Health Tips- ସୁଗାର ରୋଗୀ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଫଳ, ପରିଣାମ ହୋଇପାରେ ଭୟଙ୍କର !

ନମସ୍କାର ବନ୍ଧୁଗଣ, ରୋଗ ବହୁଳ ଏହି ସଂସାରରେ ଏବେ ସୁଗାର ବଢିବା ବା ଡାଇବେଟିସ ହେବା ଏକ ସାଧାରଣ ରୋଗ ପାଲଟି ଯାଇଛି । ତେବେ ଫଳ ସମସ୍ତ ଖାଦ୍ୟ ଠାରୁ ବେଶି ସ୍ଵାସ୍ଥ୍ୟକର ଏବଂ ଭିଟାମିନ ଯୁକ୍ତ ହୋଇଥାଏ । ତେଣୁ ରୋଗୀ ମାନେ ପ୍ରାୟତଃ ଅନ୍ୟ ଖାଦ୍ୟ ଖାଇବା ଅପେକ୍ଷା ଫଳକୁ କଖାଇବା ପସନ୍ଦ କରିଥାନ୍ତି । କିନ୍ତୁ କଣ ଆପଣ ଜାଣନ୍ତି ଡାଇବେଟିସ ବା ସୁଗାର ଥିବା ଲୋକ ମାନଙ୍କ ପାଇଁ କିଛି ଖାଇବା ବାରଣ ଅଟେ ବୋଲି ।

ତେଣୁ ଆଜି ଆମେ ଆପଣମାନଙ୍କୁ ଜଣାଇବା ପାଇଁ ଯାଉଛୁ ଡାଇବେଟିସ ଥିଲେ ଆପଣ କେଉଁ ଖାଇବା ଅନୁଚିତ ଅଟେ । ଡାଇବେଟିସ ହେବାର ଅର୍ଥ ଏହା ନୁହେଁ କି ଆପଣ କୌଣସି ଫଳ ଖାଇବା ନାହିଁ । କିଛି ତା ଫଳରେ ସୁଗାର ମାତ୍ର ଅଧିକ ରହିଥାଏ ତେଣୁ ସେହି ଫଳ ସୁଗାର ହୋଇଥିବା ବ୍ୟକ୍ତି ଖାଇବା ଅନୁଚିତ ଅଟେ କିନ୍ତୁ କମ ସୁଗାର ଥିବା ଫଳ ଆପଣ ଖାଇ ପାରିବେ । କଦଳୀ: ଡାଇବେଟିସ ରୋଗୀ ଏହାକୁ ଖାଇ ପାରିବେ କିନ୍ତୁ କମ ମାତ୍ରାରେ ଖାଇବା ଆବଶ୍ୟକ ଅଟେ ।

ବହୁତ ଅଧିକ ପାଚି ଯାଇଥିବା କଦଳୀ ଆପଣଙ୍କର ଖାଇବା ଉଚିତ ନୁହେଁ କାରଣ ଏଥିରେ ସୁଗାର ମାତ୍ରା ବହୁତ ଅଧିକ ଥାଏ ।  ଆମ୍ବ: ଡାଇବେଟିସ ଥିବା ବ୍ୟକ୍ତି ଆମ୍ବକୁ ଗୋଟିଏ ଦିନରେ କେବଳ ଥରେ ହିଁ ଖାଇପାରିବେ । ଥରକେ ଆପଣ ୧୦୦ ଗ୍ରାମରୁ ଅଧିକ ଆମ୍ବ ଖାଇବା ଅନୁଚିତ । ଅଙ୍ଗୁର: ଡାଇବେଟିସ ରୋଗୀଙ୍କୁ ଅଙ୍ଗୁର ବିଲକୁଲ ମଧ୍ୟ ଖାଇବା ଉଚିତ ନୁହେଁ । କାରଣ ଏଥିରେ ଫାଇବର ନଥାଏ ଯାହା ଆପଣଙ୍କ ଶରୀରରେ ବହୁତ ଶୀଘ୍ର ସୁଗାରର ମାତ୍ରାକୁ ବଢାଇ ଦେଇଥାଏ ।

ସପୁରି: ଡାଇବେଟିସ ରୋଗୀ ଏହାକୁ ବିଲକୁଲ ମଧ୍ୟ ଖାଇବା ଉଚିତ ନୁହେଁ । କାରଣ ଏହା ଆପଣଙ୍କ ବ୍ଲଡରେ ବହୁତ ଜଲ୍ଦି ସୁଗାରର ମାତ୍ରା ବଢାଇ ଦେଇଥାଏ । ଆପଣଙ୍କୁ ସବୁ ପ୍ରକାର ମିଶିଥିବା ଫଳକୁ ଖାଇବା ଉଚିତ ନୁହେଁ । ଯଦି ଆପଣଙ୍କୁ ଡାଇବେଟିସ ହୋଇଛି ତେବେ ଆପଣ ଗୋଟିଏ ଥରରେ ଗୋଟିଏ ଫଳ ହିଁ ଖାଇବା ଆବଶ୍ୟକ ।

ଗୋଟିଏ ଥରରେ ଆପଣଙ୍କୁ ବହୁତ ଅଧିକ ଫଳ ଖାଇବା ଉଚିତ ନୁହେଁ । ଆପଣ ଫଳ ସହ ପିନଟ ବଟର ଖାଇବା ଦରକାର , ଫଳ ସହ ଆପଣ ପନିର ଖାଇ ପାରିବେ ଏବଂ ପେସ୍ତାବାଦାମ ମଧ୍ୟ ଖାଇ ପାରିବେ ଅଣ୍ଡାର ଧଳା ଅଂଶକୁ ମଧ୍ୟ ଆପଣ ଫଳ ସହ ଖାଇ ପାରିବେ ।

ଏହା ଫଳରେ ଆପଣଙ୍କ ଶରୀରରେ ଫଳ ମଧ୍ୟରେ ରହିଥିବା ସୁଗାର କମ ମାତ୍ରାରେ ଅବଜର୍ଭ ହୋଇଥାଏ । ଡାଇବେଟିସ ହୋଇଥିଲେ ଆପଣ କିୱି, ଅମୃତଭଣ୍ଡା, ସେଓ, କମଳା ଖାଇବା ଦ୍ଵାରା ଆପଣଙ୍କ ସୁଗାର ବଢି ନଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *