ଶ୍ରାବଣ ମାସରେ ବିବାହିତା ମହିଳାମାନେ ନିଶ୍ଚୟ କରନ୍ତୁ ଏହି 5 ଟି କାମ, ଘରକୁ ଆସିବ ଧନ, ସୁଖ ଓ ସମୃଦ୍ଧି

ଭଗବାନ ଶିବଙ୍କ ଅତି ପ୍ରିୟ ମାସ ହେଉଛି ଶ୍ରାବଣ ମାସ । ଏହି ପବିତ୍ର ମାସରେ ଭଗବାନ ଶିବଙ୍କ ଭକ୍ତମାନେ ବିଶେଷ ପୂଜା ଆରାଧନା କରି ତାଙ୍କୁ ପ୍ରସନ୍ନ କରିଥାନ୍ତି । ମାନାଯାଏ ଯେ, ସମସ୍ତ ଦେବତାଙ୍କ ମଧ୍ୟରେ ଭଗବାନ ଶିବ ହିଁ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି ।

ସେଥିପାଇଁ ଶାସ୍ତ୍ରରେ ମହାଦେବଙ୍କ ପୂଜା କରିବା ସହ ତାଙ୍କ ପ୍ରିୟ ଶ୍ରାବଣ ମାସରେ ବିବାହିତା ମହିଳାଙ୍କୁ କିଛି ବିଶେଷ ନିୟମ ଗୁଡିକର ପାଳନ ତଥା କିଛି ଜରୁରୀ କାର୍ଯ୍ୟ ଅବଶ୍ୟ କରିବା ଉଚିତ ବୋଲି କୁହାଯାଇଛି । ଆଜି ଆମେ ଆପଣଙ୍କୁ କହିବୁ କି ସୌଭାଗ୍ୟବତୀ ମହିଳାମାନଙ୍କୁ କେଉଁ କେଉଁ ବିଶେଷ କାର୍ଯ୍ୟ ବା ନିୟମ ଗୁଡିକର ପାଳନ କରିବା ଉଚିତ, ଯାହା ଦ୍ଵାରା ସେମାନେ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ ହେବେ ।

ଶୁଭ କାର୍ଯ୍ୟ ଗୁଡିକରେ ଲାଲ ବସ୍ତ୍ରର ବିଶେଷ ମହତ୍ଵ ରହିଥାଏ । ଲାଲ ରଙ୍ଗ ସୌଭାଗ୍ୟର ପ୍ରତୀକ ହୋଇଥିବାରୁ ପୂଜା ସମୟରେ ଏହା ପିନ୍ଧିବା ଦ୍ଵାରା ସୌଭାଗ୍ୟ ଲାଭ ହୋଇଥାଏ । ଠିକ ସେହିପରି ଭଗବାନ ଶିବଙ୍କ ଏହି ପ୍ରିୟ ମାସରେ ତାଙ୍କ ପୂଜା କରିବା ସମୟରେ ବିବାହିତା ମହିଳାମାନେ ଲାଲ ରଙ୍ଗର ବସ୍ତ୍ର ପିନ୍ଧିବା ଦ୍ଵାରା, ଭୋଳାନାଥ ଓ ମାତା ପାର୍ବତୀଙ୍କ ଆଶୀର୍ବାଦରୁ ସୌଭାଗ୍ୟ ବୃଦ୍ଧି ହୋଇଥାଏ ।

ମାନ୍ୟତା ଅନୁସାରେ ପବିତ୍ର ଶ୍ରାବଣ ମାସରେ ମହିଳାମାନେ ପ୍ରତିଦିନ ସକାଳୁ ଶୀଘ୍ର ଉଠି ସ୍ନାନ କରି ପୂଜା କରିବା ଉଚିତ । ଯେଉଁ ମହିଳାମାନେ ଶ୍ରାବଣ ସୋମବାର ବ୍ରତ ରଖନ୍ତି ସେମାନେ ମଧ୍ୟ ବ୍ରହ୍ମ ମୁହୂର୍ତ୍ତରେ ଉଠି ଭଗବାନ ଶିବ ଓ ମାତା ପାର୍ବତୀଙ୍କ ପୂଜା କରିବା ଉଚିତ । ବିଶେଷ କରି ବ୍ରତ ଦିନ ଗୁଡିକରେ କେଶ ସଫା କରିବା ଦ୍ଵାରା ମଧ୍ୟ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।

ଜ୍ଯୋତିଷ ଅନୁସାରେ ସବୁଜ ରଙ୍ଗର ସମ୍ବନ୍ଧ ବୁଧ ଗ୍ରହ ସହ ରହିଛି ଓ ବୁଧ ଗ୍ରହ ପ୍ରଭାବରେ ବ୍ୟକ୍ତିକୁ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଶାସ୍ତ୍ର ଅନୁସାରେ ବିବାହିତା ମହିଳା ମାନେ ସବୁଜ ରଙ୍ଗର ଚୁଡି ଓ ବସ୍ତ୍ର ପିନ୍ଧିବା ଦ୍ଵାରା ମଧ୍ୟ ତାଙ୍କୁ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । କୁହାଯାଏ କି ସବୁଜ ରଙ୍ଗ ଭଗବାନ ଶିବ ଓ ମାତା ପାର୍ବତୀଙ୍କୁ ଶୀଘ୍ର ପ୍ରସନ୍ନ କରିଥାଏ ।

ସିନ୍ଦୁର ଷୋହଳ ଶୃଙ୍ଗାର ସାମଗ୍ରୀ ମଧ୍ୟରୁ ଗୋଟିଏ ଓ ଜଣେ ବିବାହିତା ମହିଳା ପାଇଁ ଏହାର ଖୁବ ମହତ୍ଵ ରହିଛି । ଏମିତି ତ ବିବାହିତା ମହିଳା ମାନେ ସବୁବେଳେ ସିନ୍ଦୁର ଲଗାଇବା ଉଚିତ । କିନ୍ତୁ ଶ୍ରାବଣ ମାସରେ ପ୍ରତିଦିନ ସିନ୍ଦୁର ଲଗାଇବା ଦ୍ଵାରା ଓ ମଙ୍ଗଳସୂତ୍ର ପିନ୍ଧିବା ଦ୍ଵାରା ଦେବୀ ପାର୍ବତୀ ଓ ଭଗବାନ ଶିବ ଖୁସି ହୋଇ ଅଖଣ୍ଡ ସୌଭାଗ୍ୟବତୀ ହେବାର ବରଦାନ ଦିଅନ୍ତି ।

ପ୍ରାଚୀନ ମାନ୍ୟତା ଅନୁସାରେ ଶ୍ରବଣ ମାସରେ ମହିଳାମାନେ ୧୬ ଶୃଙ୍ଗାର କରିବା ସହ ଅନ୍ୟ ମହିଳାଙ୍କୁ ମଧ୍ୟ ସୁହାଗ ସାମଗ୍ରୀ ଦାନ କରିବା ଉଚିତ । ଏହା ଦ୍ବାରା ଭଗବାନ ଶିବ ଓ ପାର୍ବତୀଙ୍କ ସହ ମାତା ଲକ୍ଷ୍ମୀ ମଧ୍ୟ ଖୁବ ପ୍ରସନ୍ନ ହୋଇଥାନ୍ତି । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *