Krishna Vani- ସଚ୍ଚା ପ୍ରେମର 7 ସଙ୍କେତ ! ସବୁବେଳେ ମନେ ରଖିଥିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସତ ଭଲ ପାଇବା କେବଳ ଭାଗ୍ୟଶାଳୀ ବ୍ୟକ୍ତି ଙ୍କୁ ପ୍ରାପ୍ତ ହୋଇଥାଏ । ସମସ୍ତଙ୍କ ଭାଗ୍ୟ ରେ ସତ ଭଲ ପାଇବା ଲେଖା ହୋଇ ନଥାଏ । ଯେବେ ଆମେ କାହାକୁ ଭଲ ପାଇଥାଉ କିମ୍ବା ଆମକୁ କେହି ଜଣେ ଭଲ ପାଇଥାଏ, ତେବେ ଆମ ମନରେ ପ୍ରଥମ ପ୍ରଶ୍ନ ଆସିଥାଏ ଯେ, ସେହି ବ୍ୟକ୍ତି ଆମକୁ ସତରେ ଭଲ ପାଉଛି ଅଥବା ନୁହେଁ । ଏହି ପ୍ରଶ୍ନ ମନରେ ଏକ ଡର ସୃଷ୍ଟି କରିଥାଏ ।

କାରଣ ବର୍ତ୍ତମାନ ସମୟରେ ପ୍ରାୟ ବ୍ୟକ୍ତି ଅଛନ୍ତି ଯେଉଁମାନେ କେବଳ ଭଲ ପାଇବାର ନାଟକ ହିଁ କରିଥାନ୍ତି ଏବଂ ଭଲ ପାଇବାର ମିଛ ପ୍ରତିଶ୍ରୁତି ଦେଇଥାନ୍ତି । ଏହି ନାଟକ କୁ ନିରୀହ ବ୍ୟକ୍ତି ବୁଝି ପାରି ନଥାନ୍ତି ଏବଂ ତାଙ୍କ ମିଛ ଭଲ ପାଇବାକୁ ସତ ବୋଲି ଭାବି ନିଅନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସତ ଭଲ ପାଇବାର ଏଭଳି ୭ଟି ଚିହ୍ନ ସମ୍ବନ୍ଧରେ କହିବୁ ଯାହା ଆପଣ ଜାଣିଲେ ଭବିଷ୍ୟତ ରେ ସତ ଭଲ ପାଇବା କଣ ତାହା ବୁଝି ପାରିବେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ସତ ଭଲ ପାଇବା କେବେବି ସର୍ତ୍ତ ଦ୍ୱାରା ଆରମ୍ଭ ହୋଇନଥାଏ । ସତ ଭଲ ପାଇବା ରେ କେବଳ ଅସରନ୍ତି ପ୍ରେମ ଓ ବିଶ୍ୱାସ ଆବଶ୍ୟକ । ଯେଉଁ ଭଲ ପାଇବା ରେ ସର୍ତ୍ତ ଥାଏ ତାହା କେବେବି ସତ ଭଲ ପାଇବା ହୋଇନଥାଏ ।

୨. ବନ୍ଧୁଗଣ ଦ୍ବିତୀୟତଃ, ଯେଉଁ ବ୍ୟକ୍ତି ଆପଣଙ୍କୁ ସତ ରେ ଭଲ ପାଇଥାଏ ସେ ସର୍ବଦା ନିଜ ଠାରୁ ଆପଣଙ୍କ ଧ୍ୟାନ ରଖିଥାଏ । ଆପଣଙ୍କ ଛୋଟ ରୁ ଛୋଟ କଥା ର ଧ୍ୟାନ ରଖିଥାଏ । ଯଦି ଆପଣଙ୍କୁ କଷ୍ଟ ପହଞ୍ଚିଥାଏ ତେବେ ସବୁଠାରୁ ଅଧିକ ଦୁଃଖ ତାଙ୍କୁ ହୋଇଥାଏ । ସେ ଆପଣଙ୍କୁ ସର୍ବଦା ସମ୍ମାନ କରିଥାନ୍ତି ।

୩. ବନ୍ଧୁଗଣ ତୃତୀୟତଃ, ସତ ରେ ଭଲ ପାଉଥିବା ବ୍ୟକ୍ତି ଆପଣଙ୍କୁ କେବେବି କୌଣସି କଥା ରେ ରୋକ ଲଗାଇ ନଥାଏ । ସେ ସର୍ବଦା ଆପଣଙ୍କ ଖୁସି ରେ ହିଁ ଖୁସି ହୋଇଥାଏ ଏବଂ ଆପଣଙ୍କୁ କେବେବି ଦୁଃଖ ପହଞ୍ଚାଇ ନଥାଏ ।

୪. ବନ୍ଧୁଗଣ ଚତୁର୍ଥତଃ, ସତ ଭଲ ପାଇବାରେ ସୁଖ ସମୟ ରେ ଯେତେ ସାଥ ମିଳିଥାଏ, ଦୁଃଖ ସମୟ ରେ ମଧ୍ୟ ଆପଣଙ୍କୁ ସେତେ ମାତ୍ରାରେ ସାଥ ମିଳିଥାଏ । ଆପଣଙ୍କ ଦୁଃଖ ହୋଇଥାଉ ଅଥବା ଆପଣଙ୍କ ପରିବାର ର ଦୁଃଖ ଆପଣଙ୍କ ପାର୍ଟନର୍ ସର୍ବଦା ଆପଣଙ୍କ ସାଥ ଦେଇଥାନ୍ତି ।

୫. ବନ୍ଧୁଗଣ ପଞ୍ଚମତଃ, ଆପଣଙ୍କୁ ସତ ରେ ଭଲ ପାଉଥିବା ବ୍ୟକ୍ତି ଆପଣଙ୍କ ସହିତ ନିଜ ଭବିଷ୍ୟତ ର ଚିନ୍ତା ମଧ୍ୟ କରିଥାଏ ଏବଂ ଆପଣଙ୍କ ସହିତ ଏହି ସମ୍ବନ୍ଧରେ କଥା ମଧ୍ୟ ହୋଇଥାଏ । କାରଣ ସେ ଜୀବନସାରା ଆପଣଙ୍କ ସହିତ ରହିବାକୁ ଚାହାନ୍ତି ।

୬. ବନ୍ଧୁଗଣ ଷଷ୍ଠତଃ, ଆପଣଙ୍କୁ ସତ ରେ ଭଲ ପାଉଥିବା ବ୍ୟକ୍ତି କେବେବି ଆପଣଙ୍କୁ କୌଣସି କାର୍ଯ୍ୟ ପାଇଁ ବାଧ୍ୟ କରି ନଥାନ୍ତି । ଯେଉଁଥିରେ ଆପଣ ନିଜର ସହମତି ପ୍ରକାଶ କରନ୍ତି ନାହିଁ ସେ ତାକୁ ଗ୍ରହଣ କରନ୍ତି ଏବଂ ଆପଣଙ୍କ ମନରେ ଥିବା ଭାବନା କୁ ସେ ଅବଶ୍ୟ ବୁଝିଥାନ୍ତି ।

୭. ବନ୍ଧୁଗଣ ସପ୍ତମତଃ, ସତ ଭଲ ପାଉଥିବା ବ୍ୟକ୍ତି ଆପଣଙ୍କ ସହିତ ସର୍ବଦା ଇମାନଦାର ରୁହନ୍ତି । ସେ ଆପଣଙ୍କୁ କୌଣସି ପରିସ୍ଥିତିରେ ମଧ୍ୟ ଧୋକା ଦିଅନ୍ତି ନାହିଁ । ଯେତେବି ଅସୁବିଧା ଥିଲେ ମଧ୍ୟ ସେ ସର୍ବଦା ଆପଣଙ୍କ ସାଥିରେ ରୁହନ୍ତି ।

Leave a Reply

Your email address will not be published. Required fields are marked *