ । ଯଦି ଆପଣଙ୍କ ଭଉଣୀ ଆପଣଙ୍କ ଘରକୁ ଆସନ୍ତି ନାହିଁ ବା  ଘରେ ଭୋଜନ କରନ୍ତି ନାହିଁ ତେବେ ମଧ୍ୟ ଆପଣଙ୍କ ଘରେ ଧନ ର ଅଭାବ ଦେଖାଯାଇଥାଏ ଏବଂ କେବେ ବି ଆପଣଙ୍କ ଘରେ ଲକ୍ଷ୍ମୀଙ୍କ ପାଦ ପଡିବ ନାହିଁ । ଯଦି ଆପଣଙ୍କ  ଘରେ ସର୍ବଦା କଳି , ଝଗଡା ଲାଗିରହିଥାଏ ସେହି ଘରମାନଙ୍କରେ ମା ‘ ଲକ୍ଷ୍ମୀ ଆସି ନ ଥାନ୍ତି ।

ଯେଉଁ ଘରେମାନଙ୍କରେ ପୂଜା , ଯଜ୍ଞ , ଠାକୁର ଆରାଧନା କରାଯାଇନଥାଏ । ସେହି ଘର ମାନଙ୍କରେ ମା ‘ ଲକ୍ଷ୍ମୀ ଆଦୌ ଯାଆନ୍ତି ନାହିଁ । ଘରର ସ୍ତ୍ରୀ ବା ଆପଣଙ୍କ ପତ୍ନୀ କୁ ସମ୍ମାନ କରନ୍ତୁ । କାରଣ ଏମାନଙ୍କ ଦ୍ଵାରା ହିଁ ଆପଣଙ୍କ ଘରକୁ ଧନ ଆସିଥାଏ । ଏହି ସମସ୍ତ ବିଷୟ କୁ ଜାଣି ନିଜର ଭୁଲ କୁ ସଜାଡିବା ଦ୍ଵାରା ଆପଣଙ୍କ ଘରେ ଧନ ର ଅଭାବ ଦୂର ହୋଇଯାଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *